ମାସେ ହେଲା ଓଟି କମ୍ପ୍ଲେକ୍ସ ବନ୍ଦ

ବ୍ରହ୍ମପୁର ଅଫିସ,୨୫।୯: ବ୍ରହ୍ମପୁର ବଡ ମେଡିକାଲରେ ରୋଗୀ ସେବାରେ ଉନ୍ନତି ଆଣିବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି। ପୁରୁଣା କୋଠାର ସମସ୍ତ ୱାର୍ଡକୁ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ରୋଗୀଙ୍କୁ ସୁପରସ୍ପେଶିଆଲିଟି ବିଭାଗର ସେବା ମଧ୍ୟ ପ୍ରଦାନ କରାଯାଉଛି। କୋଠାଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିଲେ ସୁଦ୍ଧା ରୋଗୀଙ୍କ ସୁରକ୍ଷା ଦିଗରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନାରେ ନିର୍ମିତ ୫ମହଲା ସୁପରସ୍ପେଶିଆଲିଟି ବ୍ଲକରେ ଘଟିଥିବା ଅଗ୍ନିକାଣ୍ଡରୁ ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ। ଅତ୍ୟାଧୁନିକ ସୁପରସ୍ପେଶିଆଲିଟି ବ୍ଲକରେ ଅଗ୍ନିକାଣ୍ଡ ଘଟିବା ପରେ ନିଅଁାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଥିଲା। କାରଣ ବ୍ଲକରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟ କରି ନ ଥିଲା।
ଏହା ପୂର୍ବରୁ ମଧ୍ୟ ଏମ୍‌କେସିଜିରେ ବହୁବାର ଅଗ୍ନିକାଣ୍ଡ ଘଟିଛି। ଗତ ୩ବର୍ଷରେ ଏଭଳି ପ୍ରାୟ ୧୦ ଘଟଣା ଘଟିସାରିଛି। ଏଥିପାଇଁ ଏମ୍‌କେସିଜି ଦ୍ୱିତୀୟ ଫାଟକ ନିକଟରେ ଏକ ସ୍ବତନ୍ତ୍ର ଦମକଳ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସୁପରସ୍ପେଶିଆଲିଟି କୋଠା ୨୦୧୬ ମେ’ ୪ରେ ଠିକା ସଂସ୍ଥା ହାଇଗ୍ରେଭା ଇନ୍‌ଫ୍ରା ଟେକ୍‌ ପ୍ରୋଜେକ୍ଟ ଲିମିଟେଡ କାମ ଆରମ୍ଭ କରି ୨୦୧୭ ସେପ୍ଟେମ୍ବର ୧୩ ସୁଦ୍ଧା କାର୍ଯ୍ୟ ସାରିବାକୁ ଚୁକ୍ତି ହୋଇଥିଲା। ହେଲେ ଉକ୍ତ ସଂସ୍ଥା ୨୦୧୯ରେ କୋଠା ନିର୍ମାଣ ଓ ଯନ୍ତ୍ରାଂଶ ସ୍ଥାପନ କାମ ସାରିଥିଲା। ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ଲକର ସମସ୍ତ କୋଠରୀରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି। ୫ମହଲା ବିଶିଷ୍ଟ ଏହି କୋଠାରେ ସମସ୍ତ ସୁପରସ୍ପେଶିଆଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। ପଞ୍ଚମ ମହଲାକୁ ଅପରେଶନ ଥିଏଟର(ଓଟି) କମ୍ପ୍ଲେକ୍ସ କରାଯାଇଛି। ସେଠାରେ ୟୁରୋଲୋଜି, ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଓଟି ସହିତ କ୍ୟାଥୋଲ୍ୟାବ୍‌ ରହିଛି। ୟୁରୋଲୋଜି ବିଭାଗ ଓଟିରେ ଗତ ୨୬ତାରିଖରେ ଅଗ୍ନିକାଣ୍ଡ ଘଟିଥିଲା। ନିଅଁା ଲାଗିବା ପରେ ବ୍ଲକରେ ଲାଗିଥିବା ସ୍ପ୍ରିକ୍ଲିଂ କାମ କରି ନ ଥିଲା କି ବଡ଼ ପମ୍ପ ମଧ୍ୟ ପାଣି ଉଠାଇ ନ ଥିଲା। ଛୋଟ ପମ୍ପରୁ ପାଣି ସ୍ପ୍ରେ କରି ନିଆଁ ଲିଭା ଯାଇଥିଲା। ଶର୍ଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗର ତଦନ୍ତରେ ସ୍ପଷ୍ଟ ହୋଇଥିଲା। ଓଟି କମ୍ପ୍ଲେକ୍ସକୁ ସେହି ଦିନଠାରୁ ବନ୍ଦ କରି ଦିଆଯାଇଛି। ପ୍ରାୟ ୩୦ ଦିନ ହେଲା ଅସ୍ତ୍ରୋପଚାର ବନ୍ଦ ରହିଛି। ବିଦ୍ୟୁତ ବିଭାଗ ଓ ଟେକ୍ନିକାଲ୍‌ ଟିମ୍‌ ସ୍ଥିତି ଅନୁଧ୍ୟାନ କରି ସରଞ୍ଜାମ ମରାମତି କରିବା ପରେ ଓଟି କମ୍ପ୍ଲେକ୍ସ ଆରମ୍ଭ ହେବ ବୋଲି ଏମ୍‌କେସିଜିର ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ଗୋ ସେବା ନିଶା

କେନ୍ଦୁଝର, ୮ା୪ ଶିକ୍ଷକତା କରିବା ସହ ସ୍ବଦେଶୀ ବିଚାର ଧାରା ରଖି ଚାଷ ଓ ଗୋସେବା କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ପାଟଣା...

ସୀମିତ କର୍ମଚାରୀରେ ଚାଲିଛି କୃଷି ଜିଲା କାର୍ଯ୍ୟାଳୟ

ଚମ୍ପୁଆ,୨୦ା୧(ଡି.ଏନ୍‌.ଏ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କୃଷି ଜାତ ଦ୍ରବ୍ୟ ଅମଳ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ,୩।୧୦: ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍‌ କରି ରବିବାର ଏହି ସୂଚନା...

କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)- ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ।...

କରେଣ୍ଟ ଲାଗି ହାତୀଛୁଆର ଜୀବନ ଗଲା

ବୁଗୁଡ଼ା,୧୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡ଼ା ଓ ପିଡିପୁର ଶାସନ ମଝିରେ ଥିବା ଏକ ଧାନ କିଆରୀରେ ବିଦ୍ୟୁତ୍‌ କରେଣ୍ଟ ଲାଗି ଏକ...

ବର୍ଷା ଅଭାବରୁ ଉଜୁଡିବ ଧାନଚାଷ: ଚିନ୍ତାରେ ଚାଷୀ

କୁଚିଣ୍ଡା,୫ା୮(ଡି.ଏନ୍‌.ଏ.): ଆଷାଢ଼ ଯାଇ ଶ୍ରାବଣ ଶେଷ ହେବାକୁ ବସିଲାଣି। ହେଲେ ବର୍ଷାର ଦେଖା ନାହିଁ। ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାମ ଠପ୍‌ ହୋଇଯାଇଛି। ତଳି ସବୁ...

୮ଜଣଙ୍କୁ ବାନ୍ଧିଲା ପୋଲିସ

ଢେଙ୍କାନାଳ ଅଫିସ, ୫।୫: ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ଇନ୍ଦିପୁର ଗୁଣ୍ଡୁରାପଶି ପଥର ଖଣିରେ ଚଢ଼ାଉ ବେଳେ ପ୍ରଶାସନିକ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସ...

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା :  ୨୧ ବର୍ଷ ପରେ ସହକାରୀ ଯନ୍ତ୍ରୀ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ, ୩ା୧୧-ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ ବିଜୟ କୁମାର ଜେନା ଶନିବାର ଏକ ଆୟବହିର୍ଭୁୁତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ...

Advertisement
Archives

Model This Week