ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଲଭ୍‌ଲୀ ପ୍ରଥମ

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ଜାତୀୟ ସ୍ତରର ପତ୍ରିକା କମ୍ପିଟିଶନ୍‌ ସକ୍‌ସେସ୍‌ ରିଭିୟୁ ପକ୍ଷରୁ ଗତ ମାର୍ଚ୍ଚରେ ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ଝିଅ ଲଭ୍‌ଲୀ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ଲକ୍ଷାଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ‘ସୁଇଟ୍‌ ଆର୍‌ ଦ ୟୁଜେସ୍‌ ଅଫ୍‌ ଆଡ଼ଭର୍‌ସିଟି’ ବିଷୟବସ୍ତୁ ଉପରେ ଲଭ୍‌ଲୀ ପ୍ରବନ୍ଧ ଲେଖିଥିବା ବେଳେ ‘ଫରେଷ୍ଟସ୍‌ ଅଫ୍‌ ଇଣ୍ଡିଆ’, ‘ମାଇ ଫେଭରାଇଟ୍‌ ଅଥର୍‌’ ଏବଂ ‘ବ୍ଳୁ ଜୁମିଙ୍ଗ୍‌ ଅଫ୍‌ ସୋସିଆଲ୍‌ ମିଡିଆ’ ଆଦି ଅନ୍ୟ ବିଷୟବସ୍ତୁ ରହିଥିଲା। ପ୍ରତିକୂଳତାର ତଥାକଥିତ କ୍ଷତିକାରକ ପ୍ରଭାବ କିପରି ମାନସିକ ପୁନର୍ବିଚାର ମାଧ୍ୟମରେ ଏକ ସକାରାତ୍ମକ ଆଭିମୁଖ୍ୟ ବିକାଶ କରି ମଧୁର ଫଳାଫଳରେ ପରିଣତ କରାଯାଇପାରିବ, ତାହାକୁ ନିଜ ପ୍ରବନ୍ଧରେ ଉପସ୍ଥାପିତ କରିଛନ୍ତି ଲଭ୍‌ଲୀ। ଏଥିସହ ସେ ଲେଖିଛନ୍ତି ଯେ, କୌଣସି ବଡ଼ ଅସୁବିଧା ସହ ମୁକାବିଲା ନ କରି କେବେ ବି କୌଣସି ସଫଳତା ହାସଲ ହୋଇପାରିବ ନାହିଁ। ଆମ ଆଗରେ ଥିବା ସମସ୍ୟା ଦ୍ୱାରା ଭୟଭୀତ ନ ହୋଇ ସ୍ଥିରତା, ଦୃଢ଼ତା ଏବଂ ଧୈର୍ଯ୍ୟ ସହିତ ଆମେ ଜୀବନର ପ୍ରତିକୂଳ ପରିସ୍ଥିତିରେ ବିରୋଧରେ ଲଢ଼ିବା ଉଚିତ। ଲଭ୍‌ଲୀ ପୂର୍ବରୁ ମଧ୍ୟ ବିଭିନ୍ନ ତର୍କ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ତଥା ସର୍ବଭାରତୀୟ ସ୍ତରରେ ଅନେକ ସଫଳତା ଅର୍ଜନ କରିଛନ୍ତି। ଏହି ସଫଳତା ପାଇଁ ଲଭ୍‌ଲୀଙ୍କୁ ସ୍କୁଲର ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ ଧନ୍ୟବାଦ ଜଣାଇବା ସହିତ ତାଙ୍କର ଏହି ଚିନ୍ତାଧାରା ସମାଜ ପାଇଁ ଲାଭଦାୟକ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri