Posted inUncategorized

ବୁଡ଼ି ଯାଉଥିଲେ; ସମୁଦ୍ରରୁ ବକ୍ସିଂ କୋଚ୍‌, ଖେଳାଳିଙ୍କୁ ଉଦ୍ଧାର କଲେ ଓଡ଼ିଆ ଯୁବକ

ନୟାଗଡ଼ ଅଫିସ/ରଣପୁର,୧୩।୧(ସ୍ବ.ପ୍ର.): ପୁଡ଼ୁଚେରୀ ନିକଟ ସମୁଦ୍ରରେ ୩ଜଣ ବୁଡ଼ି ଯାଉଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ କେବଳ ଚିତ୍କାର କରୁଥିଲେ। ହେଲେ କେହି ସମୁଦ୍ର ଭିତରକୁ ଯାଇ ସେମାନଙ୍କୁ ରକ୍ଷା କରିବାକୁ ସାହସ କରି ପାରୁ ନ ଥିଲେ। ଏହି ସମୟରେ ସେଠାରେ ଥିବା ନୟାଗଡ଼ ଜିଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ପଥରପୁଞ୍ଜି ଗଁାର ଚିତ୍ତରଞ୍ଜନ ପ୍ରଧାନ(୨୧) ନିଜ ଜୀବନକୁ ବାଜି ଲଗାଇ ୨ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କର ଏହି ସାହସିକତାକୁ ପୁଡ଼ୁଚେରୀ ବାଚସ୍ପତି ଆର.ସେଲଭମ୍‌ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଏପରି କି ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ସାହସ ସହିତ ଚିତ୍ତରଞ୍ଜନଙ୍କୁ ତୁଳନା କରିଛନ୍ତି। ଏହି ଘଟଣା ପରେ ବାଚସ୍ପତି ସେଲଭମ୍‌ ଚିତ୍ତରଞ୍ଜନଙ୍କୁ ତାମିଲନାଡୁ ବିଧାନସଭାକୁ ଡକାଇ ସମ୍ବର୍ଦ୍ଧିତ କରିଛନ୍ତି।

ସୂଚନା ଅନୁଯାୟୀ, ରାଜସୁନାଖଳା ଶ୍ରୀଅରବିନ୍ଦ ଆଶ୍ରମ ସ୍କୁଲର ପୁରାତନ ଛାତ୍ର ଚିତ୍ତରଞ୍ଜନ ପୁଡ଼ୁଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ଧ୍ୟାନ(ମେଡିଟେଶନ)କରିବାକୁ ଗତ ୫ ତାରିଖରେ ଯାଇଥିଲେ। ଜାନୁୟାରୀ ୮ରେ ତାଙ୍କର ଓଡ଼ିଶା ଫେରିବାର ଥିଲା। ସେଦିନ ପୁଡ଼ୁଚେରୀ ସମୁଦ୍ର ବେଳାଭୂମିରେ ଜାତୀୟ କନିଷ୍ଠ ବକ୍ସିଂ ପ୍ରତିଯୋଗିତା ଚାଲିଥିଲା। ଏଥିରେ ବିଭିନ୍ନ ଦେଶର ବକ୍ସର ଓ କୋଚ୍‌ ଯୋଗଦେଇଥିଲେ। ଚିତ୍ତରଞ୍ଜନ ୮ ତାରିଖ ଅପରାହ୍ନରେ ସମୁଦ୍ରକୂଳରେ ବୁଲୁ ଥିଲେ। ସମୁଦ୍ରରେ ବହୁ ଲୋକ ଗାଧୋଇ ମଜା ନେଉଥିଲେ। ହଠାତ୍‌ ସମୁଦ୍ରରେ ୩ଜଣ ବୁଡି ଯାଉଥିବା ଦେଖି ଲୋକମାନେ ପାଟି କରିଥିଲେ। ଏହି ସମୟରେ ଚିତ୍ତରଞ୍ଜନ ସମୁଦ୍ରକୁ ଡେଇଁ ପଡ଼ି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଅଶାନ୍ତ ସମୁଦ୍ର ମଧ୍ୟରୁ ଚିତ୍ତରଞ୍ଜନ କେରଳର ବକି୍ସଂ କୋଚ୍‌ ସର୍ବେଶ୍ୱରନ ଓ ଜାତୀୟ କନିଷ୍ଠ ବକି୍ସଂ ଗୋଲ୍ଡ ମେଡାଲିଷ୍ଟ ତଥା ତାମିଲନାଡୁର କୋଏମ୍ବାଟୁର ସହରର ଅମ୍ରିଥା ଶିବକୁମାର(୧୭) ନାମ୍ନୀ ଛାତ୍ରୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ହେଲେ ଅନ୍ୟ ଜଣେ ଛାତ୍ରୀଙ୍କୁ ବଞ୍ଚାଇ ପାରି ନ ଥିଲେ। ଏନେଇ ଚିତ୍ତରଞ୍ଜନ କୁହନ୍ତି, ପୁଡ଼ୁଚେରୀର ସମୁଦ୍ର ସମ୍ପର୍କରେ ମୁଁ ଅଜଣା ଥିଲି। ହେଲେ ବୁଡ଼ିଯାଉଥିବା ୩ଜଣଙ୍କୁ ଦେଖି ମୁଁ ନିଜକୁ ସମ୍ଭାଳି ପାରି ନ ଥିଲି। ବଡ଼ ବଡ଼ ଲହଡ଼ି କାଟି ମୁଁ ସମୁଦ୍ରକୁ ଡେଇଁ ପଡିଥିଲି। ଭାଗ୍ୟକୁ ୨ଜଣଙ୍କ ଜୀବନ ବଞ୍ଚାଇ ପାରିଥିଲି। ଅନ୍ୟଜଣଙ୍କ ଟେର୍‌ ପାଇ ନ ଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri