Posted inଫୁରସତ

ଦିବ୍ୟାଙ୍ଗଙ୍କ ଲାଗି ଟ୍ରାନ୍ସଫର ଟୁଲ୍ସ

ଚଣ୍ଡିଗଡ଼: ନିଜର ସବୁ କାମ କରିବା ପାଇଁ ଦିବ୍ୟାଙ୍ଗମାନଙ୍କୁ ଏଣିକି ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଦିବ୍ୟାଙ୍ଗଙ୍କ କାମକୁ ସହଜ କରିବା ପାଇଁ ଏବେ ଏକ ସ୍ବତନ୍ତ୍ର ଧରଣର ଡିଭାଇସ୍‌ ବାହାର କରିଛନ୍ତି ହରିୟାଣା ରୋହତକର ଜନତା କଲୋନୀର ଆଇଆଇଟି ଛାତ୍ର ଅମନ ସିଙ୍ଘଲ। ଏହି ଡିଭାଇସର ନାଁ ରହିଛି ‘ଟ୍ରାନ୍ସଫର ଟୁଲ୍ସ’। ୨୦ ବର୍ଷୀୟ ଅମନ ଜଣେ ଛାତ୍ରଙ୍କ ସହିତ ମିଶି ଏହି ଡିଭାଇସ୍‌ଟି ତିଆରି କରିଛନ୍ତି।
କର୍ନାଟକର ଧାରବାଡ଼ରେ ଅମନ ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରୁଛନ୍ତି। ଅନେକ ଦିନ ଧରି ସେ ଦିବ୍ୟାଙ୍ଗମାନଙ୍କ ପାଇଁ ଏଭଳି ଏକ ଯନ୍ତ୍ର ତିଆରି କରିବାକୁ ଇଚ୍ଛା ରଖିଥିଲେ ଏବଂ ଏଥିପାଇଁ ଉଦ୍ୟମ ବି କରୁଥିଲେ। ଶେଷରେ ସେ ଏହି ଡିଭାଇସ୍‌ ତିଆରି କରିପାରିଥିବାରୁ ବେଶ୍‌ ଖୁସି ହୋଇଛନ୍ତି। ଅମନଙ୍କର ‘ଟ୍ରାନ୍ସଫର ଟୁଲ୍ସ’ ତିଆରି ନିମନ୍ତେ ମାତ୍ର ୩ରୁ ୪ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏହାକୁ ହ୍ବିଲ୍‌ ଚେୟାର ସହିତ ସଂଯୁକ୍ତ କରାଯାଇଛି। ଗତବର୍ଷ ସେ ‘ଟ୍ରାନ୍ସଫର ଟୁଲ୍ସ’ ତିଆରି କରିବା ପାଇଁ ପ୍ରଥମେ ଏହାର ପ୍ରୋଟୋଟାଇପ୍‌ ଏକ କାର୍ଯ୍ୟକ୍ରମରେ ଦେଖାଇଥିଲେ, ଯାହାକୁ ବିଶେଷଜ୍ଞମାନେ ବେଶ୍‌ ପସନ୍ଦ କରିଥିଲେ। ଏହାପରେ ସେ ଧାରବାଡ଼ ଆଇଆଇଟିରେ ମଧ୍ୟ ଏହାର ଟେମ୍ପୋରାରି ପ୍ୟାଟେଣ୍ଟ କରାଇଥିଲେ। ଶେଷରେ ସେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି। ଏହା ପୂରା ୩୬୦ ଡିଗ୍ରିରେ ବୁଲିପାରିବ ଏବଂ ଟୁଲ୍ସର ସିଟ୍‌କୁ ମଧ୍ୟ ହାଇଟ୍‌ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ଚାକିିରି ହରାଇଥିଲେ,ଏମିତି ହେଲେ ମାଲାମାଲ

କରୋନା ସମୟରେ ଅଧିକାଂଶ ଲୋକ ଚାକିରି ହରାଇ ଘରେ ବସିଛନ୍ତି। ଜଣେ ଦମ୍ପତି ଚାକିରି ହରାଇ ମଧ୍ୟ ମାଲାମାଲ୍‌ ହୋଇଛନ୍ତି। ବ୍ରିଟେନରେ ରହୁଥିବା ଶିବୁ ପଲ...

ଦୁନିଆର ସବୁଠୁ ବଡ଼ ହୋଟେଲ, ଏହା ଉପରେ ରହିଛି ୪ ହେଲିପ୍ୟାଡ୍‌

ସମଗ୍ର ବିଶ୍ୱରେ ଏକାଧିକ ହୋଟେଲ ଅଛି। କେତେକ ବହୁତ ବଡ଼ ଏବଂ ଆଉ କେତେକ ବିଳାସପୂର୍ଣ୍ଣ। ପ୍ରତ୍ୟେକ ହୋଟେଲର ନିଜସ୍ବ ବିଶେଷତା ବି ରହିଛି। ଆପଣଙ୍କ...

ବିଶ୍ୱରେ ପ୍ରଥମ କ୍ଷେପଣାସ୍ତ୍ର ତିଆରି କାରଖାନା

ବର୍ତ୍ତମାନ ସମଗ୍ର ବିଶ୍ୱରେ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଧ୍ୟମରେ ଲଢ଼େଇ ଚାଲୁଛି। ପ୍ରତ୍ୟେକ ଦେଶ ନିଜ ନିକଟରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ରଖିଥାନ୍ତି। ଯାହା ଦ୍ୱାରା...

ବିଏମ୍‌ଡବ୍ଲ୍ୟୁ ଚଲାଉଥିବା ଶିଳ୍ପପତି ଚଢ଼ିଲେ ବଳଦଗାଡ଼ି, ଜାଣନ୍ତୁ କାରଣ

ଭୋପାଳ: ମଧ୍ୟପ୍ରଦେଶର ବାଣିଜ୍ୟ ନଗର ଇନ୍ଦୋର ନିକଟ ପାଲଦା ଉଦ୍ୟୋଗିକ କ୍ଷେତ୍ରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଉଦ୍ୟୋଗପତିମାନେ ଶିଳ୍ପକ୍ଷେତ୍ରକୁ ବିଏମ୍‌ଡବ୍ଲ୍ୟୁ ପରି...

ସାଇଲେଣ୍ଟ କିଲର ‘ଉଚ୍ଚ ରକ୍ତଚାପ’

ପ୍ରତିବର୍ଷ ମେ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ଏହି ଦିବସ ୱାଲର୍‌ଡ ହାଇପରଟେନଶନ ଲିଗ ଦ୍ୱାରା ଗଠନ ଏବଂ ଆରମ୍ଭ ହୋଇଥିଲା।...

କନ୍ୟା ସନ୍ତାନ ଜନ୍ମ ହେଲେ ହସ୍ପିଟାଲରେ ମାଗଣା ଚିକିତ୍ସା…

ପୁଣେ,୬।୧୧ : ପୁଣେର ଏକ ହସ୍ପିଟାଲ ’‘ବେଟି ବଚାଓ ମିଶନ’ର ଜୀବନ୍ତ ଉଦାହରଣ ପାଲଟିଛି। କନ୍ୟାଭ୍ରୁଣ ହତ୍ୟା ବିରୋଧରେ ଅଭିଯାନ ଅନ୍ତର୍ଗତ ଏଠାରେ କନ୍ୟା ସନ୍ତାନ...

ବାକ୍ସ ଭିତରେ କୁକୁଡ଼ା ଛୁଆଙ୍କ ମଧ୍ୟରେ ବିଲେଇ: ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

୩ କୋଟି କାରରେ ଡେଲିଭରି ହେଉଛି ଆମ୍ବ

ଫଳ ଭିତରେ ରାଜା ଆମ୍ବ। ଏହି ଫଳକୁ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଭାରତରେ ଅତି ସହଜରେ ସବୁ ସ୍ଥାନରେ ଆମ୍ବ ମିଳିଥାଏ। କେଉଁଠି ଠେଲାରେ...

Advertisement
Archives

Model This Week