୮ ସପ୍ତାହରେ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୧୮ା୩: ରାୟଗଡ଼ାର ଜଣେ ଆଦିବାସୀ ଯୁବକଙ୍କ ହାଜତ ମୃତ୍ୟୁ ମାମଲାର ବିଚାର କରି ହାଇକୋର୍ଟ ଆବେଦନକାରୀ ତଥା ମୃତକଙ୍କ ସ୍ତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାୟ ପ୍ରଦାନ କରିଛନ୍ତି। ସିଆରପିଏଫ୍‌ ଏବଂ ଓଡ଼ିଶା ପୋଲିସ ୫ ଲକ୍ଷ ଟଙ୍କା ଲେଖାଏ ମୋଟ ୧୦ ଲକ୍ଷ ଟଙ୍କା ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କ୍ଷତିପୂରଣ ପ୍ରଦାନରେ ବିଳମ୍ବ ହେଲେ ୬% ହାରରେ ସୁଧ ସହ କ୍ଷତିପୂରଣ ରାଶି ପ୍ରଦାନ କରିବେ ବୋଲି ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୦ ଜୁନ୍‌ ୩ରେ ରାୟଗଡ଼ାର ଆଦିବାସୀ ଯୁବକ ପିଦେରା କଡଇସ୍କାଙ୍କ ମୃତଦେହ ସ୍ଥାନୀୟ ସରପଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା। ପିଦେରା ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ। ସେ କାର୍ଯ୍ୟ ଅନ୍ବେଷଣରେ କେରଳ ଯାଇଥିଲେ। ସେଠାରୁ ସେ ଅନ୍ୟ ଜଣେ ଆଦିବାସୀ ଯୁବକ ମନ୍ଧା ମାଝି ସହ ତାଙ୍କ ଗ୍ରାମ ସରିକିମାକୁ ଫେରୁଥିଲେ। ଜଙ୍ଗଲରୁ ଜନ୍ତୁ ଶିକାର କରିବା ପାଇଁ ମନ୍ଧାଙ୍କ ନିକଟରେ ଏକ ଦେଶୀ ବନ୍ଧୁକ ରହିଥିଲା। ସେମାନେ ଜଙ୍ଗଲରେ ଥିବାବେଳେ ସିଆର୍‌ପିଏଫ୍‌ କର୍ମଚାରୀମାନେ ଗୁଡାରିରୁ ଚନ୍ଦ୍ରପୁରକୁ ମାଓବାଦୀ କୋମ୍ବିଂ ଅପରେଶନ ସାରି ଫେରୁଥିଲେ। ଏହି ଦୁଇ ଜଣଙ୍କୁ ସେମାନେ ଧରି ନେଇ ଚନ୍ଦ୍ରପୁର ଥାନା ହାଜତରେ ରଖିବା ସହ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ବୁଟ୍‌, ବନ୍ଧୁକ, ଲାଠି ଓ ଗୋଇଠା ମାରିଥିଲେ। ମନ୍ଧାଙ୍କ ଲାଇସେନ୍ସ ବନ୍ଧୁକ ରହିଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିବାବେଳେ ପିଦେରାଙ୍କୁ ଅଟକ ରଖାଯାଇଥିଲା। ମାତ୍ର ପିଦେରାଙ୍କୁ ଅଟକ ରଖିବା ନେଇ ସିଆର୍‌ପିଏଫ୍‌ କୌଣସି କାଗଜପତ୍ରରେ ଲେଖି ନ ଥିଲା କି ତାଙ୍କ ଘରକୁ ବା ସମ୍ପର୍କୀୟଙ୍କୁ ଖବର ଦେଇ ନ ଥିଲା। ଜୁନ୍‌ ୩ରେ ଚନ୍ଦ୍ରପୁର ସରପଞ୍ଚ ସୁବାସ ମାଝିଙ୍କୁ ଚନ୍ଦ୍ରପୁର ତତ୍କାଳୀନ ଥାନାଧିକାରୀ ମେସେଜ ପଠାଇ ଥାନାକୁ ଆସିବାକୁ କହିଥିଲେ। ସରପଞ୍ଚ ପିଦେରାଙ୍କ ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚତ୍ବା ପରେ ପିଦେରାଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ଗଁାକୁ ନ ନେଇ ରାୟଗଡ଼ାରେ ପୋଡ଼ିଦେବାକୁ ପୋଲିସ ତାଙ୍କୁ ବାଧ୍ୟ କରିଥିଲା। ମାତ୍ର ସରପଞ୍ଚ ଏଥିରେ ରାଜି ନ ହେବାରୁ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। ମୃତକଙ୍କ ସ୍ତ୍ରୀ ମାରିଆ କଡ଼ାଇସ୍ମାଙ୍କ ଆବେଦନକ୍ରମେ ହାଇକୋର୍ଟରେ ରୁଜୁ ମାମଲାକୁ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri