ଟି୨୦ ବିଶ୍ୱକପ ବଦଳରେ ଆଇପିଏଲ ଆୟୋଜନ ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ: ଇଞ୍ଜାମାମ୍‌

କରାଚୀ,୬।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଯଦି ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ବାତିଲ ହୁଏ ଓ ଏହା ସ୍ଥାନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରାଯାଏ ତା’ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ- ଉଲ- ହକ୍‌ କହିଛନ୍ତି।
ଅଷ୍ଟ୍ରେଲିଆରେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୧୫ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଆଇସିସି ମଧ୍ୟ ଟି୨୦ ବିଶ୍ୱକପ୍‌ ନେଇ କୌଣସି ଅନ୍ତିମ ନିଷ୍ପତ୍ତି ନେଇନାହିଁ। ତେବେ କରୋନ ମହାମାରୀ କାରଣରୁ ଏହି ମେଗା ଇଭେଣ୍ଟ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଇପିଏଲ୍‌ ଓ ଭାରତ- ଅଷ୍ଟ୍ରେଲିଆ ସିରିଜ ସହିତ ଟି୨୦ ବିଶ୍ୱକପ୍‌ ଏକା ସମୟରେ ପଡୁଛି। ତେଣୁ ବିଶ୍ୱକପ୍‌ ଆୟୋଜନ ହେବନାହିଁ ବୋଲି ଇଞ୍ଜାମାମ୍‌ ରବିବାର ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବହୁତ ଶକ୍ତିଶାଳୀ ଓ ଆଇସିସିକୁ ନିଜ ନିୟନ୍ତ୍ରଣରେ ରଖିଛି। ଯଦି ମହାମାରୀ କାରଣରୁ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଆୟୋଜନ ନେଇ ଅକ୍ଷମତା ପ୍ରକାଶ କରେ ତା’ହେଲେ ଆଇପିଏଲ୍‌ ପାଇଁ ବାଟ ଖୋଲିଯିବ ଓ ଏହାକୁ ସମସ୍ତେ ଗ୍ରହଣ କରିବେ। କିନ୍ତୁ ଏପରି ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ ସେ ସ୍ପଷ୍ଟ କରିଛନ୍ତି।
ଇଞ୍ଜାମାମ୍‌ ପାକିସ୍ତାନ ପାଇଁ ୧୨୦ଟି ଟେଷ୍ଟ ଖେଳି ୮୮୩୦ ରନ ଓ ୩୭୮ ଦିନିକିଆ ଖେଳି ୧୧,୭୩୯ ରନ ସଂଗ୍ରହ କରିଛନ୍ତି। ଯଦି ୧୨ରୁ ୧୪ଟି ଦଳକୁ ନେଇ ଆଇପିଏଲ ଭାରତରେ ଖେଳାଯାଇପାରେ ତା’ହେଲେ ଅଷ୍ଟ୍ରେଲିଆ ଭଳି ଉନ୍ନତ ଦେଶରେ ବିଶ୍ୱକପ୍‌ କାହିଁକି ଆୟୋଜନ ହୋଇପାରିବ ନାହିଁ ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ପୁଣି ଯଦି ଏପରି ହୁଏ ତେବେ ଯୁବ କ୍ରିକେଟରମାନେ ଅନ୍ତର୍ଜାତୀୟ କ୍ରିକେଟ ନ ଖେଳି ଘରାଇ ଲିଗ୍‌ ଖେଳିବାକୁ ଅଧିକ ପସନ୍ଦ କରିବେ ଓ ଏହା କ୍ରିକେଟ ପ୍ରତି ବିପଦ ଦୃଷ୍ଟି କରିବ ସେ ସତର୍କ କରାଇ ଦେଇଛନ୍ତି। ତେବେ ବର୍ତ୍ତମାନର ପରିସ୍ଥିତିରେ ଟି୨୦ ବଶ୍ୱକପ୍‌ ଆୟୋଜନ କରିବା ଆଦୌ ସହଜ ନୁହଁ ବୋଲି ସେ ସ୍ବୀକାର କରିଛନ୍ତି। ସେହିପରି ସେପ୍ଟେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ର ଭାଗ୍ୟ କ’ଣ ହେବ ତାହା କେହି କହିପାରିବେ ନାହିଁ ବୋଲି ସେ କହିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିରାପତ୍ତା କାରଣରୁ ଏହାକୁ ନିରପେକ୍ଷ ଦେଶରେ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?