Posted inଫୁରସତ

ଥରେ ନୁହେଁ କି ଦୁଇ ଥର ନୁହେଁ ୮ଥର ପଲଟି ପଲଟି ଗୁଣ୍ଡ ହେଲା କାର: କାରରୁ ସୁରକ୍ଷିତ ବାହାରି ହସିହସି ଯାହାକହିଲେ …

କଥାରେ ଅଛି ରଖେ ହରି ତ ମାରେ କିଏ।  ସତରେ ଭଗବାନ ରକ୍ଷା କଲେ କେହି କିଛି ବି କ୍ଷତି କରିପାରିବେ ନାହିଁ। ରାଜସ୍ଥାନର ନାଗୋରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏସ୍‌ୟୁଭି କାର୍‌ ଦୁର୍ଘଟଣା ଘଟାଇବା ପରେ ୮ ଥର ଓଲଟି ପଡିଲା ମାତ୍ର କାରରେ ଥିବା ୫ ଯାତ୍ରୀ ସଂପୂର୍ଣ୍ଣ ସୁରକ୍ଷିତ ଥିଲେ। ଏହି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ଯେଉଁଥିରେ କାର୍‌ କିପରି ହାଇୱେରେ ୮ ଥର ଓଲଟିବା ପରେ ସୋ’ରୁମ ଆଗରେ ପଡ଼ିଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କାରରେ ମୋଟ ୫ଜଣ ଯାତ୍ରୀ ଥିଲେ। ସମସ୍ତେ ନାଗୌରରୁ ବିକାନରକୁ ଯାଉଥିଲେ। ଏହି ସମୟରେ ହଠାତ୍‌ ଡ୍ରାଇଭର କାରକୁ ବୁଲାଇଥିଲେ ଓ ପରେ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ। କିଛି ସେକେଣ୍ଡ ମଧ୍ୟରେ, ଗାଡି ଆଠଥର ଫ୍ଲପ ହୋଇ ଏକ କାର୍‌ ଶୋ’ରୁମ ସାମ୍ନାରେ ଓଲଟି ପଡିଲା। ଦୁର୍ଘଟଣା ଯୋଗୁ ଶୋ’ରୁମର ମୁଖ୍ୟ ଫାଟକ ମଧ୍ୟ ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଖଣ୍ଡ ଖଣ୍ଡ ହୋଇଯାଇଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି।
ସୂଚନାନୁଯାୟୀ, ଦୁର୍ଘଟଣା ସମୟରେ ଡ୍ରାଇଭର କାରରୁ ଡେଇଁ ପଡ଼ିଥିଲେ। ଏହା ପରେ କାରଟି ଓଲଟି ପଡ଼ିବା ପରେ ଅବଶିଷ୍ଟ ୪ ଜଣ ଯାତ୍ରୀ ମଧ୍ୟ ଶୋ’ରୁମ ନିକଟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସମସ୍ତେ ଥଟ୍ଟା କରି ଶୋ’ରୁମ୍‌ରେ ପ୍ରବେଶ କରି କହିଲେ, ଆମକୁ ଚା ଦିଅ । ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ”ଏଥିରେ କେହି ଆହତ ହୋଇନାହାଁନ୍ତି, ଗୋଟିଏ ବି ସ୍କ୍ରାଚ ମଧ୍ୟ ନଥିଲା। ଶୋ’ରୁମରେ ପହଞ୍ଚିବା ମାତ୍ରେ ସେମାନେ ଚା ମାଗିଥିଲେ।” ତେବେ ସେମାନଙ୍କ ସୌଭାଗ୍ୟ ପାଇଁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

ରୋହିତ-ଗାଏକୱାଡ କରିବେ ଓପନିଂ, ସିରାଜଙ୍କ ପ୍ରତ୍ୟାବର୍ତ୍ତନ… ଚତୁର୍ଥ ODI ପାଇଁ ଭାରତର Playing XI କିପରି ରହିବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶରେ (Playing XI) କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶୁବମନ ଗିଲ ବାକି ଥିବା…

ଦୂର ହେବ LPG ଚିନ୍ତା, ଗ୍ୟାସ ସଂରକ୍ଷିତ କରି ରଖିବାକୁ ସରକାର କରିଛନ୍ତି ବଡ଼ ଯୋଜନା!

ନୂଆଦିଲ୍ଲୀ,୧୨।୧୧: ଭାରତ କର୍ନାଟକର ମାଙ୍ଗାଲୁରୁରେ ଦେଶର ସବୁଠାରୁ ବଡ଼ ଏଳପିଜି (LPG) ଭଣ୍ଡାର ଗୁମ୍ଫା ନିର୍ମାଣ କରିଛି। ଭୂପୃଷ୍ଠରୁ ପ୍ରାୟ ୧୬୦ ମିଟର ତଳେ ଅବସ୍ଥିତ ଏହି…

ବଚ୍ଚନ ହତ୍ୟା ମାମଲାର ରାୟ ପ୍ରକାଶ: ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୨।୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ-୩ ବିବଶ୍ବତ ଗୌତମ ଗୁରୁବାର ଏକ ହତ୍ୟା ମାମଲାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ…

ଛାତ୍ରୀଙ୍କ ପ୍ରତି ଅନୁପଯୁକ୍ତ ଆଚରଣ ଅଭିଯୋଗରେ ଡିୟୁ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଗଲା

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) ଅଧୀନସ୍ଥ ସତ୍ୟବତୀ କଲେଜର ଜଣେ ପ୍ରଫେସରଙ୍କ ବିରୁଦ୍ଧରେ ଜଣେ ଛାତ୍ରୀଙ୍କ ପ୍ରତି ଅନୁଚିତ ଆଚରଣ କରିଥିବା ନେଇ ଅଭିଯୋଗ ଆସିବା ପରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?