ସ୍ବର୍ଗତ ପିତାଙ୍କ ଋଣ ଶୁଝିବାକୁ ଅନାଥ ପୁଅଙ୍କୁ ସମନ, ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ମା’ବାପା ଛେଉଣ୍ଡ ଦୁଇ ନାବାଳଙ୍କ ନାମରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ବରଗଡ଼ ଶାଖା ପକ୍ଷରୁ ପିତାଙ୍କ ନାମରେ ଥିବା ଋଣ ଶୁଝିବାକୁ ସମନ ଜାରି କରାଯାଇଛି। ଏ ନେଇ ନାବାଳକ ଦ୍ୱୟ ପତ୍ର ମାଧ୍ୟମରେ ରାଷ୍ଟ୍ରପତି ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ମାମୁଁ ଘରେ ବୃଦ୍ଧ ଅଜାଙ୍କ ସହିତ ରହି ଗାଁ ସ୍କୁଲରେ ପାଠ ପଢ଼ୁଛନ୍ତି ପ୍ରତୀକ ପ୍ରିୟଦର୍ଶୀ ପୁଟା (୧୧) ଓ ପ୍ରାଜିତ ପ୍ରିୟଦର୍ଶୀ ପୁଟା (୭)। ସେମାନଙ୍କ ପିତା ବଲାଙ୍ଗୀର ଜିଲା ପଲସାପଦର ଗ୍ରାମର ବିଧୁ ଭୂଷଣ ପୁଟା ବରଗଡ଼ରେ ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୨୦ କୋଭିଡ୍‌ କାଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏକବର୍ଷର ବ୍ୟବଧାନରେ ସେମାନଙ୍କ ମାତାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏପରି କି କିଛିଦିନ ପରେ ସେମାନଙ୍କ ଜେଜେବାପା ମଧ୍ୟ ସେମାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ନାବାଳକ ଦ୍ୱୟଙ୍କୁ ସେମାନଙ୍କ ମାତାଙ୍କ ପିତା (୭୨) ଆସି ନିଜ ଘର ସମ୍ବଲପୁର ଜିଲା କେନାଢ଼ିପାକୁ ନେଇ ଭରଣପୋଷଣ କରୁଛନ୍ତି।

ଏଭଳି ପରିସ୍ଥିତିରେ ୨୦୨୪ ଜାନୁଆରୀ ୩୦ରେ ପ୍ରତିକ ଓ ପ୍ରାଜିତଙ୍କ ନାମରେ ଭାରତୀୟ ଷ୍ଟେଟବ୍ୟାଙ୍କ ବରଗଡ଼ ଶାଖାରୁ ଏକ କୋର୍ଟ ନୋଟିସ ଆସିଥିଲା। ଏହି ନୋଟିସ ଦେଖି ସେମାନଙ୍କ ଅଜା ଜାଣିବାକୁ ପାଇଲେ ଯେ, ୨୦୧୮ରେ ବିଧୁଭୂଷଣ ବରଗଡ଼ରେ କାର୍ଯ୍ୟରତ ଥିବା ସମୟରେ ଭାରତୀୟ ଷ୍ଟେଟବ୍ୟାଙ୍କରୁ ଋଣ ନେଇଥିଲେ, ଯାହା ବର୍ତ୍ତମାନ ସୁଧମୂଳ ମିଶି ୪ ଲକ୍ଷ ୯୯ ହଜାର ପାଖାପାଖି ହୋଇଛି। ଏହାକୁ ପରିଶୋଧ କରିବା ପାଇଁ ତାଙ୍କ ନାବାଳକ ନାତିଦ୍ୱୟଙ୍କ ନାମରେ ଏହି ନୋଟିସ ଜାରି କରାଯାଇ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଭୟେ ବୃଦ୍ଧ ଅଜାଙ୍କ ସହିତ କୋର୍ଟରେ ହାଜର ହୋଇଥିଲେ। ସେମାନଙ୍କୁ ଦେଖି କୋର୍ଟରେ ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଋଣ ଶୁଣିବାକୁ ଅକ୍ଷମ ଓ ନାବାଳକ ଦ୍ୱୟଙ୍କ ନିକଟକୁ କୋର୍ଟ ସମନ ନେଇ ଦୁଇ ଭାଇ ସେମାନଙ୍କ ପିତାଙ୍କ ଋଣକୁ ଛାଡ଼ କରି ନ୍ୟାୟ ପ୍ରଦାନ କରିବାକୁ ରାଷ୍ଟ୍ରପିତ ଓ ଜାତୀୟ ମାନବାଧିକାର କମିଶନଙ୍କ ନିକଟକୁ ପତ୍ର ଲେଖିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

କଲ୍ୟାଣସିଂହପୁର, ୨୬।୬ (ଦୀପକ କୁମାର ପରିଡା): ବିଷାକ୍ତ ଛତୁ ଖାଇ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ପୋଡ଼ି ପାଉଁଶ ହେଲା ୩,୧୧୬ କିଲୋ ଗଞ୍ଜେଇ, NDPS ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ମୋହନା, ୨୬।୬ (ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri