Posted inଖେଳ

ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଓସାକା: ମାନସିକ ଅବସାଦ କାରଣରୁ ନିଷ୍ପତ୍ତି ନେଲେ

ପ୍ୟାରିସ୍‌,୨।୬(ଏପି): କ୍ରୀଡ଼ାରେ ମାନସିକ ଅବସାଦ ତଥା ଦୁଶ୍ଚିନ୍ତାର ପ୍ରଭାବ ରହିବା ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରୀଡ଼ାବିତ୍‌, କ୍ରିକେଟର ମାନସିକ ଅବସାଦ ପାଇଁ ଖେଳ ଛାଡ଼ିବାର ଏକାଧିକ ଉଦାହରଣ ରହିଛି। ଏବେ ଟେନିସରେ ଏହା ଦେଖିବାକୁ ମିଳିଛି। ୪ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ କରିଥିବା ଜାପାନର ୨୩ ବର୍ଷୀୟା ମହିଳା ତାରକା ଟେନିସ ଖେଳାଳି ନାଓମି ଓସାକା ଦୁଶ୍ଚିନ୍ତା ତଥା ମାନସିକ ଅବସାଦର ଶିକାର ହୋଇ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଫଳରେ ସମଗ୍ର କ୍ରୀଡ଼ା ଜଗତରେ ଚର୍ଚ୍ଚା ସୃଷ୍ଟି ହୋଇଛି। ବିଶ୍ୱର ୨ ନମ୍ବର ଖେଳାଳି ରବିବାର ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଫ୍ରେଞ୍ଚ୍‌ ଓପନ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ରୋମାନିଆର ପାଟ୍ରିସିଆ ଟିଗ୍‌ଙ୍କୁ ୬-୪, ୭-୬ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଥିଲେ। ସେ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରୁ ଓହରିଯାଇ କ୍ରୀଡ଼ା ଜଗତରେ ହଇଚଇ ସୃଷ୍ଟି କରିଛନ୍ତି। ପ୍ରଥମେ ମିଡିଆକୁ ଏଡାଇଯିବା, ପରେ ଜରିମାନା ଓ ଶେଷରେ ଓହରିବା ନିଷ୍ପତ୍ତି ନେଇଥିବାରୁ ଓସାକାଙ୍କୁ ନେଇ ବାଦବିବାଦ ଦେଖାଦେଇଛି।
ଟୁଇଟ୍‌ କରି ଓସାକା ଏ ସମ୍ପର୍କରେ ସୂଚନା ଦେଇଥିଲେ। ୨୦୧୮ ୟୁଏସ୍‌ ଓପନ୍‌ରୁ ସେ ଡିପ୍ରେସନର ଶିକାର ହୋଇଥିଲେ ବୋଲି କହିଛନ୍ତି। ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଖେଳାଳିର ମାନ୍ୟତା ପାଇଥିବା ଓସାକା ମାନସିକ ଅବସାଦ, ଚିନ୍ତାର ଶିକାର ହୋଇଛନ୍ତି ଓ ଟୁର୍ନାମେଣ୍ଟରୁ ଓହରିବା ତାଙ୍କ ପାଇଁ ଶ୍ରେୟସ୍କର ବୋଲି କହିଛନ୍ତି। ତେବେ ଟୁର୍ନାମେଣ୍ଟରୁ ଓହରିବାର ଟାଇମିଂ ଠିକ୍‌ ନୁହେଁ ବୋଲି ସେ ସ୍ବୀକାର କରିଛନ୍ତି।
ଡିପ୍ରେସନ ପାଇଁ ଓସାକା ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି ବୋଲି ଓସାକାଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡୁଗୁଇଡ୍‌ କହିଛନ୍ତି। ୨୩ ବର୍ଷରେ ପଦାର୍ପଣ କରିବାର ଗୋଟିଏ ଦିନ ପରେ ଓସାକା ଏହି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ଜାପାନ ଜନ୍ମିତ ଓସାକା ମାତ୍ର ୩ ବର୍ଷ ବୟସରେ ପରିବାର ସହ ଆମେରିକା ଚାଲିଆସିଥିଲେ। ତାଙ୍କର ଏହି ନିଷ୍ପତ୍ତିକୁ ଅବଶ୍ୟ ବିଭିନ୍ନ କ୍ରୀଡ଼ାବିତ୍‌ମାନେ ସମର୍ଥନ ଜଣାଇଛନ୍ତି। ଓସାକାଙ୍କ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ଫ୍ରେଞ୍ଚ୍‌ ଟେନିସ ଫେଡେରେଶନ ଅଧ୍ୟକ୍ଷ ଗାଏଲ୍ସ ମୋରେଟନ କହିଛନ୍ତି। ସେ ଖୁବ୍‌ଶୀଘ୍ର ମାନସିକ ଅବସାଦରୁ ମୁକ୍ତିଲାଭ କରନ୍ତୁ ଓ ଆସନ୍ତା ବର୍ଷ ସେ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରନ୍ତୁ ବୋଲି କହିଛନ୍ତି।
ଫ୍ରେଞ୍ଚ୍‌ ଓପନରେ ଓସାକା ସେତେଟା ସଫଳ ନୁହନ୍ତି
ରେଡ୍‌ କ୍ଲେ କୋର୍ଟରେ ଖେଳାଯାଉଥିବା ଫ୍ରେଞ୍ଚ୍‌ ଓପନରେ ଓସାକା ଅବଶ୍ୟ ସେତେଟା ସଫଳତା ହାସଲ କରିନାହାନ୍ତି। ଏକ ଗ୍ରାଣ୍ଡସ୍ଲାମ ଜିତିବାକୁ ହେଲେ କ୍ରମାଗତ ଭାବେ ୭ଟି ବିଜୟ ହାସଲ କରିବାକୁ ହୋଇଥାଏ। ଓସାକା ପୂର୍ବରୁ ଫ୍ରେଞ୍ଚ୍‌ ଓପନରେ କେବେହେଲେ ତୃତୀୟ ରାଉଣ୍ଡ ଅତିକ୍ରମ କରିନାହାନ୍ତି। ସେ ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ୪ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ସେ ୨୦୧୮ ଓ ୨୦୨୦ରେ ୟୁଏସ୍‌ ଓପନ ଜିତିଛନ୍ତି। ସେହିପରି ସେ ୨୦୧୯ ଓ ୨୦୨୧ରେ ଅଷ୍ଟ୍ରେଲିଆନ ଓପନରେ ଚାମ୍ପିୟନ ହୋଇଥିଲେ।
ଖବରଦାତା ସମ୍ମିଳନୀ ଏଡ଼ାଇବାରୁ ୧୦ ଲକ୍ଷ ଟଙ୍କା ଜରିମାନା
ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଜିତିବା ପରେ ଖବରଦାତା ସମ୍ମିଳନୀରେ ଯୋଗ ନ ଦେବାରୁ ଫ୍ରେଞ୍ଚ୍‌ ଓପନ ଟୁର୍ନାମେଣ୍ଟ ରେଫରି ଓସାକାଙ୍କ ଉପରେ ୧୫,୦୦୦ ଆମେରିକୀୟ ଡଲାର ତଥା ପାଖାପାଖି ୧୦ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଗଣମାଧ୍ୟମଠାରୁ ଦୂରେଇ ରହିବାର ଏଭଳି ଆଚରଣ ଜାରି ରଖିଲେ ତାଙ୍କ ଉପରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇଛନ୍ତି। ଫ୍ରେଞ୍ଚ୍‌ ଟେନିସ ଫେଡେରେଶନ (ଏଫ୍‌ଟିଏଫ୍‌) ଅଧ୍ୟକ୍ଷ ମୋରେଟନ ଓ ଅନ୍ୟ ୩ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ମିଳିତ ଭାବେ ମନ୍ତବ୍ୟ ଦେଇ ଏହି ଜରିମାନା ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଓସାକା ଗତ ବୁଧବାର ଫ୍ରେଞ୍ଚ୍‌ ଓପନ ଖେଳିବା ଅବସରରେ କୌଣସି ଖବରଦାତା ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ତେବେ ଏହି ନିଷ୍ପତ୍ତି କାରଣରୁ ଯଦି କୌଣସି ଖବରଦାତା ଆଘାତ ପାଇଛନ୍ତି ତାହାହେଲେ କ୍ଷମାମାଗୁଛି ବୋଲି ସେ ଟୁଇଟ୍‌ କରି ଉଲ୍ଲେଖ କରିଥିଲେ। ସ୍ବତଃପ୍ରବୃତ୍ତ ଭାବେ ଭଲ କଥା କହିପାରି ନ ଥାଏ। ତେଣୁ ସାରା ବିଶ୍ୱର ଗଣମାଧ୍ୟମ ସହ କଥା ହେବା ପୂର୍ବରୁ ଅତ୍ୟଧିକ ଭାବେ ଚିନ୍ତା, ନର୍ଭସ ଓ ଉଦ୍‌ବେଗର ଶିକାର ହୋଇଥାଏ ବୋଲି ସେ କହିଛନ୍ତି। ବର୍ତ୍ତମାନ ପାଇଁ ଟେନିସ କୋର୍ଟରୁ ଦୂରେଇ ରହିବି ବୋଲି ସେ କହିଛନ୍ତି।
କ’ଣ କହୁଛି ଟେନିସର ନିୟମ
ଖବରଦାତା ସମ୍ମିଳନୀରେ ନ ପହଞ୍ଚିବା ପରେ ଓସାକାଙ୍କ ଉପରେ ଆୟୋଜକମାନେ କ୍ଷୁବ୍ଧ ହୋଇଥିଲେ। ତେବେ ସେ ଯଦି ଏଭଳି କରିବା ଜାରି ରଖନ୍ତି ତା’ହେଲେ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ଟେନିସ ଆଚରଣ ବିଧି ୩ ଏଚ୍‌ ଅନୁସାରେ ଖେଳାଳିମାନେ ଖବରଦାତା ସମ୍ମିଳନୀରେ ଯୋଗଦେବା ଦ୍ୱାରା ଟେନିସ ଖେଳର ପ୍ରଚାର ତଥା ପ୍ରସାର ହୋଇଥାଏ। ତେଣୁ ଖେଳାଳିମାନେ ଗଣମାଧ୍ୟମ କାର୍ଯ୍ୟକଳାପରେ ଜଡ଼ିତ ରହିବା ଅପରିହାର୍ଯ୍ୟ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?