ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ଓଡ଼ିଆ ହିରୋଇନ: ଟ୍ରୋଲ୍‌ ହେଲେ ରାମ ଗୋପାଲ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ‘ଥ୍ରୀଲର’ ନାମକ ଏକ ନୂଆ ଫିଲ୍ମ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି। ସେ ଓଡ଼ିଶାର ଜଣେ ନୂଆ ଅଭିନେତ୍ରୀ ଅପ୍‌ସରା ରାନୀଙ୍କୁ ସାଇନ୍‌ କରିଛନ୍ତି। ଏନେଇ ବର୍ମା ନିଜ ଟୁଇଟର୍‌ରେ ପୋଷ୍ଟ କରି ଜଣାଇଛନ୍ତି। ‘ଆର୍‌ଜିଭି ଓ୍ବାଲର୍‌ଡ’ରେ ଆଗାମୀ ଫିଲ୍ମର ନାୟିକା ହେବେ ଅପ୍‌ସରା ରାନୀ। ତେବେ ଅପ୍‌ସରାଙ୍କ ପରିଚୟ ଦେବା ସହ ବର୍ମା ଲେଖିଛନ୍ତି, ତାଙ୍କ ଘର ଓଡ଼ିଶାରେ। ସେ ଡେରାଡୁନର ପାହାଡିଆ ଅଞ୍ଚଳରେ ଜନ୍ମ ଗ୍ରହଣ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ହାଇଦ୍ରାବାଦରେ ରହୁଛନ୍ତି। ସେ ଜଣେ ଭଲ ଡ୍ୟାନ୍ସର ସହ ଭଲ ଅଭିନେତ୍ରୀ ମଧ୍ୟ। ସେ ପ୍ରଥମେ ତାଙ୍କୁ ଦେଖିକି ବିଶ୍ୱାସ କରିପାରି ନ ଥିଲେ। ଓଡ଼ିଶାରେ ଏଭଳି ପ୍ରତିଭା ଥିବା ସେ ଜାଣି ନ ଥିଲେ। ୧୯୯୯ ମହାବାତ୍ୟାକୁ ମୁଁ ଅନୁଭବ କରିପାରୁଛି। ଓଡ଼ିଶାରେ ଏଭଳି ସୁନ୍ଦରୀମାନେ ଥିବାରୁ ବିଭିନ୍ନ ପ୍ରକାର ଝଡ଼ ହେଉଛି ବୋଲି ଆର୍‌ଜିଭି ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି। ଆର୍‌ଭିଜିଙ୍କ ଏଭଳି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରାଯାଇଛି। ଓଡ଼ିଶାରେ ଟାଲେଣ୍ଟ୍‌ର ଅଭାବ ନାହିଁ। ଏଠାରେ କଳା, ସଂସ୍କୃତିକୁ ପୂଜା କରାଯାଏ। ଓଡ଼ିଶାର ନାମ ଦିନେ କଳିଙ୍ଗ ଓ ଉତ୍କଳ ରହିଥିଲା ବୋଲି ଟୁଇଟର ଓ ଫେସ୍‌ବୁକ୍‌ରେ ବିଭିନ୍ନ ୟୁଜର୍ସ କମେଣ୍ଟମାନ ଦେଇଛନ୍ତି। ଓଡ଼ିଶା ଉପରେ ଦୁର୍ବଳ ଜ୍ଞାନକୁ ନେଇ ଆର୍‌ଭିଜିଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି।
ରାମ ଗୋପାଲ ବର୍ମା ତାଙ୍କର ଏହି ମୁଭି ପାଇଁ ଅଙ୍କିତା ମହାରଣାଙ୍କ ନାମ ପରିବର୍ତ୍ତନ କରି ଅପ୍‌ସରା ରାନୀ ରଖିଛନ୍ତି। ଏହି ନାମ ରଖିବା ପରେ ସୋସିଆଲ ସାଇଡ୍‌ରେ ସେ ଆକାଉଣ୍ଟ ଖୋଲିଛନ୍ତି। ଅପ୍‌ସରା ଫ୍ୟାନ୍‌ ଫଲୋଇଙ୍ଗ୍‌ ମଧ୍ୟ ବଢ଼ିବାରେ ଲାଗିଛି। ଅପ୍‌ସରା ଓରଫ୍‌ ଅଙ୍କିତାଙ୍କର ୨୦୧୯ରେ ତେଲୁଗୁ ରୋମାଣ୍ଟିକ୍‌ ମୁଭି ‘ଫୋର ଲେଟର୍‌’ ଆସିଥିଲା। ଅପ୍‌ସରା ଆଉ ମଧ୍ୟ ‘ପାଟଣାଗଡ଼’ ମୁଭିରେ ଅଭିନୟ କରିଥିଲେ। ଏହି ମୁଭି ଓଡ଼ିଶା ପାଟଣାଗଡ଼ର ପାର୍ସଲବୋମା ବିସ୍ଫୋରଣକୁ ନେଇ ନିର୍ମାଣ କରାଯାଇଥିଲା। ଏହା ଦ୍ୱିଭାଷୀ ମୁଭି ଥିଲା। ଏହା ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଡବିଂ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri