କନ୍ଧମାଳରେ ହଟହଟା କଳାହାଣ୍ଡି ପୋଲିସ: ଅପହରଣକାରୀ ଭାବି ନିର୍ଦ୍ଧୁମ ଛେଚିଲେ ଲୋକେ

ବାଲିଗୁଡ଼ା, ୧୧।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼ ମାରିଲେ ସାଧାରଣ ଲୋକେ। ଶେଷରେ ତୂମୁଡ଼ିବନ୍ଧ ପୋଲିସକୁ ଡାକି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ଅଞ୍ଚଳରେ ।
ସୂଚନା ପ୍ରକାରେ, ଜଣେ ଅପରାଧୀ ବାଲିଗୁଡ଼ା ଥାନା ଅଞ୍ଚଳରେ ଲୁଚି ରହିଥିବା ମୋବାଇଲ ନମ୍ବର୍‌ ଟ୍ରାକିଂ ଦ୍ବାରା ଜାଣିବାକୁ ପାଇଥିଲା କଳାହାଣ୍ଡି ଜିଲା ପୋଲିସ । ଗତକାଲି ସାଧା ପୋଷାକରେ ତିନିଜଣ ପୋଲିସ ଏକ ଘରୋଇ କାର୍‌ରେ ମୋବାଇଲ ଫୋନ ନମ୍ବର୍‌ ଲୋକେସନ ଟ୍ରାକିଂ କରିଥିବା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ସୁକୁଙ୍ଗିଆ ଅଞ୍ଚଳରେ ପହଁଚିବା ପରେ ନିଜ ପରିଚୟ ଲୁଚାଇ ସମ୍ପୃକ୍ତ ଅପରାଧିକୁ ଫୋନ କରି ଡାକିଥିଲା ପୋଲିସ।
ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଜଣକ ପୋଲିସକୁ ଜାଣିପାରି ଚତୁରତାର ସହ ସେଠାରୁ ଦୌଡ଼ି ଯାଇ ପାଟିକରି ତାକୁ କିଛି ଅଜଣା ଲୋକ ଅପହରଣ କରି ନେଇଯାଉଥିବା କହିଥିଲ ଗାଁ ଲୋକଙ୍କୁ। ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଆଖପାଖ ଅଞ୍ଚଳରେ ଘଟଣା ବିଷୟରେ ପ୍ରଚାର କରିଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରୁ ସାଧା ପୋଷାକଧାରୀ ପୋଲିସ ଫେରିବାବେଳେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ପନ୍ଦରମାଇଲ ଛକ ନିକଟରେ କିଛି ଲୋକ ସାଧା ପୋଷାକଧାରୀ ପୋଲିସ ଗାଡ଼ିକୁ ଅଟକାଇଥିଲେ। ଗାଡ଼ିରୁ ତଳକୁ ଓହ୍ଲାଇ ଲୋକଙ୍କୁ ନିଜ ପରିଚୟ ଦେଇଥିଲେ ପୋଲିସ କର୍ମଚାରୀ।
କିନ୍ତୁ ପୋଲିସ କର୍ମଚାରୀଙ୍କ କିଛି କଥା ନ ଶୁଣି ୫୯ ନଂ ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ ତିନିଜଣ ପୋଲିସ କର୍ମଚାରିଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ପୋଲିସ ରିଭଲଭର, ମୋବାଇଲ ଏବଂ ସାତ ହଜାର ଟଙ୍କା ଛଡ଼ାଇ ନେଇଥିଲେ ଉତ୍ତ୍ୟକ୍ତ ଲୋକେ। ଘଟଣା ସମ୍ପର୍କରେ ଖବରପାଇ ପାଇ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପହଁଚି ସେମାନଙ୍କୁ ଉଦ୍ଧାର କରିବା ସହ ପୋଲିସ ରିଭଲଭର, ମୋବାଇଲ ଓ ଟଙ୍କା ମଧ୍ୟ ପୁନରୁଦ୍ଧାର କରି ଆହତ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା କରାଇ କଳାହାଣ୍ଡି ପଠାଇ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ଏନେଇ ତୁମୁଡ଼ିବନ୍ଧ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri