ମାସେ ହେଲା ଓଟି କମ୍ପ୍ଲେକ୍ସ ବନ୍ଦ

ବ୍ରହ୍ମପୁର ଅଫିସ,୨୫।୯: ବ୍ରହ୍ମପୁର ବଡ ମେଡିକାଲରେ ରୋଗୀ ସେବାରେ ଉନ୍ନତି ଆଣିବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି। ପୁରୁଣା କୋଠାର ସମସ୍ତ ୱାର୍ଡକୁ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ରୋଗୀଙ୍କୁ ସୁପରସ୍ପେଶିଆଲିଟି ବିଭାଗର ସେବା ମଧ୍ୟ ପ୍ରଦାନ କରାଯାଉଛି। କୋଠାଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିଲେ ସୁଦ୍ଧା ରୋଗୀଙ୍କ ସୁରକ୍ଷା ଦିଗରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନାରେ ନିର୍ମିତ ୫ମହଲା ସୁପରସ୍ପେଶିଆଲିଟି ବ୍ଲକରେ ଘଟିଥିବା ଅଗ୍ନିକାଣ୍ଡରୁ ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ। ଅତ୍ୟାଧୁନିକ ସୁପରସ୍ପେଶିଆଲିଟି ବ୍ଲକରେ ଅଗ୍ନିକାଣ୍ଡ ଘଟିବା ପରେ ନିଅଁାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଥିଲା। କାରଣ ବ୍ଲକରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟ କରି ନ ଥିଲା।
ଏହା ପୂର୍ବରୁ ମଧ୍ୟ ଏମ୍‌କେସିଜିରେ ବହୁବାର ଅଗ୍ନିକାଣ୍ଡ ଘଟିଛି। ଗତ ୩ବର୍ଷରେ ଏଭଳି ପ୍ରାୟ ୧୦ ଘଟଣା ଘଟିସାରିଛି। ଏଥିପାଇଁ ଏମ୍‌କେସିଜି ଦ୍ୱିତୀୟ ଫାଟକ ନିକଟରେ ଏକ ସ୍ବତନ୍ତ୍ର ଦମକଳ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସୁପରସ୍ପେଶିଆଲିଟି କୋଠା ୨୦୧୬ ମେ’ ୪ରେ ଠିକା ସଂସ୍ଥା ହାଇଗ୍ରେଭା ଇନ୍‌ଫ୍ରା ଟେକ୍‌ ପ୍ରୋଜେକ୍ଟ ଲିମିଟେଡ କାମ ଆରମ୍ଭ କରି ୨୦୧୭ ସେପ୍ଟେମ୍ବର ୧୩ ସୁଦ୍ଧା କାର୍ଯ୍ୟ ସାରିବାକୁ ଚୁକ୍ତି ହୋଇଥିଲା। ହେଲେ ଉକ୍ତ ସଂସ୍ଥା ୨୦୧୯ରେ କୋଠା ନିର୍ମାଣ ଓ ଯନ୍ତ୍ରାଂଶ ସ୍ଥାପନ କାମ ସାରିଥିଲା। ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ଲକର ସମସ୍ତ କୋଠରୀରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି। ୫ମହଲା ବିଶିଷ୍ଟ ଏହି କୋଠାରେ ସମସ୍ତ ସୁପରସ୍ପେଶିଆଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। ପଞ୍ଚମ ମହଲାକୁ ଅପରେଶନ ଥିଏଟର(ଓଟି) କମ୍ପ୍ଲେକ୍ସ କରାଯାଇଛି। ସେଠାରେ ୟୁରୋଲୋଜି, ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଓଟି ସହିତ କ୍ୟାଥୋଲ୍ୟାବ୍‌ ରହିଛି। ୟୁରୋଲୋଜି ବିଭାଗ ଓଟିରେ ଗତ ୨୬ତାରିଖରେ ଅଗ୍ନିକାଣ୍ଡ ଘଟିଥିଲା। ନିଅଁା ଲାଗିବା ପରେ ବ୍ଲକରେ ଲାଗିଥିବା ସ୍ପ୍ରିକ୍ଲିଂ କାମ କରି ନ ଥିଲା କି ବଡ଼ ପମ୍ପ ମଧ୍ୟ ପାଣି ଉଠାଇ ନ ଥିଲା। ଛୋଟ ପମ୍ପରୁ ପାଣି ସ୍ପ୍ରେ କରି ନିଆଁ ଲିଭା ଯାଇଥିଲା। ଶର୍ଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗର ତଦନ୍ତରେ ସ୍ପଷ୍ଟ ହୋଇଥିଲା। ଓଟି କମ୍ପ୍ଲେକ୍ସକୁ ସେହି ଦିନଠାରୁ ବନ୍ଦ କରି ଦିଆଯାଇଛି। ପ୍ରାୟ ୩୦ ଦିନ ହେଲା ଅସ୍ତ୍ରୋପଚାର ବନ୍ଦ ରହିଛି। ବିଦ୍ୟୁତ ବିଭାଗ ଓ ଟେକ୍ନିକାଲ୍‌ ଟିମ୍‌ ସ୍ଥିତି ଅନୁଧ୍ୟାନ କରି ସରଞ୍ଜାମ ମରାମତି କରିବା ପରେ ଓଟି କମ୍ପ୍ଲେକ୍ସ ଆରମ୍ଭ ହେବ ବୋଲି ଏମ୍‌କେସିଜିର ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri