ଅସ୍ଥିର ଶତ୍ରୁ ଅସ୍ଥିସୁଶୀରତା

ଅଷ୍ଟିଓପୋରୋସିସ୍‌ (ଅସ୍ଥିସୁଶୀରତା) ଶରୀରରେ ଏପରି ଏକ ସ୍ଥିତି, ଯେଉଁଥିରେ ଅସ୍ଥିଗୁଡ଼ିକ ଖୁବ୍‌ ଦୁର୍ବଳ ହୋଇପଡ଼େ ଏବଂ ସାମାନ୍ୟ ଆଘାତରେ ଭାଙ୍ଗିଯାଏ। ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଅସ୍ଥି ସବୁଠାରୁ ଅଧିକ ମଜଭୁତ ରହେ। ଏହାପରେ ଏହାର ଘନତ୍ୱ କ୍ରମେ କମିଚାଲେ। ବିଶେଷକରି ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖାଯାଏ। କାରଣ ରଜଃ ନିବୃତ୍ତି ବା ମେନୋପଜ୍‌ ପରେ ମହିଳାଙ୍କ ଶରୀରରେ ଏଷ୍ଟ୍ରୋଜେନ୍‌ ନାମକ ହରମୋନ୍‌ କ୍ଷରଣ ବନ୍ଦ ହୋଇଯାଏ ଏବଂ ଏହି ହରମୋନ୍‌ ଅସ୍ଥି ମଜଭୁତ ରଖିବା ଲାଗି ଖୁବ୍‌ ଆବଶ୍ୟକ। ଏହା ବ୍ୟତୀତ ଖାଦ୍ୟରେ କ୍ୟାଲ୍‌ସିୟମ ଏବଂ ଭିଟାମିନ୍‌ ଡି’ ଅଭାବ, ଠିକ୍‌ ଭାବେ ସୂର୍ଯ୍ୟକିରଣ ନ ପାଇବା, ବ୍ୟାୟାମ ନ କରିବା, ଧୂମପାନ, ନିଶାସେବନ ଏବଂ ଦୀର୍ଘଦିନ ଧରି ଷ୍ଟେରଏଡ୍‌ ସେବନ କରିଚାଲିବା ଅଷ୍ଟିଓପୋରୋସିସ୍‌ର ଆଶଙ୍କା ବଢ଼ାଇଦେଇଥାଏ।
ଏହାର ସେପରି କିଛି ବିଶେଷ ଲକ୍ଷଣ ଶରୀରରେ ଦେଖାଯାଏ ନାହିଁ। କାରଣ ହାଡ଼ ଦୁର୍ବଳ ହୋଇପଡ଼ୁଥିବା କେହି ଦେଖିପାରିବେ ନାହିଁ। କେବଳ କୌଣସି ସାମାନ୍ୟ ଦୁର୍ଘଟଣା ବା ହାଲୁକା ଆଘାତ ଲାଗିଲେ ଯଦି ହାଡ଼ ଭାଙ୍ଗିଯାଏ ତେବେ ଏହା ଜଣାପଡ଼େ। ମେରୁଦଣ୍ଡର ହାଡ଼ କ୍ଷୟ ହୋଇଚାଲିଲେ ଉଚ୍ଚତା କମିଯାଏ। ତଥାପି ୬୦-୭୫ ବର୍ଷ ବୟସର ହୋଇଥିଲେ ଏବଂ ଯଦି ଆପଣଙ୍କୁ ଲାଗୁଥାଏ ଯେ, ଆପଣଙ୍କ ଉଚ୍ଚତା କମିଯାଉଛି ତେବେ ଏହି ରୋଗ ବୋଲି ସନ୍ଦେହ କରିପାରିବେ। ଏହା ବ୍ୟତୀତ ଡେକ୍ସା ଟେଷ୍ଟରୁ ବି ଅଷ୍ଟିଓପୋରୋସିସ୍‌ ବାବଦରେ ଜଣାପଡ଼େ।
ଶୈଶବ ଏବଂ ଯୌବନାବସ୍ଥାରେ ଏପରି ଖାଦ୍ୟ ଖାଇବା ଉଚିତ, ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲ୍‌ସିୟମ ରହିଥିବ। କ୍ଷୀର, ଦହି, ଛେନା ଏବଂ ଛେନାପାଣି, ଚୋକଡ଼ଯୁକ୍ତ ଅଟା, ପାଳଙ୍ଗ, ଫୁଲ ଏବଂ ବନ୍ଧା କୋବି, ସବୁଜ ପତ୍ରଜାତୀୟ ଖାଦ୍ୟ ଇତ୍ୟାଦିରେ ପ୍ରଚୁର କ୍ୟାଲ୍‌ସିୟମ ଥାଏ। ପିଲାଦିନୁ ଅସ୍ଥିରେ କ୍ୟାଲ୍‌ସିୟମ ସଞ୍ଚତ୍ତ ହୋଇ ରହିଲେ ବୃଦ୍ଧାବସ୍ଥାକୁ ଅଷ୍ଟିଓପୋରୋସିସ୍‌ର ଆଶଙ୍କା ସେତେ ବା ମୋଟେ ରହିବ ନାହିଁ।
ଶରୀର କ୍ୟାଲ୍‌ସିୟମ ଗ୍ରହଣ କରିବା ଲାଗି ଭିଟାମିନ୍‌ ଡି ଜରୁରୀ। ଚର୍ମରେ ସୂର୍ଯ୍ୟକିରଣ ପଡ଼ିଲେ ହିଁ ଭିଟାମିନ୍‌ ଡି ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ସକାଳୁ ଅତି କମ୍‌ରେ ଅଧଘଣ୍ଟା ଖରାରେ ବସିବା ଯଥେଷ୍ଟ। ପିଲାମାନେ ଖେଳକୁଦ ତଥା ହାଡ଼ ମଜଭୁତ କରୁଥିବା ବ୍ୟାୟାମ କରିବା ଉଚିତ। ସେହିପରି ବୟସ୍କମାନେ ଅତି କମ୍‌ରେ ଅବସର ପର୍ଯ୍ୟନ୍ତ ଶାରୀରିକ କ୍ରିୟାଶୀଳ ରହିବା ସହିତ ଓଜନ ଧରି ବ୍ୟାୟାମ କରିବା, ଚଲାବୁଲା, ଦୌଡ଼, ପହଁରା ଏବଂ ସାଇକେଲ ଚାଳନା ପରି ବ୍ୟାୟାମ କଲେ ହାଡ଼ ମଜଭୁତ ରହେ।
ମହିଳାଙ୍କ କ୍ଷେତ୍ରରେ ମେନୋପଜ୍‌ ପରେ ନୂଆ ହାଡ଼ ତିଆରି ହେବା ପ୍ରକ୍ରିୟା କମ୍‌ ହେଉଥିବାରୁ ଅଷ୍ଟିଓପୋରୋସିସ୍‌ ହେବାର ଆଶଙ୍କା ବଢ଼ିଯାଏ। ବୋନ୍‌ ମାସ ଡେନ୍‌ସିଟି ପରୀକ୍ଷଣରୁ ଏ ବାବଦରେ ଜଣାପଡ଼େ। ପୁଣି ୩୦ବର୍ଷ ପରେ ଶରୀରରେ କ୍ୟାଲ୍‌ସିୟମର ସଞ୍ଚତ୍ତ୍ତ ଭଣ୍ଡାର କମ୍‌ ହୋଇଆସେ। ତେଣୁ ଶରୀରରେ କ୍ୟାଲ୍‌ସିୟମ ମାତ୍ରା ସନ୍ତୁଳିତ ରଖିବା ପାଇଁ ଖାଦ୍ୟରେ ଉଚିତ ମାତ୍ରାରେ କ୍ୟାଲ୍‌ସିୟମ ନେବା ଜରୁରୀ।
ହାଡ଼ ମଜଭୁତ କରିବାକୁ ଡାକ୍ତର କିମ୍ବା ଡାଏଟ୍‌ିସିଆନ୍‌ଙ୍କ ପରାମର୍ଶକ୍ରମେ ଖାଦ୍ୟ ତାଲିକା ପ୍ରସ୍ତୁତ କରନ୍ତୁ। କେଉଁ କେଉଁ ଖାଦ୍ୟରେ କ୍ୟାଲ୍‌ସିୟମ ପର୍ଯ୍ୟାପ୍ତ ରହିଛି ତାହା ଜାଣିବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶରେ କ୍ୟାଲ୍‌ସିୟମ ସପ୍ଲିମେଣ୍ଟ୍‌ସ ବି ନେଇପାରନ୍ତି। ଦୁଗ୍ଧ ତଥା ଦୁଗ୍ଧଜାତ ଖାଦ୍ୟରେ କ୍ୟାଲ୍‌ସିୟମ ଥିବାରୁ ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଖାଇପାରିବେ। ଲିଫ୍ଟ ବଦଳରେ ଶିଡ଼ିରେ ଯିବା ଆଦି ନିଶ୍ଚୟ କରିବେ। କ୍ୟାଲ୍‌ସିୟମ ତଥା ଭିଟାମିନ୍‌ ଡି’ଯୁକ୍ତ ହେଲ୍‌ଥ ଡ୍ରିଙ୍କ ପିଇବା ଭଲ। ଏହା ବ୍ୟତୀତ ମେନୋପଜ୍‌ ହେବା ପୂର୍ବରୁ ଖାସ୍‌ କରି ୩୦ ବର୍ଷ ପରେ ମହିଳାମାନଙ୍କୁ ପ୍ରଚୁର ମାତ୍ରାରେ କ୍ୟାଲ୍‌ସିୟମ ଏବଂ ଅନ୍ୟ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦରକାର। ଖାଦ୍ୟରେ କାର୍ବୋନେଟେଡ୍‌ ଡ୍ରିଙ୍କ୍‌ସ, କଫି, ଚା ଆଦି ଅଧିକ ହେଲେ ହାଡ଼ରେ କ୍ୟାଲ୍‌ସିୟମ ପରିମାଣ କମି ଆସେ। ତେଣୁ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।

  • ଡା. ମଦନ ମୋହନ ସାହୁ
    ପ୍ରଫେସର, (ଅସ୍ଥିଶଲ୍ୟ ବିଭାଗ) ପିଏମ୍‌ଆର୍‌ ମେଡିକାଲ କଲେଜ, ବାରିପଦା
    drmadanmohan111sahoo@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri