ଧରାପଡ଼ିଲା ଓଟିଇଟି ପ୍ରମାଣପତ୍ର ଜାଲିଆତି

ଯାଜପୁର ଅଫିସ,୪ା୮:ରାଜ୍ୟର କୋଣ ଅନୁକୋଣରେ ପୂର୍ବରୁ ନକଲି ବିଏଡ୍‌/ସିଟି ଡିଗ୍ରୀଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ରହସ୍ୟ ଉନ୍ମୋଚନ ହୋଇ ଥିବାବେଳେ ଏବେ ପୁଣି ଓଟିଇଟି(ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ)ପ୍ରମାଣପତ୍ର ଜାଲିଆତି ଧରାପଡ଼ିଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ଆଧାରରେ ଏହା ସ୍ପଷ୍ଟ ହୋଇଛି। ଆର୍‌ଟିଆଇ କର୍ମୀ ଭଦ୍ରକ ଜିଲାର ଅଭିମନ୍ୟୁ ବାରିକ ନକଲି ଓଟିଇଟି ଡିଗ୍ରୀଧାରୀ ଜଣେ ଶିକ୍ଷକଙ୍କ ନାମରେ ୧୯ା୩ା୨୦୨୧ରେ ଯାଜପୁର ଜିଲା ଶିକ୍ଷାଧିକାରୀ ଏବଂ ୯ା୬ା୨୦୨୧ରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ସତ୍ୟବ୍ରତ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ନୀତିରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରେ ୩ଜଣ ଶିକ୍ଷକ ଜାଲ୍‌ ଓଟିଇଟି ପ୍ରମାଣପତ୍ର (ସାର୍ଟିଫିକେଟ)ଦାଖଲ କରି ଇନକ୍ରିମେଣ୍ଟ ସୁବିଧା ପାଇଥିବା ଜଣାପଡ଼ିଛି। ୨୭ା୭ା୨୦୨୧ରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବଡ଼ଚଣା ବିଇଓ (ବ୍ଲକ ଏଜୁକେଶନ ଅଫିସର)ଙ୍କୁ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ ମାସକ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ)ର ଯୁଗ୍ମ ନିର୍ଦ୍ଦେଶକ ଓ ନୋଡାଲ ଅଫିସର ତାଙ୍କ ପତ୍ରସଂଖ୍ୟା ୧୨୨୨୫/୨୯ା୭ା୨୦୨୧ରେ ଯାଜପୁର ଜିଲା ଶିକ୍ଷାଧିକାରୀ ଓ ବଡ଼ଚଣା ବିଇଓଙ୍କୁ ପ୍ରମାଣପତ୍ର, ମାର୍କଶିଟ ଆଦି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଶିକ୍ଷକ ଜାଲ୍‌ ପ୍ରମାଣପତ୍ର ଦାଖଲ କରିଥିବା ପ୍ରମାଣିତ ହେଲେ ଓସିଏସ୍‌(ସିସିଏ)ନିୟମ-୧୯୬୨ ଅନୁସାରେ ଚାକିରିରୁ ବହିଷ୍କାର କରିବା ସହ ସ୍ଥାନୀୟ ପୋଲିସ ଷ୍ଟେଶନରେ ଏଫଆଇଆର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା ୨୦୭୧୦/୩୦ା୧୧ା୨୦୧୫, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉପନିର୍ଦ୍ଦେଶକ ପତ୍ରସଂଖ୍ୟା ୬୯୨୮/୧୮ା୪ା୨୦୧୬, ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ବି.ଏନ୍‌. ପ୍ରଧାନ ତାଙ୍କ ପତ୍ରସଂଖ୍ୟା ୧୭୦୯୯/୨୬ା୮ା୨୦୧୬ରେ ନକଲି ଶିକ୍ଷକଙ୍କ ପ୍ରମାଣପତ୍ର ଆଦି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହିସବୁ ନିର୍ଦ୍ଦେଶ ନାଲିଫିତା ତଳେ ଚାପିହୋଇ ରହିଛି। ସେହିପରି ଡିଇଇଙ୍କ ପକ୍ଷରୁ ୩୦୪୫୯/୩ା୧୨ା୨୦୧୯, ୩୨୨୫୯/୨୦ା୧୨ା୨୦୧୯, ୨୦୮୪/୨୨ା୧ା୨୦୨୦ ଏବଂ ୧୦୩୬୫/୪ା୬ା୨୦୨୦ ରେ ଅଭିଯୁକ୍ତ ନକଲି ଶିକ୍ଷୟିତ୍ରୀଶିକ୍ଷକଙ୍କ ପ୍ରମାଣପତ୍ର ଆଦି ଯାଞ୍ଚ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଜିଲାସ୍ତରରେ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବାରୁ ଡିଇଇ ପକ୍ଷରୁ ଉପନିର୍ଦ୍ଦେଶକ ଓ ନୋଡାଲ ଅଧିକାରୀ ଉଦ୍‌ବେଗ ପ୍ରକାଶ କରି ପୁଣି ଥରେ ତାଙ୍କ ପତ୍ରସଂଖ୍ୟା ୧୯୧୬୬/୨୯ା୧୦ା୨୦୨୦ରେ ପ୍ରମାଣପତ୍ରଗୁଡିକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଜାଲ୍‌ ପ୍ରମାଣପତ୍ରଧାରୀଙ୍କ ସଂଖ୍ୟା ବଢୁଥିବା ଏହି ଓଟିଇଟି ମାମଲାରୁ ସ୍ପଷ୍ଟ ହୋଇଛି ବୋଲି ମତପ୍ରକାଶ ପାଇଛି।
ଆର୍‌ଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ, ୨୧ା୧୧ା୨୦୧୯ରେ ଓଟିଇଟି ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ୪୬,୮୨୨ ଜଣ ପରୀକ୍ଷାର୍ଥୀ ଉପକୃତ ହୋଇଥିଲେ। କିନ୍ତୁ ୧୮୧୩୦୦୨୨୫୫, ୧୮୧୩୦୧୦୦୬୭ ଓ ୧୮୧୧୩୦୬୦୧୧ ରୋଲ ନମ୍ବର ପରୀକ୍ଷାର୍ଥୀ ଉପକୃତ ହୋଇ ନ ଥିଲେ। ଏଥିରେ ବଡ଼ଚଣା ବ୍ଲକର ସହକାରୀ ଶିକ୍ଷକ ଅନିୟ କୁମାର ବରାଳ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ଆର୍‌ଟିଆଇ କର୍ମୀ ବାରିକ ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଭିତ୍ତିକରି ଯାଜପୁର ଜିଲା ଶିକ୍ଷା ବିଭାଗ ୧୦ ଜଣ ଶିକ୍ଷକଙ୍କ ନାମରେ ବୋର୍ଡ ଅଫ ସେକେଣ୍ଡାରି ଏଜୁକେଶନକୁ ଆବଶ୍ୟକ ତଥ୍ୟ ମାଗିଥିଲେ। ୨୭ା୭ା୨୦୨୧ରେ ବୋର୍ଡ ଅଫ ସେକେଣ୍ଡାରିରୁ ମିଳିଥିବା ତଥ୍ୟରେ ଶିକ୍ଷକ ଅନିୟଙ୍କ ସମେତ ରେଜିଆ ସୁଲତାନା ଓ ଜୟନ୍ତୀ ସାହୁ ଜାଲ୍‌ ଓଟିଇଟି ପ୍ରମାଣପତ୍ର ଦାଖଲ କରିଥିବା ଜିଲା ଶିକ୍ଷା ବିଭାଗରୁ ସୂଚନା ମିଳିଛି। ତେବେ ପୂର୍ବରୁ ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷକଙ୍କ ବିରୋଧରେ କୋହଳ ମନୋଭାବ ପୋଷଣ କରୁଥିବା ଦୃଷ୍ଟାନ୍ତ ରହିଛି। ରାଜ୍ୟରେ ଏଭଳି ଶତାଧିକ ନକଲି ଓଟିଇଟି ପ୍ରମାଣପତ୍ର ଧାରୀ ଶିକ୍ଷକ ନିଯୁକ୍ତି ପାଇଥିବା ପୂର୍ବରୁ ଅଭିଯୋଗ ହୋଇଛି। ତେଣୁ ରାଜ୍ୟ ସରକାର ଏହି ନକଲି ଶିକ୍ଷକଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ସମୟରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ସମୟ କହିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?