ଓଷ୍ଟା କୋରାପୁଟ ଶାଖାର ରାସ୍ତାକୁ ଓହ୍ଲାଇବା ଚେତାବନୀ

ସୁନାବେଡ଼ା,୧୬।୫(ସ୍ବ.ପ୍ର.): ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ବେତନ ପ୍ରଦାନ ପଦ୍ଧତି (ମୋଡାଲିଟି) ପ୍ରକାଶ ପାଇଛି। ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋରାପୁଟ ଓଷ୍ଟା ସଂଘ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ସପ୍ତମ ବେତନ ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। କ୍ୟାବିନେଟ୍‌ ଅନୁମୋଦନ ପରେ ଜାନୁୟାରୀ ୧୧ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏହାର ପାଞ୍ଚ ମାସ ପରେ ମୋଡାଲିଟି ପ୍ରକାଶ ପାଇଛି। ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଚଞ୍ଚକତାପୂର୍ଣ୍ଣ ବୋଲି ସଂଘ କହିଛି। ଏଥିସହ ସରକାରଙ୍କ ଏହି ନିଷ୍ପତ୍ତି ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ମଞ୍ଚର ନେତୃମଣ୍ଡଳୀଙ୍କ ସହିତ ବାରମ୍ବାର ବୈଠକ କରାଯାଇଛି। ତେବେ ବିଜ୍ଞପ୍ତି ପ୍ରକାଶ ପାଇବାବେଳକୁ ଏଥିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସବୁ ବିଦ୍ୟାଳୟ, ମହାବିଦ୍ୟାଳୟକୁ ସପ୍ତମ ବେତନ ଦିଆ ନ ଯାଇ କେବେଳ ଶତପ୍ରତିଶତ ଦରମା ପାଉଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ବିଜ୍ଞପ୍ତି ଅନ୍ତର୍ଭୁକ୍ତ କରାଗଲା। ୭୫ ପ୍ରତିଶତ ଓ ଗୋଟିଏ ଦିନ ପରେ ୧୦୦ ପ୍ରତିଶତ ଦରମା ପାଇବା ପାଇଁ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ମଧ୍ୟ ବାଦ୍‌ ଦିଆଗଲା। ଏଭଳି ଏକ ବିଜ୍ଞପ୍ତି ପ୍ରକାଶ କରି ଶିକ୍ଷକମାନଙ୍କୁ ରାସ୍ତାକୁ ପୁନର୍ବାର ଆସିବା ପାଇଁ ସରକାର ବାଧ୍ୟ କରୁଛନ୍ତି ବୋଲି ସଂଘ କହିଛି। କରୋନା ପାଇଁ ଦୀର୍ଘ ୨ ବର୍ଷ ପରେ ସ୍ବାଭାବିକ ହୋଇ ଆସୁଥିବା ଶିକ୍ଷାଦାନ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି ବୋଲି ସେମାନେ କହିଛନ୍ତି। ୧୭ ତାରିଖ ସୁଦ୍ଧା ଏହାର ସମାଧାନ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଯଦି ଏଥିରେ ପରିବର୍ତ୍ତନ କରା ନ ଯାଏ, ତେବେ ପୁନର୍ବାର ହଜାର ହଜାର ଶିକ୍ଷକ, କର୍ମଚାରୀ ରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି। ସରକାରଙ୍କ ଉକ୍ତ ପଦ୍ଧତି (ମୋଡାଲିଟି) ଅନୁଯାୟୀ ଦରମା ଗ୍ରହଣ କରାଯିବ ନାହିଁ। ଦରକାର ପଡିଲେ ୧୮ରେ ବିଇଓ, ଡିଇଓ ଅଫିସ ଅଚଳ କରାଯିବ ବୋଲି କୋରାପୁଟ ଜିଲା ସମ୍ପାଦକ ଅଶୋକ ପଟ୍ଟନାୟକ କହିଛନ୍ତି। ସଭାପତି ସୁଶାନ୍ତ ଖୁଣ୍ଟିଆ, ରାଜ୍ୟ ଉପସଭାପତି ରାମକୃଷ୍ଣ ସାବତ, ଜିଲା କାର୍ଯ୍ୟକାରୀ ସଭାପତି ବିଜୟ ଭଟ୍ଟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ବୈଦ୍ୟ, ଜିଲା ଉପସଭାପତି ସରୋଜ ପାଢ଼ୀଙ୍କ ସମେତ ସମସ୍ତ ବ୍ଲକ ସଭାପତି ଓ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri