୮ ସପ୍ତାହରେ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୧୮ା୩: ରାୟଗଡ଼ାର ଜଣେ ଆଦିବାସୀ ଯୁବକଙ୍କ ହାଜତ ମୃତ୍ୟୁ ମାମଲାର ବିଚାର କରି ହାଇକୋର୍ଟ ଆବେଦନକାରୀ ତଥା ମୃତକଙ୍କ ସ୍ତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାୟ ପ୍ରଦାନ କରିଛନ୍ତି। ସିଆରପିଏଫ୍‌ ଏବଂ ଓଡ଼ିଶା ପୋଲିସ ୫ ଲକ୍ଷ ଟଙ୍କା ଲେଖାଏ ମୋଟ ୧୦ ଲକ୍ଷ ଟଙ୍କା ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କ୍ଷତିପୂରଣ ପ୍ରଦାନରେ ବିଳମ୍ବ ହେଲେ ୬% ହାରରେ ସୁଧ ସହ କ୍ଷତିପୂରଣ ରାଶି ପ୍ରଦାନ କରିବେ ବୋଲି ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୦ ଜୁନ୍‌ ୩ରେ ରାୟଗଡ଼ାର ଆଦିବାସୀ ଯୁବକ ପିଦେରା କଡଇସ୍କାଙ୍କ ମୃତଦେହ ସ୍ଥାନୀୟ ସରପଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା। ପିଦେରା ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ। ସେ କାର୍ଯ୍ୟ ଅନ୍ବେଷଣରେ କେରଳ ଯାଇଥିଲେ। ସେଠାରୁ ସେ ଅନ୍ୟ ଜଣେ ଆଦିବାସୀ ଯୁବକ ମନ୍ଧା ମାଝି ସହ ତାଙ୍କ ଗ୍ରାମ ସରିକିମାକୁ ଫେରୁଥିଲେ। ଜଙ୍ଗଲରୁ ଜନ୍ତୁ ଶିକାର କରିବା ପାଇଁ ମନ୍ଧାଙ୍କ ନିକଟରେ ଏକ ଦେଶୀ ବନ୍ଧୁକ ରହିଥିଲା। ସେମାନେ ଜଙ୍ଗଲରେ ଥିବାବେଳେ ସିଆର୍‌ପିଏଫ୍‌ କର୍ମଚାରୀମାନେ ଗୁଡାରିରୁ ଚନ୍ଦ୍ରପୁରକୁ ମାଓବାଦୀ କୋମ୍ବିଂ ଅପରେଶନ ସାରି ଫେରୁଥିଲେ। ଏହି ଦୁଇ ଜଣଙ୍କୁ ସେମାନେ ଧରି ନେଇ ଚନ୍ଦ୍ରପୁର ଥାନା ହାଜତରେ ରଖିବା ସହ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ବୁଟ୍‌, ବନ୍ଧୁକ, ଲାଠି ଓ ଗୋଇଠା ମାରିଥିଲେ। ମନ୍ଧାଙ୍କ ଲାଇସେନ୍ସ ବନ୍ଧୁକ ରହିଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିବାବେଳେ ପିଦେରାଙ୍କୁ ଅଟକ ରଖାଯାଇଥିଲା। ମାତ୍ର ପିଦେରାଙ୍କୁ ଅଟକ ରଖିବା ନେଇ ସିଆର୍‌ପିଏଫ୍‌ କୌଣସି କାଗଜପତ୍ରରେ ଲେଖି ନ ଥିଲା କି ତାଙ୍କ ଘରକୁ ବା ସମ୍ପର୍କୀୟଙ୍କୁ ଖବର ଦେଇ ନ ଥିଲା। ଜୁନ୍‌ ୩ରେ ଚନ୍ଦ୍ରପୁର ସରପଞ୍ଚ ସୁବାସ ମାଝିଙ୍କୁ ଚନ୍ଦ୍ରପୁର ତତ୍କାଳୀନ ଥାନାଧିକାରୀ ମେସେଜ ପଠାଇ ଥାନାକୁ ଆସିବାକୁ କହିଥିଲେ। ସରପଞ୍ଚ ପିଦେରାଙ୍କ ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚତ୍ବା ପରେ ପିଦେରାଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ଗଁାକୁ ନ ନେଇ ରାୟଗଡ଼ାରେ ପୋଡ଼ିଦେବାକୁ ପୋଲିସ ତାଙ୍କୁ ବାଧ୍ୟ କରିଥିଲା। ମାତ୍ର ସରପଞ୍ଚ ଏଥିରେ ରାଜି ନ ହେବାରୁ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। ମୃତକଙ୍କ ସ୍ତ୍ରୀ ମାରିଆ କଡ଼ାଇସ୍ମାଙ୍କ ଆବେଦନକ୍ରମେ ହାଇକୋର୍ଟରେ ରୁଜୁ ମାମଲାକୁ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri