ଅବାଧ, ନିରପେକ୍ଷ କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୨୧ା୯:ଚଳିତ ମାସ ୩୦ ତାରିଖରେ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବାକୁ ଯାଉଛି। ଏ ନେଇ ସୋମବାର ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନକୁ ଅବାଧ, ସ୍ବଚ୍ଛ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ବାଚନ ଆୟୋଗଙ୍କ ନିୟମାନୁଯାୟୀ ଆଦର୍ଶ ଆଚରଣ ବିଧି ଓ କୋଭିଡ୍‌ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଦଳୀୟ କର୍ମୀଙ୍କ ପ୍ରଚାର, ମତଦାନ ଓ ଭୋଟ ଗଣତି ସମୟରେ ପୋଲିସ ସୁରକ୍ଷା ବ୍ୟବସ୍ଥା, ନିର୍ବାଚନମଣ୍ଡଳୀକୁ ଭିଆଇପି, ଭିଭିଆଇପିଙ୍କ ଗସ୍ତବେଳେ ପୋଲିସର ଦାୟିତ୍ୱ ନେଇ ବୈଠକରେ ଆଲୋଚନା ହୋଇଥିଲା। ୧୧୦/୧୦୭ ସିଆର୍‌ପିସିରେ ସମ୍ପୃକ୍ତ ଥିବା ଅପରାଧୀ, ବେଆଇନ ଭାବେ ରଖିଥିବା ମାରଣାସ୍ତ୍ର, ନିର୍ବାଚନ ସମୟରେ ଚୋରା ମଦ କାରବାର ଉପରେ ରୋକ୍‌ ଏବଂ ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଥିବା ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା) ଆର୍‌. କେ. ଶର୍ମା ନିର୍ବାଚନ ସଂକ୍ରାନ୍ତ ସମସ୍ତ କାର୍ଯ୍ୟକ୍ରମ ଓ ଯୋଜନାର ସମୀକ୍ଷା କରିଥିଲେ। ଉକ୍ତ ନିର୍ବାଚନମଣ୍ଡଳୀରେ ମୁତୟନ ହେବାକୁ ଥିବା ମୋବାଇଲ୍‌ ସ୍କାଡ୍‌, ଫ୍ଲାଇଂ ସ୍କାଡ୍‌ ଏବଂ ନାକାବନ୍ଦୀ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ଉପନିର୍ବାଚନ ସଂକ୍ରାନ୍ତ ବିଭିନ୍ନ ଗୋଇନ୍ଦା ତଥ୍ୟ ସମ୍ପର୍କରେ ଡିଜିପିଙ୍କ ସହ ଆଲୋଚନା କରିଥିଲେ। ଏହାବ୍ୟତୀତ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ନିର୍ବାଚନମଣ୍ଡଳୀକୁ ଭିଆଇପି, ଭିଭିଆଇପିଙ୍କ ଆଗମନ, ନିର୍ବାଚନ ସମ୍ପର୍କିତ ସମସ୍ତ ମାମଲାରେ ତୁରନ୍ତ ପଦକ୍ଷେପ, ସମ୍ବେଦନଶୀଳ ବୁଥ୍‌ ଏବଂ ପୋଲିସ ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। କନ୍‌ଫରେନ୍ସରେ ଆଇଜି (ଆଇନ ଓ ଶୃଙ୍ଖଳା) ତଥା ନୋଡାଲ ଅଫିସର, କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପି କନଓ୍ବର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ରାରେ ପୁଣି ୪୮ ଘଣ୍ଟା ପାଇଁ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି

ସୁନ୍ଦରଗଡ଼,୧୬।୪(ଡିଏନଏ): ସୁନ୍ଦରଗଡ଼ ଜିଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ପୁଣି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ...

କାଠ ବୋଝେଇ ଗାଡ଼ି ଜବତ

କୁଆମରା,୧୨ା୧(ଡି.ଏନ୍‌.ଏ.): ଖୁଣ୍ଟା-ବାଲେଶ୍ୱର ରାସ୍ତାର ଦାମାସାହି ଛକ ନିକଟରେ ଉଦଳା ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା କାଠ ବୋଝେଇ ଏକ ଟାଟା ଏସି ଗାଡ଼ି ଜବତ...

ନାବାଳିକାଙ୍କୁ ବଳାତ୍କାର କରି ଜଣେ ଗିରଫ

ହିଞ୍ଜିଳିକାଟୁ,୨୨ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଘଟଣା ନେଇ ବୁଧବାର ହିଞ୍ଜିଳି ଥାନାରେ ନାବାଳିକାଙ୍କ ଅଭିଯୋଗ ପରେ...

ପ୍ରଦୂଷଣ ରୋକିବାକୁ ଅଧିକାରୀଙ୍କୁ ପରାମର୍ଶ

ଝାରସୁଗୁଡ଼ା ଅଫିସ,୨୨।୧୨: ବିଧାନସଭା ହାଉସ ସବ୍‌କମିଟି ବୁଧବାର ୨ଦିନିଆ ଝାରସୁଗୁଡ଼ା ଜିଲା ଗସ୍ତ କରିଛନ୍ତି। କମିଟି ସଦସ୍ୟ ଏସ୍‌ଏମ୍‌ସି ପାୱାର ଜେନେରେସନ, ଓପିଜିସି ଓ ବେଦାନ୍ତ...

ଷ୍ଟ୍ରେଚର କାର୍ଯ୍ୟ କରିବ ବ୍ୟାଟେରିଚାଳିତ ଗାଡ଼ି

ବ୍ରହ୍ମପୁର ଅଫିସ,୧୫ା୩ – ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏଣିକି ବ୍ୟାଟେରିଚାଳିତ ଗାଡିରେ ୱାର୍ଡକୁ ଯିବେ ଗୁରୁତର ରୋଗୀ। କାଜୁଆଲିଟିରୁ ବିଭିନ୍ନ ୱାର୍ଡକୁ ଗୁରୁତର ରୋଗୀଙ୍କୁ...

୫ ବର୍ଷ ହେଲା ମିଳୁନି ଦରମା: କର୍ମଚାରୀଙ୍କ ଆତ୍ମହୁତି ଉଦ୍ୟମ

ବାସୁଦେବପୁର, ୨୬।୬ – ଦୀର୍ଘଦିନର ଦରମା ଅଟକ ରହିଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଶୁଣି ନ ଥିଲେ କେହି।...

ଆଜି ୫୯ କରୋନା ପଜିଟିଭ୍‌ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ରାଜ୍ୟରେ ବୁଧବାର ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ...

ଖବର ପ୍ରସାରଣ ପରେ ନୂଆକୋଠାରେ ଆରମ୍ଭ ହେଲା ରୋଗୀସେବା

ଗଞ୍ଜାମ,୧୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ମଧ୍ୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାରେ ରୋଗୀ ସେବା ଆରମ୍ଭ ହୋଇଛି l ପୂର୍ବରୁ ‘ମେଡିକାଲର ପୁରୁଣା ଭଙ୍ଗା କୋଠାରେ ଚାଲିଛି...

Advertisement
Archives

Model This Week