ଟି୨୦ ବିଶ୍ୱକପ ବଦଳରେ ଆଇପିଏଲ ଆୟୋଜନ ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ: ଇଞ୍ଜାମାମ୍‌

କରାଚୀ,୬।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଯଦି ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ବାତିଲ ହୁଏ ଓ ଏହା ସ୍ଥାନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରାଯାଏ ତା’ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ- ଉଲ- ହକ୍‌ କହିଛନ୍ତି।
ଅଷ୍ଟ୍ରେଲିଆରେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୧୫ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଆଇସିସି ମଧ୍ୟ ଟି୨୦ ବିଶ୍ୱକପ୍‌ ନେଇ କୌଣସି ଅନ୍ତିମ ନିଷ୍ପତ୍ତି ନେଇନାହିଁ। ତେବେ କରୋନ ମହାମାରୀ କାରଣରୁ ଏହି ମେଗା ଇଭେଣ୍ଟ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଇପିଏଲ୍‌ ଓ ଭାରତ- ଅଷ୍ଟ୍ରେଲିଆ ସିରିଜ ସହିତ ଟି୨୦ ବିଶ୍ୱକପ୍‌ ଏକା ସମୟରେ ପଡୁଛି। ତେଣୁ ବିଶ୍ୱକପ୍‌ ଆୟୋଜନ ହେବନାହିଁ ବୋଲି ଇଞ୍ଜାମାମ୍‌ ରବିବାର ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବହୁତ ଶକ୍ତିଶାଳୀ ଓ ଆଇସିସିକୁ ନିଜ ନିୟନ୍ତ୍ରଣରେ ରଖିଛି। ଯଦି ମହାମାରୀ କାରଣରୁ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଆୟୋଜନ ନେଇ ଅକ୍ଷମତା ପ୍ରକାଶ କରେ ତା’ହେଲେ ଆଇପିଏଲ୍‌ ପାଇଁ ବାଟ ଖୋଲିଯିବ ଓ ଏହାକୁ ସମସ୍ତେ ଗ୍ରହଣ କରିବେ। କିନ୍ତୁ ଏପରି ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ ସେ ସ୍ପଷ୍ଟ କରିଛନ୍ତି।
ଇଞ୍ଜାମାମ୍‌ ପାକିସ୍ତାନ ପାଇଁ ୧୨୦ଟି ଟେଷ୍ଟ ଖେଳି ୮୮୩୦ ରନ ଓ ୩୭୮ ଦିନିକିଆ ଖେଳି ୧୧,୭୩୯ ରନ ସଂଗ୍ରହ କରିଛନ୍ତି। ଯଦି ୧୨ରୁ ୧୪ଟି ଦଳକୁ ନେଇ ଆଇପିଏଲ ଭାରତରେ ଖେଳାଯାଇପାରେ ତା’ହେଲେ ଅଷ୍ଟ୍ରେଲିଆ ଭଳି ଉନ୍ନତ ଦେଶରେ ବିଶ୍ୱକପ୍‌ କାହିଁକି ଆୟୋଜନ ହୋଇପାରିବ ନାହିଁ ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ପୁଣି ଯଦି ଏପରି ହୁଏ ତେବେ ଯୁବ କ୍ରିକେଟରମାନେ ଅନ୍ତର୍ଜାତୀୟ କ୍ରିକେଟ ନ ଖେଳି ଘରାଇ ଲିଗ୍‌ ଖେଳିବାକୁ ଅଧିକ ପସନ୍ଦ କରିବେ ଓ ଏହା କ୍ରିକେଟ ପ୍ରତି ବିପଦ ଦୃଷ୍ଟି କରିବ ସେ ସତର୍କ କରାଇ ଦେଇଛନ୍ତି। ତେବେ ବର୍ତ୍ତମାନର ପରିସ୍ଥିତିରେ ଟି୨୦ ବଶ୍ୱକପ୍‌ ଆୟୋଜନ କରିବା ଆଦୌ ସହଜ ନୁହଁ ବୋଲି ସେ ସ୍ବୀକାର କରିଛନ୍ତି। ସେହିପରି ସେପ୍ଟେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ର ଭାଗ୍ୟ କ’ଣ ହେବ ତାହା କେହି କହିପାରିବେ ନାହିଁ ବୋଲି ସେ କହିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିରାପତ୍ତା କାରଣରୁ ଏହାକୁ ନିରପେକ୍ଷ ଦେଶରେ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri