ବିଶ୍ୱବିଦ୍ୟାଳୟ ଜମି ହସ୍ତାନ୍ତରକୁ ବିରୋଧ

ବ୍ରହ୍ମପୁର ଅଫିସ,୧୭ା୧୨( ନରସିଂହ ସାହୁ): ବ୍ରିଟିଶ ଶାସନରେ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ୨୫ ଏକର ଜମି ରାଜସ୍ବ ବିଭାଗକୁ ତୁରନ୍ତ ହସ୍ତାନ୍ତର ଲାଗି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ମର୍ମରେ ବିଶ୍ୱବିଦ୍ୟାଳୟକୁ ଚିଠି ଆସିଛି। ଏହାକୁ ପୂର୍ବତନ ଛାତ୍ର ନେତା ଆଇନଜୀବୀ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ପୀତବାସ ପଣ୍ଡା ବିରୋଧ କରିଛନ୍ତି। ଜମି ନିଆଗଲେ ଅର୍ଦ୍ଧ ଶତାବ୍ଦୀର ଏହି ବିଶ୍ୱବିଦ୍ୟାଳୟର ବିକାଶ ବାଧାପ୍ରାପ୍ତ ହେବ ଏବଂ ଆଗାମୀ ଦିନରେ ଗବେଷଣାତ୍ମକ କାର୍ଯ୍ୟକ୍ରମ ନିମନ୍ତେ ହେବାକୁ ଥିବା ନୂଆ ଯୋଜନା ବାଧାପ୍ରାପ୍ତ ହେବ ବୋଲି ଦର୍ଶାଇଛନ୍ତି। ଏହି ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ନଚେତ ପ୍ରତିବାଦରେ ୫୦ ବର୍ଷ ତଳେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯେଭଳି ବୃହତ୍ତ ଛାତ୍ର ଓ ଜନ ଆନ୍ଦୋଳନ ହୋଇଥିଲା ତାହାର ପୁନରାବୃତ୍ତି ହେବାର ପଣ୍ଡା ସତର୍କ କରି ଦେଇଛନ୍ତି।
ସୋମବାର ପୀତବାସ ଏକ ପ୍ରେସ୍‌ ବିବୃତିରେ ଆହୁରି କହିଛନ୍ତି ବ୍ରହ୍ମପୁରରେ ବିମାନ ବନ୍ଦର ପାଇଁ ଦୀର୍ଘଦିନରୁ ବିଭିନ୍ନ ମହଲରୁ ଦାବି ହୋଇଛି। ବହୁ ବିଳମ୍ବରେ ରାଜ୍ୟ ସରକାର ତାଳିପକା ଉଦ୍ୟମ କରି ପୁରାତନ ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ସ୍ବପ୍ନ ଦେଖାଇଛନ୍ତି। ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ପରିବର୍ତ୍ତେ ବିକଳ୍ପ ସ୍ଥାନରେ ଗ୍ରୀନ୍‌ ଫିଲଡ୍‌ ବିମାନ ବନ୍ଦର କରିବାକୁ ସେ ଦାବି କରିଛନ୍ତି। ବିଇଡିଏ ଦ୍ୱାରା ପ୍ରସ୍ତୁତ ଡିପିଆରରେ ନିକଟବର୍ତ୍ତି ଲକ୍ଷ୍ମୀପୁରରେ ୩ ଶହ ଏକର ଜମି ଚିହ୍ନଟ ହୋଇଛି। ଅପରପକ୍ଷରେ ଗଉଞ୍ଜୁ ନିକଟରେ ୨୦୦ ଏକର ଅଛି। ଗଞ୍ଜାମ ବ୍ଲକର ହୁମ୍ମାସ୍ଥ ଲବଣ ଜମିରେ ବିମାନ ବନ୍ଦର ନିମନ୍ତେ ଅତୀତରେ ସଂସଦରେ ମଧ୍ୟ ଆଲୋଚନା ହୋଇଥିବା ନଜିର ଅଛି। ଟାଟା କମ୍ପାନୀ ଅଧିକୃତ ଜମିରେ ଗ୍ରିନ ଫିଲଡ ବିମାନ ବନ୍ଦର ହୋଇପାରିବ ବୋଲି ପଣ୍ଡା ପ୍ରସ୍ତାବ ଦେଇଛନ୍ତି। ବିମାନ ବନ୍ଦର ଆନ୍ଦୋଳନ ତେଜୁଥିବାରୁ ରାଜନୈତିକ ଦୃଷ୍ଟିରୁ ଉପରୋକ୍ତ ପ୍ରସ୍ତାବଗୁଡ଼ିକ ବିଚାରକୁ ନ ନେଇ ବିଶ୍ୱବିଦ୍ୟାଳୟ ଜମି ଛଡ଼ାଇ ନେବାର ଚଳାଇଥିବା ପ୍ରୟାସକୁ କଂଗ୍ରେସ ନେତା ଘୋର ନିନ୍ଦା କରିଛନ୍ତି। ଏୟାର ଷ୍ଟ୍ରିପ୍‌ ସମ୍ପ୍ରସାରଣ ଦ୍ୱାରା ୬ରୁ ୮ ଜଣିଆ ଯାତ୍ରୀ ବସିବା ଭଳି ଛୋଟ ବିମାନ ଉଡ଼ାଣ ହେବ। ଏହାଦ୍ୱାରା ବ୍ରହ୍ମପୁର ତଥା ଜିଲାବାସୀଙ୍କ ସ୍ବପ୍ନ ମଉଳିଯିବ। ତେଣୁ ବିଜେଡି ସରକାର ଭୂଆଁ ନ ବୁଲାଇ ପର୍ଯ୍ୟାପ୍ତ ଜମି ଥିବା ସ୍ଥାନରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କରିବାକୁ ପଣ୍ଡା ପୁନର୍ବାର ପ୍ରସଙ୍ଗ ଉଠାଇଛନ୍ତି। ଝାରସୁଗୁଡ଼ା ଭଳି ବୃହତ୍ତ ବିମାନ ବନ୍ଦର ଲାଗି ପଦକ୍ଷେପ ନେବା ଉପରେ ପୀତବାସ ଅଧିକ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri