Posted inଜାତୀୟ

ଶନିବାର ହେବ ବିଶ୍ୱର ସବୁଠୁ ଉଚ୍ଚ ଶିବ ପ୍ରତିମୂର୍ତ୍ତିର ଉନ୍ମୋଚନ

ଜୟପୁର,୨୮।୧୦: ବିଶ୍ୱର ଉଚ୍ଚତମ ଶିବ ପ୍ରତିମୂର୍ତ୍ତିର ନିର୍ମାଣ ଶେଷ ହୋଇଛି। ରାଜସ୍ଥାନର ରାଜସମାନ ଜିଲାର ନାଥଦ୍ୱାରରେ ନିର୍ମିତ ଏହି ପ୍ରତିମାର ଉନ୍ମାଚନ ସମାରୋହ ଶନିବାରଠାରୁ ଆରମ୍ଭ ହେବ। ଏହା ନଭେମ୍ବର ୬ ଯାଏ ଚାଲିବ ବୋଲି ଜଣାପଡ଼ିଛି।

ନାଥଦ୍ୱାରରେ ଗଣେଶ ଟେକ୍ରି ଉପରେ ଥିବା ପାହାଡ ଉପରେ ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରାଯାଇଛି। ଏଥିରେ ଭଗବାନ ଶିବ ଧ୍ୟାନ ମୁଦ୍ରାରେ ବସିଛନ୍ତି। ଏହି ମୂର୍ତ୍ତିର ଉଚ୍ଚତା ୩୬୯ ମିଟର ହୋଇଥିବା ବେଳେ ଏହାର ନାମ ‘ବିଶ୍ୱାସ ସ୍ବରୂପମ୍‌’ ଦିଆଯାଇଛି। ଏହାକୁ ନିର୍ମାଣ କରିବା ଲାଗି ୧୦ ବର୍ଷ ସମୟ ଲାଗିଛି। ବିଶ୍ୱର ଶ୍ରେଷ୍ଠ-୫ ଉଚ୍ଚ ପ୍ରତିମୂର୍ତ୍ତି ମଧ୍ୟରେ ଏହା ସ୍ଥାନ ପାଇଛି। ସନ୍ଥ କୃପା ସନାତନ ସଂସ୍ଥାନ ଏହାକୁ ପ୍ରସ୍ତୁତ କରିଛନ୍ତି। ତେବେ ରାତିରେ ଏହି ପ୍ରତିମୂର୍ତ୍ତିକୁ ସ୍ପଷ୍ଟ ଭାବେ ଦେଖିବା ଲାଗି ସ୍ବତନ୍ତ୍ର ଆଲୋକର ବ୍ୟବସ୍ଥା କରାଯାଇଛି।

ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ୍‌ ହୋଇଥିବାରୁ ଏହା ବିଶ୍ୱର ଉଚ୍ଚତମ ଶିବ ପ୍ରତିମୂର୍ତ୍ତି ହେବାକୁ ଯାଉଛି। ତେବେ ଏହା ପଛର କାହାଣୀ ମଧ୍ୟ ରୋମାଞ୍ଚକର। ୨୦୧୨ରେ ଏହି ପ୍ରତିମୂର୍ତ୍ତିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା, ସେତେବେଳେ ଏହାର ଉଚ୍ଚତା ୨୫୧ ମିଟର ରଖିବାକୁ ଯୋଜନା କରାଯାଇଥିଲା। ହେଲେ ନିର୍ମାଣ ସମୟରେ ଏହାର ଉଚ୍ଚତା ୩୫୧ ମିଟରରେ ପହଞ୍ଚିଥିଲା। ପରେ ଶିବଙ୍କ ଜଟାରେ ଗଙ୍ଗାଙ୍କ ଜଳଧାରା ରଖିବାକୁ ଯୋଜନା କରାଯାଇଥିଲା, ଫଳରେ ଏହାର ଉଚ୍ଚତା ୩୬୯ ମିଟରରେ ପହଞ୍ଚିିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଦିଅରଙ୍କ ବିବାହ ଠିକ୍‌ ହେବାରୁ ଜୀବନ ହାରିଦେଲେ ଭାଉଜ, ବଡ଼ ଖୁଲାସା କରି ସ୍ବାମୀ କହିଲେ…

ଲକ୍ଷ୍ନୌ,୯।୨: ଉତ୍ତର ପ୍ରଦେଶର ଇଟାୱା ଜିଲାର ଅହିଭରନପୁରା ଗାଁରେ ଜଣେ ମହିଳା ନିଜ ଦିଅରଙ୍କ ବିବାହ ଠିକ୍‌ ହେବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ତା’ପରେ ସେ ଆତ୍ମହତ୍ୟା…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri