Posted inଜାତୀୟ

‘ଦୁବେଙ୍କୁ ଜାମିନ ମିଳିବା ସଂସ୍ଥାଗତ ବିଫଳତା’

ନୂଆଦିଲ୍ଲୀ,୨୧।୭(ପି.ଟି.): ବିକାଶ ଦୁବେଙ୍କ ଭଳି ଗ୍ୟାଙ୍ଗ୍‌ଷ୍ଟରଙ୍କୁ ଜାମିନ ମିଳିବା ସଂସ୍ଥାଗତ ବିଫଳତା ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଗ୍ୟାଙ୍ଗଷ୍ଟର ଏନ୍‌କାଉଣ୍ଟର ଘଟଣାର ତଦନ୍ତ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତି ଏବଂ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ନେବା ଲାଗି ସର୍ବୋଚ୍ଚ ଅଦାଲତ ଉତ୍ତରପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ଅନେକ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟର ଦୁବେ ଜେଲ୍‌ରେ ରହିବା କଥା। ସେ କିପରି ଜାମିନରେ ବାହାରିଥିଲେ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଖଣ୍ଡପୀଠରେ ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନ ରହିଛନ୍ତି। ଏତେ ସଂଖ୍ୟାରେ ମାମଲା ସତ୍ତ୍ୱେ ଦୁବେଙ୍କୁ ଜାମିନ ମିଳିବା ଘଟଣା ଆମକୁ ବିସ୍ମିତ କରିଛି ବୋଲି ଖଣ୍ଡପୀଠ କହିବା ସହ ଆଇନର ଶାସନ ବଜାୟ ରଖିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ କହିଥିଲେ। ଏହା ଉପରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ କୌଣସି ମନ୍ତବ୍ୟ ଦେଇଥିଲେ କି ଏବଂ ଏହାକୁ ଅନୁସରଣ କରାଯାଇଥିଲା କି ନାହିଁ ବୋଲି ୟୁପି ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ।
ଗ୍ୟାଙ୍ଗ୍‌ଷ୍ଟର ଦୁବେ ଓ ତାଙ୍କ ସହଯୋଗୀମାନଙ୍କ ଏନ୍‌କାଉଣ୍ଟର ଘଟଣାର ତଦନ୍ତ ଅଦାଲତଙ୍କ ତତ୍ତ୍ୱାବଧାନରେ କରାଯିବାକୁ ନିର୍ଦ୍ଦେଶ ଦେବା ଲାଗି ଦାଏର ଏକାଧିକ ପିଟିଶନର ଶୁଣାଣି କରି ଖଣ୍ଡପୀଠ କହିଥିଲେ ଆଇନର ଶାସନ ବଜାୟ ରଖିବା ରାଜ୍ୟର ଦାୟିତ୍ୱ। ଦୁବେ ମାମଲାଗୁଡ଼ିକର କୋର୍ଟ ରାୟର ରିପୋର୍ଟ ମାଗିଥିଲେ ଖଣ୍ଡପୀଠ। ତଦନ୍ତ କମିଟିରେ ସୁପ୍ରିମକୋର୍ଟର କାର୍ଯ୍ୟକାରୀ ବିଚାରପତିଙ୍କୁ ନିୟୋଜିତ କରିବା ସମ୍ଭବ ହେଉ ନୁହେଁ। ତଦନ୍ତ କମିଟିରେ ପରିବର୍ତ୍ତନ ପାଇଁ ଅଦାଲତ ପ୍ରସ୍ତାବ ଦେବା ସହ ୨୨ ତାରିଖ ସୁଦ୍ଧା ରାଜ୍ୟ ସରକାର ଏନେଇ ଏକ ଚିଠା ସଂକଳ୍ପନାମା ଦାଖଲ କରିବାକୁ କହିଥିଲେ। ୟୁପି ସରକାର ତାଙ୍କ ସତ୍ୟପାଠରେ କହିଥିଲେ, ଗ୍ୟାଙ୍ଗଷ୍ଟର ଏନ୍‌କାଉଣ୍ଟର ଘଟଣାର ତଦନ୍ତ ଲାଗି ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଶଶିକାନ୍ତ ଅଗ୍ରଓ୍ବାଲଙ୍କୁ ନେଇ ଜଣିକିଆ ତଦନ୍ତ କମିଶନ ଗଢ଼ାଯାଇଛି।
ସୂଚନାଯୋଗ୍ୟ ଜୁଲାଇ ୩ ତାରିଖରେ କାନପୁରର ଚୌବେପୁର ଅନ୍ତର୍ଗତ ବିକ୍ରୁ ଗ୍ରାମରେ ପୋଲିସ ଚଢ଼ାଉ କରିବାକୁ ଯାଇଥିବାବେଳେ ବିକାଶ ଦୁବେ ଓ ତାଙ୍କ ଲୋକମାନେ ଅତର୍କିତ ଆକ୍ରମଣ କରିବାରୁ ଡିଏସ୍‌ପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ପୋଲିସ ନିହତ ହୋଇଥିଲେ। ୧୦ ତାରିଖ ଭୋର ସମୟରେ ଦୁବେଙ୍କୁ ଉଜ୍ଜୟିନୀରୁ କାନପୁର ଅଣାଯାଉଥିବାବେଳେ କାର୍‌ ଦୁର୍ଘଟଣାର ସୁଯୋଗ ନେଇ ସେ ଖସିପଳାଇବାକୁ ଉଦ୍ୟମ କରୁଥିବାବେଳେ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ ବୋଲି ପୋଲିସ କହିଥିଲା। ଦୁବେଙ୍କ ପୂର୍ବରୁ ତାଙ୍କର ୫ ଜଣ ସହଯୋଗୀଙ୍କୁ ପୋଲିସ ଏନ୍‌କାଉଣ୍ଟରରେ ହତ୍ୟା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri