Posted inଜାତୀୟ

‘ଦୁବେଙ୍କୁ ଜାମିନ ମିଳିବା ସଂସ୍ଥାଗତ ବିଫଳତା’

ନୂଆଦିଲ୍ଲୀ,୨୧।୭(ପି.ଟି.): ବିକାଶ ଦୁବେଙ୍କ ଭଳି ଗ୍ୟାଙ୍ଗ୍‌ଷ୍ଟରଙ୍କୁ ଜାମିନ ମିଳିବା ସଂସ୍ଥାଗତ ବିଫଳତା ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଗ୍ୟାଙ୍ଗଷ୍ଟର ଏନ୍‌କାଉଣ୍ଟର ଘଟଣାର ତଦନ୍ତ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତି ଏବଂ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ନେବା ଲାଗି ସର୍ବୋଚ୍ଚ ଅଦାଲତ ଉତ୍ତରପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ଅନେକ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟର ଦୁବେ ଜେଲ୍‌ରେ ରହିବା କଥା। ସେ କିପରି ଜାମିନରେ ବାହାରିଥିଲେ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଖଣ୍ଡପୀଠରେ ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନ ରହିଛନ୍ତି। ଏତେ ସଂଖ୍ୟାରେ ମାମଲା ସତ୍ତ୍ୱେ ଦୁବେଙ୍କୁ ଜାମିନ ମିଳିବା ଘଟଣା ଆମକୁ ବିସ୍ମିତ କରିଛି ବୋଲି ଖଣ୍ଡପୀଠ କହିବା ସହ ଆଇନର ଶାସନ ବଜାୟ ରଖିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ କହିଥିଲେ। ଏହା ଉପରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ କୌଣସି ମନ୍ତବ୍ୟ ଦେଇଥିଲେ କି ଏବଂ ଏହାକୁ ଅନୁସରଣ କରାଯାଇଥିଲା କି ନାହିଁ ବୋଲି ୟୁପି ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ।
ଗ୍ୟାଙ୍ଗ୍‌ଷ୍ଟର ଦୁବେ ଓ ତାଙ୍କ ସହଯୋଗୀମାନଙ୍କ ଏନ୍‌କାଉଣ୍ଟର ଘଟଣାର ତଦନ୍ତ ଅଦାଲତଙ୍କ ତତ୍ତ୍ୱାବଧାନରେ କରାଯିବାକୁ ନିର୍ଦ୍ଦେଶ ଦେବା ଲାଗି ଦାଏର ଏକାଧିକ ପିଟିଶନର ଶୁଣାଣି କରି ଖଣ୍ଡପୀଠ କହିଥିଲେ ଆଇନର ଶାସନ ବଜାୟ ରଖିବା ରାଜ୍ୟର ଦାୟିତ୍ୱ। ଦୁବେ ମାମଲାଗୁଡ଼ିକର କୋର୍ଟ ରାୟର ରିପୋର୍ଟ ମାଗିଥିଲେ ଖଣ୍ଡପୀଠ। ତଦନ୍ତ କମିଟିରେ ସୁପ୍ରିମକୋର୍ଟର କାର୍ଯ୍ୟକାରୀ ବିଚାରପତିଙ୍କୁ ନିୟୋଜିତ କରିବା ସମ୍ଭବ ହେଉ ନୁହେଁ। ତଦନ୍ତ କମିଟିରେ ପରିବର୍ତ୍ତନ ପାଇଁ ଅଦାଲତ ପ୍ରସ୍ତାବ ଦେବା ସହ ୨୨ ତାରିଖ ସୁଦ୍ଧା ରାଜ୍ୟ ସରକାର ଏନେଇ ଏକ ଚିଠା ସଂକଳ୍ପନାମା ଦାଖଲ କରିବାକୁ କହିଥିଲେ। ୟୁପି ସରକାର ତାଙ୍କ ସତ୍ୟପାଠରେ କହିଥିଲେ, ଗ୍ୟାଙ୍ଗଷ୍ଟର ଏନ୍‌କାଉଣ୍ଟର ଘଟଣାର ତଦନ୍ତ ଲାଗି ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଶଶିକାନ୍ତ ଅଗ୍ରଓ୍ବାଲଙ୍କୁ ନେଇ ଜଣିକିଆ ତଦନ୍ତ କମିଶନ ଗଢ଼ାଯାଇଛି।
ସୂଚନାଯୋଗ୍ୟ ଜୁଲାଇ ୩ ତାରିଖରେ କାନପୁରର ଚୌବେପୁର ଅନ୍ତର୍ଗତ ବିକ୍ରୁ ଗ୍ରାମରେ ପୋଲିସ ଚଢ଼ାଉ କରିବାକୁ ଯାଇଥିବାବେଳେ ବିକାଶ ଦୁବେ ଓ ତାଙ୍କ ଲୋକମାନେ ଅତର୍କିତ ଆକ୍ରମଣ କରିବାରୁ ଡିଏସ୍‌ପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ପୋଲିସ ନିହତ ହୋଇଥିଲେ। ୧୦ ତାରିଖ ଭୋର ସମୟରେ ଦୁବେଙ୍କୁ ଉଜ୍ଜୟିନୀରୁ କାନପୁର ଅଣାଯାଉଥିବାବେଳେ କାର୍‌ ଦୁର୍ଘଟଣାର ସୁଯୋଗ ନେଇ ସେ ଖସିପଳାଇବାକୁ ଉଦ୍ୟମ କରୁଥିବାବେଳେ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ ବୋଲି ପୋଲିସ କହିଥିଲା। ଦୁବେଙ୍କ ପୂର୍ବରୁ ତାଙ୍କର ୫ ଜଣ ସହଯୋଗୀଙ୍କୁ ପୋଲିସ ଏନ୍‌କାଉଣ୍ଟରରେ ହତ୍ୟା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri