ଯୁଗ୍ମ ତଦନ୍ତ କଲେ ଓଆର୍‌ଏସ୍‌ଏସି,ମାଇନିଂ ଅଫିସର

ନୟାଗଡ଼ ଅଫିସ,୭।୪: ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଗୋତିସାହି ଆରଆଇ ଅଫିସର ପୁଆଣିଆଁସ୍ଥ ଟାଙ୍ଗିରି ପାହାଡ଼ ପଥର ଖଣିକୁୂ ଓଡିଶା ସ୍ପେଶ ଆପ୍ଲିକେଶନ (ଓଆରଏସଏସି)ର ୫ଜଣିଆ ଟିମ୍‌ ଓ ମାଇନିଂ ଅଫିସର ତଥା ଓଡ଼ଗାଁ ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟ ଗୁରୁବାର ପରିଦର୍ଶନ କରିଛନ୍ତି। ଏହି ଖଣିରେ କେତେ ଖଣି ଖନନ କରିବା କଥା, କେତେ ଖନନ ହୋଇଛି ତା’ର ଯୁଗ୍ମ ତଦନ୍ତ କରାଯାଇଛି। ଓଆରଏସ୍‌ଏସି ଟିମ୍‌ ଓଡ଼ଗାଁ ତହସିଲଦାରଙ୍କୁ ରିପୋର୍ଟ ଦେବା ପରେ ଏହା ଇସ୍ପାତ୍‌ ଓ ଖଣି ବିଭାଗକୁ ହସ୍ତାନ୍ତର କରାଯିବ। ତେବେ ବେଆଇନ ଖନନ ନେଇ ୧୪ ଲକ୍ଷ ୪୪ ହଜାର ୯୩୨ ଟଙ୍କା ଫାଇନ ହୋଇଛି। ସୂଚନାଯୋଗ୍ୟ, ରାଜସ୍ବ ବିଭାଗ ଅଧୀନରେ ଥିବା ସମସ୍ତ ପଥର ଖଣି ଏବେ ଇସ୍ପାତ୍‌ ଓ ଖଣି ବିଭାଗକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଏପରି ତଦନ୍ତ ହୋଇଛି । ତେବେ ଏହି ଖଣି ଉପରେ ବିଭିନ୍ନ ପ୍ରକାରର ଅଭିଯୋଗ ଥିବାରୁ ଏହାକୁ ପ୍ରଥମେ ତଦନ୍ତ କରାଯାଇଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ପୁଆଣିଆଁ ଟାଙ୍ଗିରି ପାହାଡ଼ରେ କ୍ରଶର ଚାଲିବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଥିବାବେଳେ ପ୍ରଶାସନ ଲୋକଙ୍କ ଅଭିଯୋଗକୁ ଅଣଦେଖା କରିଆସୁଛି । ଏଠାରେ ଯେଉଁ କ୍ରଶର ଚାଲୁଥିଲା ତାର ସମୟ ୨୦୨୩ ମାର୍ଚ୍ଚ ୩୧ଥିଲା । ତେବେ ସମୟ ଅତିକ୍ରମ ପରେ ବି ପୁଆଣିଆଁ କ୍ରଶର ଚାଲୁଛି ବୋଲି ଅଭିଯୋଗ ରହିଛି। ପ୍ରତିଦିନ ସନ୍ଧ୍ୟାରେ ମୁଣ୍ଡିଆରେ ବ୍ଲାଷ୍ଟିଂ ହେଉଛି। ବ୍ଲାଷ୍ଟିଂ ଯୋଗୁ ଛାତ ଘରେ ଫାଟ ସୃଷ୍ଟି ହେଲାଣି । ଶସ୍ୟକ୍ଷେତ୍ରରେ ପଥର ଖଣ୍ଡ ପଡି ଫସଲ ନଷ୍ଟ ହେଉଛି। ଗ୍ରାମ ମଧ୍ୟରେ ସବୁବେଳେ ଟ୍ରକ, ହାଇୱା ପରି ଭାରିଯାନ ଯାତାୟାତ ଯୋଗୁ ରାସ୍ତା ନଷ୍ଟ ହୋଇ ମରଣଯନ୍ତା ପାଲଟିଛି। ଅନ୍ୟପକ୍ଷେ ବର୍ଷକୁ ୧୯୮୦ କ୍ୟୁବିକ ମିଟର ଖନନ ପାଇଁ ନିର୍ଦ୍ଦେଶ ଥିବାବେଳେ ମାସକରେ ଏହାକୁ ଶେଷ କରି ଏହାର ୧୨ ଗୁଣା ଖନନ ଶେଷ ହେଲାଣି। ପୁଣି ବେଆଇନ ଭାବେ ରାସ୍ତା ନିର୍ମାଣ କରାଯାଉଛି। ଗଛ କାଟି ଜଙ୍ଗଲରୁ ଅନୁରୂପ ଭାବେ ଜଙ୍ଗଲକୁ ପଦା କରା ଚାଲିଛି ବୋଲି ଅଭିଯୋଗ ହେଉଛି। ଏନେଇ ଓଡ଼ଗାଁ ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟ କୁହନ୍ତି, ମାର୍ଚ୍ଚ ମାସରେ ବେଆଇନ ଖନନ ନେଇ ୧୪ ଲକ୍ଷ ୪୪ ହଜାର ୯୩୨ ଟଙ୍କା ଫାଇନ ହୋଇଥିଲା । ଫାଇନ ଟଙ୍କା ଡିପୋଜିଟ୍‌ ହୋଇଛି । ଓଆରଏସ୍‌ଏସି ଟିମ୍‌ର ରିପୋର୍ଟ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ପଥର ଖଣିକୁ ଇସ୍ପାତ୍‌ ଓ ଖଣି ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?