ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ଓଡ଼ିଆ ହିରୋଇନ: ଟ୍ରୋଲ୍‌ ହେଲେ ରାମ ଗୋପାଲ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ‘ଥ୍ରୀଲର’ ନାମକ ଏକ ନୂଆ ଫିଲ୍ମ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି। ସେ ଓଡ଼ିଶାର ଜଣେ ନୂଆ ଅଭିନେତ୍ରୀ ଅପ୍‌ସରା ରାନୀଙ୍କୁ ସାଇନ୍‌ କରିଛନ୍ତି। ଏନେଇ ବର୍ମା ନିଜ ଟୁଇଟର୍‌ରେ ପୋଷ୍ଟ କରି ଜଣାଇଛନ୍ତି। ‘ଆର୍‌ଜିଭି ଓ୍ବାଲର୍‌ଡ’ରେ ଆଗାମୀ ଫିଲ୍ମର ନାୟିକା ହେବେ ଅପ୍‌ସରା ରାନୀ। ତେବେ ଅପ୍‌ସରାଙ୍କ ପରିଚୟ ଦେବା ସହ ବର୍ମା ଲେଖିଛନ୍ତି, ତାଙ୍କ ଘର ଓଡ଼ିଶାରେ। ସେ ଡେରାଡୁନର ପାହାଡିଆ ଅଞ୍ଚଳରେ ଜନ୍ମ ଗ୍ରହଣ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ହାଇଦ୍ରାବାଦରେ ରହୁଛନ୍ତି। ସେ ଜଣେ ଭଲ ଡ୍ୟାନ୍ସର ସହ ଭଲ ଅଭିନେତ୍ରୀ ମଧ୍ୟ। ସେ ପ୍ରଥମେ ତାଙ୍କୁ ଦେଖିକି ବିଶ୍ୱାସ କରିପାରି ନ ଥିଲେ। ଓଡ଼ିଶାରେ ଏଭଳି ପ୍ରତିଭା ଥିବା ସେ ଜାଣି ନ ଥିଲେ। ୧୯୯୯ ମହାବାତ୍ୟାକୁ ମୁଁ ଅନୁଭବ କରିପାରୁଛି। ଓଡ଼ିଶାରେ ଏଭଳି ସୁନ୍ଦରୀମାନେ ଥିବାରୁ ବିଭିନ୍ନ ପ୍ରକାର ଝଡ଼ ହେଉଛି ବୋଲି ଆର୍‌ଜିଭି ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି। ଆର୍‌ଭିଜିଙ୍କ ଏଭଳି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରାଯାଇଛି। ଓଡ଼ିଶାରେ ଟାଲେଣ୍ଟ୍‌ର ଅଭାବ ନାହିଁ। ଏଠାରେ କଳା, ସଂସ୍କୃତିକୁ ପୂଜା କରାଯାଏ। ଓଡ଼ିଶାର ନାମ ଦିନେ କଳିଙ୍ଗ ଓ ଉତ୍କଳ ରହିଥିଲା ବୋଲି ଟୁଇଟର ଓ ଫେସ୍‌ବୁକ୍‌ରେ ବିଭିନ୍ନ ୟୁଜର୍ସ କମେଣ୍ଟମାନ ଦେଇଛନ୍ତି। ଓଡ଼ିଶା ଉପରେ ଦୁର୍ବଳ ଜ୍ଞାନକୁ ନେଇ ଆର୍‌ଭିଜିଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି।
ରାମ ଗୋପାଲ ବର୍ମା ତାଙ୍କର ଏହି ମୁଭି ପାଇଁ ଅଙ୍କିତା ମହାରଣାଙ୍କ ନାମ ପରିବର୍ତ୍ତନ କରି ଅପ୍‌ସରା ରାନୀ ରଖିଛନ୍ତି। ଏହି ନାମ ରଖିବା ପରେ ସୋସିଆଲ ସାଇଡ୍‌ରେ ସେ ଆକାଉଣ୍ଟ ଖୋଲିଛନ୍ତି। ଅପ୍‌ସରା ଫ୍ୟାନ୍‌ ଫଲୋଇଙ୍ଗ୍‌ ମଧ୍ୟ ବଢ଼ିବାରେ ଲାଗିଛି। ଅପ୍‌ସରା ଓରଫ୍‌ ଅଙ୍କିତାଙ୍କର ୨୦୧୯ରେ ତେଲୁଗୁ ରୋମାଣ୍ଟିକ୍‌ ମୁଭି ‘ଫୋର ଲେଟର୍‌’ ଆସିଥିଲା। ଅପ୍‌ସରା ଆଉ ମଧ୍ୟ ‘ପାଟଣାଗଡ଼’ ମୁଭିରେ ଅଭିନୟ କରିଥିଲେ। ଏହି ମୁଭି ଓଡ଼ିଶା ପାଟଣାଗଡ଼ର ପାର୍ସଲବୋମା ବିସ୍ଫୋରଣକୁ ନେଇ ନିର୍ମାଣ କରାଯାଇଥିଲା। ଏହା ଦ୍ୱିଭାଷୀ ମୁଭି ଥିଲା। ଏହା ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଡବିଂ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri