ଅସ୍ଥିର ଶତ୍ରୁ ଅସ୍ଥିସୁଶୀରତା

ଅଷ୍ଟିଓପୋରୋସିସ୍‌ (ଅସ୍ଥିସୁଶୀରତା) ଶରୀରରେ ଏପରି ଏକ ସ୍ଥିତି, ଯେଉଁଥିରେ ଅସ୍ଥିଗୁଡ଼ିକ ଖୁବ୍‌ ଦୁର୍ବଳ ହୋଇପଡ଼େ ଏବଂ ସାମାନ୍ୟ ଆଘାତରେ ଭାଙ୍ଗିଯାଏ। ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଅସ୍ଥି ସବୁଠାରୁ ଅଧିକ ମଜଭୁତ ରହେ। ଏହାପରେ ଏହାର ଘନତ୍ୱ କ୍ରମେ କମିଚାଲେ। ବିଶେଷକରି ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖାଯାଏ। କାରଣ ରଜଃ ନିବୃତ୍ତି ବା ମେନୋପଜ୍‌ ପରେ ମହିଳାଙ୍କ ଶରୀରରେ ଏଷ୍ଟ୍ରୋଜେନ୍‌ ନାମକ ହରମୋନ୍‌ କ୍ଷରଣ ବନ୍ଦ ହୋଇଯାଏ ଏବଂ ଏହି ହରମୋନ୍‌ ଅସ୍ଥି ମଜଭୁତ ରଖିବା ଲାଗି ଖୁବ୍‌ ଆବଶ୍ୟକ। ଏହା ବ୍ୟତୀତ ଖାଦ୍ୟରେ କ୍ୟାଲ୍‌ସିୟମ ଏବଂ ଭିଟାମିନ୍‌ ଡି’ ଅଭାବ, ଠିକ୍‌ ଭାବେ ସୂର୍ଯ୍ୟକିରଣ ନ ପାଇବା, ବ୍ୟାୟାମ ନ କରିବା, ଧୂମପାନ, ନିଶାସେବନ ଏବଂ ଦୀର୍ଘଦିନ ଧରି ଷ୍ଟେରଏଡ୍‌ ସେବନ କରିଚାଲିବା ଅଷ୍ଟିଓପୋରୋସିସ୍‌ର ଆଶଙ୍କା ବଢ଼ାଇଦେଇଥାଏ।
ଏହାର ସେପରି କିଛି ବିଶେଷ ଲକ୍ଷଣ ଶରୀରରେ ଦେଖାଯାଏ ନାହିଁ। କାରଣ ହାଡ଼ ଦୁର୍ବଳ ହୋଇପଡ଼ୁଥିବା କେହି ଦେଖିପାରିବେ ନାହିଁ। କେବଳ କୌଣସି ସାମାନ୍ୟ ଦୁର୍ଘଟଣା ବା ହାଲୁକା ଆଘାତ ଲାଗିଲେ ଯଦି ହାଡ଼ ଭାଙ୍ଗିଯାଏ ତେବେ ଏହା ଜଣାପଡ଼େ। ମେରୁଦଣ୍ଡର ହାଡ଼ କ୍ଷୟ ହୋଇଚାଲିଲେ ଉଚ୍ଚତା କମିଯାଏ। ତଥାପି ୬୦-୭୫ ବର୍ଷ ବୟସର ହୋଇଥିଲେ ଏବଂ ଯଦି ଆପଣଙ୍କୁ ଲାଗୁଥାଏ ଯେ, ଆପଣଙ୍କ ଉଚ୍ଚତା କମିଯାଉଛି ତେବେ ଏହି ରୋଗ ବୋଲି ସନ୍ଦେହ କରିପାରିବେ। ଏହା ବ୍ୟତୀତ ଡେକ୍ସା ଟେଷ୍ଟରୁ ବି ଅଷ୍ଟିଓପୋରୋସିସ୍‌ ବାବଦରେ ଜଣାପଡ଼େ।
ଶୈଶବ ଏବଂ ଯୌବନାବସ୍ଥାରେ ଏପରି ଖାଦ୍ୟ ଖାଇବା ଉଚିତ, ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲ୍‌ସିୟମ ରହିଥିବ। କ୍ଷୀର, ଦହି, ଛେନା ଏବଂ ଛେନାପାଣି, ଚୋକଡ଼ଯୁକ୍ତ ଅଟା, ପାଳଙ୍ଗ, ଫୁଲ ଏବଂ ବନ୍ଧା କୋବି, ସବୁଜ ପତ୍ରଜାତୀୟ ଖାଦ୍ୟ ଇତ୍ୟାଦିରେ ପ୍ରଚୁର କ୍ୟାଲ୍‌ସିୟମ ଥାଏ। ପିଲାଦିନୁ ଅସ୍ଥିରେ କ୍ୟାଲ୍‌ସିୟମ ସଞ୍ଚତ୍ତ ହୋଇ ରହିଲେ ବୃଦ୍ଧାବସ୍ଥାକୁ ଅଷ୍ଟିଓପୋରୋସିସ୍‌ର ଆଶଙ୍କା ସେତେ ବା ମୋଟେ ରହିବ ନାହିଁ।
ଶରୀର କ୍ୟାଲ୍‌ସିୟମ ଗ୍ରହଣ କରିବା ଲାଗି ଭିଟାମିନ୍‌ ଡି ଜରୁରୀ। ଚର୍ମରେ ସୂର୍ଯ୍ୟକିରଣ ପଡ଼ିଲେ ହିଁ ଭିଟାମିନ୍‌ ଡି ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ସକାଳୁ ଅତି କମ୍‌ରେ ଅଧଘଣ୍ଟା ଖରାରେ ବସିବା ଯଥେଷ୍ଟ। ପିଲାମାନେ ଖେଳକୁଦ ତଥା ହାଡ଼ ମଜଭୁତ କରୁଥିବା ବ୍ୟାୟାମ କରିବା ଉଚିତ। ସେହିପରି ବୟସ୍କମାନେ ଅତି କମ୍‌ରେ ଅବସର ପର୍ଯ୍ୟନ୍ତ ଶାରୀରିକ କ୍ରିୟାଶୀଳ ରହିବା ସହିତ ଓଜନ ଧରି ବ୍ୟାୟାମ କରିବା, ଚଲାବୁଲା, ଦୌଡ଼, ପହଁରା ଏବଂ ସାଇକେଲ ଚାଳନା ପରି ବ୍ୟାୟାମ କଲେ ହାଡ଼ ମଜଭୁତ ରହେ।
ମହିଳାଙ୍କ କ୍ଷେତ୍ରରେ ମେନୋପଜ୍‌ ପରେ ନୂଆ ହାଡ଼ ତିଆରି ହେବା ପ୍ରକ୍ରିୟା କମ୍‌ ହେଉଥିବାରୁ ଅଷ୍ଟିଓପୋରୋସିସ୍‌ ହେବାର ଆଶଙ୍କା ବଢ଼ିଯାଏ। ବୋନ୍‌ ମାସ ଡେନ୍‌ସିଟି ପରୀକ୍ଷଣରୁ ଏ ବାବଦରେ ଜଣାପଡ଼େ। ପୁଣି ୩୦ବର୍ଷ ପରେ ଶରୀରରେ କ୍ୟାଲ୍‌ସିୟମର ସଞ୍ଚତ୍ତ୍ତ ଭଣ୍ଡାର କମ୍‌ ହୋଇଆସେ। ତେଣୁ ଶରୀରରେ କ୍ୟାଲ୍‌ସିୟମ ମାତ୍ରା ସନ୍ତୁଳିତ ରଖିବା ପାଇଁ ଖାଦ୍ୟରେ ଉଚିତ ମାତ୍ରାରେ କ୍ୟାଲ୍‌ସିୟମ ନେବା ଜରୁରୀ।
ହାଡ଼ ମଜଭୁତ କରିବାକୁ ଡାକ୍ତର କିମ୍ବା ଡାଏଟ୍‌ିସିଆନ୍‌ଙ୍କ ପରାମର୍ଶକ୍ରମେ ଖାଦ୍ୟ ତାଲିକା ପ୍ରସ୍ତୁତ କରନ୍ତୁ। କେଉଁ କେଉଁ ଖାଦ୍ୟରେ କ୍ୟାଲ୍‌ସିୟମ ପର୍ଯ୍ୟାପ୍ତ ରହିଛି ତାହା ଜାଣିବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶରେ କ୍ୟାଲ୍‌ସିୟମ ସପ୍ଲିମେଣ୍ଟ୍‌ସ ବି ନେଇପାରନ୍ତି। ଦୁଗ୍ଧ ତଥା ଦୁଗ୍ଧଜାତ ଖାଦ୍ୟରେ କ୍ୟାଲ୍‌ସିୟମ ଥିବାରୁ ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଖାଇପାରିବେ। ଲିଫ୍ଟ ବଦଳରେ ଶିଡ଼ିରେ ଯିବା ଆଦି ନିଶ୍ଚୟ କରିବେ। କ୍ୟାଲ୍‌ସିୟମ ତଥା ଭିଟାମିନ୍‌ ଡି’ଯୁକ୍ତ ହେଲ୍‌ଥ ଡ୍ରିଙ୍କ ପିଇବା ଭଲ। ଏହା ବ୍ୟତୀତ ମେନୋପଜ୍‌ ହେବା ପୂର୍ବରୁ ଖାସ୍‌ କରି ୩୦ ବର୍ଷ ପରେ ମହିଳାମାନଙ୍କୁ ପ୍ରଚୁର ମାତ୍ରାରେ କ୍ୟାଲ୍‌ସିୟମ ଏବଂ ଅନ୍ୟ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦରକାର। ଖାଦ୍ୟରେ କାର୍ବୋନେଟେଡ୍‌ ଡ୍ରିଙ୍କ୍‌ସ, କଫି, ଚା ଆଦି ଅଧିକ ହେଲେ ହାଡ଼ରେ କ୍ୟାଲ୍‌ସିୟମ ପରିମାଣ କମି ଆସେ। ତେଣୁ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।

  • ଡା. ମଦନ ମୋହନ ସାହୁ
    ପ୍ରଫେସର, (ଅସ୍ଥିଶଲ୍ୟ ବିଭାଗ) ପିଏମ୍‌ଆର୍‌ ମେଡିକାଲ କଲେଜ, ବାରିପଦା
    drmadanmohan111sahoo@gmail.com

Enter your email to get our daily news in your inbox.

All Right Reserved By Dharitri.Com

ବନଜୀବନ ଓ ଜନଜୀବନ

ରାଧାମୋହନ ମହାପାତ୍ର ବନ ସହିତ ଜନର ସମ୍ପର୍କ ଓତପ୍ରୋତ ଭାବେ ଜଡିତ। ବନ ହେଉଛି ବିଶ୍ୱର ସର୍ବବୃହତ୍‌ ଓ ସର୍ବଶ୍ରେଷ୍ଠ ଗନ୍ତାଘର। ବନ ମଣିଷର ଆଦିଭୂମି।...

ଇଲେକ୍ଟୋରାଲ ବଣ୍ଡ୍‌: ସରକାର ସତ ମାନିଲେ

ନୀତୀନ ସେଠୀ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା କରାଗଲେ ପରେ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡ଼ିପାରେ ବୋଲି ଆଶଙ୍କା କରି ଦାତାମାନେ...

ଏଇ ଭାରତରେ

ପିଆଜ ଦର ଏବେ ଆକାଶଛୁଆଁ। ବିଶ୍ୱରେ ଭାରତ ଦ୍ୱିତୀୟ ବୃହତ୍ତମ ପିଆଜ ଉପତ୍ାଦନକାରୀ ଦେଶ ହୋଇ ଏଭଳି ପରିସ୍ଥିତିର ସାମ୍‌ନା କରିବା ଅତ୍ୟନ୍ତ ଦୁଃଖଦାୟକ। ପ୍ରାକୃିତକ...

ପାଞ୍ଚ ଟ୍ରିଲିୟନ ଡଲାରର ସ୍ବପ୍ନ

ଡ. ସନ୍ତୋଷ କୁମାର ମହାପାତ୍ର ଯିଏ ଶାସନ କରୁ ବା ସରକାର ଗଠନ କରୁ ଜନସାଧାରଣ ତଥା ଦେଶର ବିଭିନ୍ନ ସମସ୍ୟା ସମାଧାନ କରିବା ସହଜ...

ସେବା ନା କ୍ଷମତା ଲୋଭ

ଡ. ସନ୍ତୋଷ କୁମାର ମହାପାତ୍ର ଗତ ନଭେମ୍ବର ୨୮ରେ ୮୩ତମ ‘ମନ୍‌ କି ବାତ୍‌’ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି କହିଛନ୍ତି...

ଏଇ ଭାରତରେ

୨୦ ବର୍ଷ ଧରି ଜଣେ ଛାତ୍ର ଏମ୍‌ବିବିଏସ୍‌ ପଢୁଛନ୍ତି, ହେଲେ ପାସ୍‌ କରିପାରିନାହାନ୍ତି। ନା ଡାକ୍ତର ହେଉଛନ୍ତି ଅବା ସିଟ୍‌ ଖାଲି ହେଉଛି। ବାସ୍ତବରେ ଏମିତି...

ସହଯୋଗ ହିଁ କରୋନାକୁ ରୋକିପାରିବ

ସନ୍ଦୀପ କୁମାର ପଟ୍ଟନାୟକ କରୋନା ରୋଗ ପାଇଁ ସାରା ପୃଥିବୀରେ ଏକ ଅଭୂତପୂର୍ବ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି। ଏହାର କାରଣଗୁଡିକ ହେଲା...

କମୁନି ଗରିବୀ

ହରିଶଙ୍କର ମିଶ୍ର ସୂର୍ଯ୍ୟକିରଣ କେବଳ ଜଳୀୟ ଉତ୍ସକୁ ବାଷ୍ପ କରାଏ। ସେଇ ବାଷ୍ପ ମେଘ ହୋଇ ପର୍ବତଠାରୁ ସମୁଦ୍ର ଯାଏ ବର୍ଷିଯାଏ। ଉଚିତ ରାଜଧର୍ମରେ ସେପରି...

Advertisement
Archives

Model This Week