Posted inଜାତୀୟ

ବିରୋଧୀ ଖୁବ୍‌ଶୀଘ୍ର ଦର୍ଶକ ଗ୍ୟାଲେରିକୁ ଯିବେ: ମୋଦି

ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବା ଅବସରରେ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ନିଶ୍ଚୟ ୩୭୦ ଆସନରେ ଜିତିବା ସହ ଏନ୍‌ଡିଏ ମେଣ୍ଟ ୪୦୦ ଆସନ ଅତିକ୍ରମ କରିବ ବୋଲି କହିଛନ୍ତି। ତାଙ୍କ ତୃତୀୟ ପାଳି ସରକାର ବହୁତ ବଡ଼ ନିଷ୍ପତ୍ତି ନେବ ଏବଂ ଆଗାମୀ ୧,୦୦୦ ବର୍ଷ ପାଇଁ ଭାରତର ଦୃଢ଼ ମୂଳଦୁଆ ପକାଯିବ। ଏହି ଅବସରରେ ସେ କଂଗ୍ରେସ ଉପରେ ଜୋର୍‌ଦାର ବର୍ଷିଛନ୍ତି। ସେମାନେ ଦୀର୍ଘଦିନ ବିରୋଧୀ ଆସନରେ ବସିବା ଲାଗି ସଂକଳ୍ପ ନେଇଥିଲେ ଏବଂ ଆଗାମୀ ନିର୍ବାଚନରେ ପାର୍ଲାମେଣ୍ଟର ଦର୍ଶକ ଗ୍ୟାଲେରିରେ ବସିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିରୋଧୀଙ୍କ ମଧ୍ୟରୁ ଅନେକେ ନିର୍ବାଚନ ଲଢ଼ିବାର ସାହସ ହରାଇଛନ୍ତି। ଗତ ନିର୍ବାଚନରେ କେତେଜଣ ଆସନ ବଦଳାଇଥିଲେ। ଏଥର ଅନେକ ଲୋକ ସଭା ପରିବର୍ତ୍ତେ ରାଜ୍ୟ ସଭାକୁ ଯିବା ଲାଗି ଚାହୁଁଥିବା ଶୁଣିବାକୁ ମିଳୁଛି ବୋଲି ମୋଦି କହିଥିଲେ। କଂଗ୍ରେସ ଗୋଟିଏ ସାମଗ୍ରୀକୁ ବାରମ୍ବାର ଲଞ୍ଚ୍‌ କରୁଥିବାରୁ ଏହାର ଦୋକାନ ବନ୍ଦ ହେବାକୁ ବସିଛି। ପରିବାର ପରିଚାଳିତ ଦଳ ଗଣତନ୍ତ୍ର ପାଇଁ ଭଲ ନୁହେଁ। କଂଗ୍ରେସ ବାତିଲ ସଂସ୍କୃତିରେ ଅଟକିଯାଇଛି। ୨୦୧୪ରେ ଅନ୍ତରୀଣ ବଜେଟ ବେଳେ ଭାରତ ୧୧ତମ ବୃହତ୍‌ ଅର୍ଥନୀତି ଥିଲା। ଆଗାମୀ ୩ ଦଶନ୍ଧିରେ ଏହା ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ ବୋଲି ସେତେବେଳେ ସେମାନେ କହୁଥିଲେ। ଆମର ତୃତୀୟ ପାଳି ସରକାର ତାହା ହାସଲ କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଆସିଲା ଚମକାଇଦେଲା ଭଳି ଖବର: କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ, ୭।୮: IPL ୨୦୨୬ ସିଜନ ଶେଷ ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। IPL ୨୦୨୪ରେ…

ବୈଠକ ପରେ ନୂଆ ଟିମ ଘୋଷଣା କଲା CJP, ୧୨ ଜଣଙ୍କୁ ଦାୟିତ୍ୱ; ଅଭିଜିତ ଦୀପକେଙ୍କୁ ମିଳିଲା ବଡ଼ ପଦ

ନୂଆଦିଲ୍ଲୀ, ୭।୮: କକରୋଚ ଜନତା ପାର୍ଟି (CJP)ର ଜାତୀୟ କାର୍ଯ୍ୟକାରିଣୀ ଗଠନ ହୋଇଛି। ଏଥିରେ ଅଭିଜିତ ଦୀପକେଙ୍କ ସମେତ ୧୨ ଜଣଙ୍କୁ ସ୍ଥାନ ମିଳିଛି। ଅଭିଜିତ ଦୀପକେଙ୍କ…

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ପ୍ରଥମେ ଛେଳି ଚୋରି କଲେ, ତା’ପରେ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଲେ: ୩ ଜଣଙ୍କୁ…

ଅତାବିରା/ଗୋଡ଼ଭଗା, ୭/୮(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସ୍ଥିତ ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋରି…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri