ମାପଚୁପକୁ ବିରୋଧ, ଉତ୍ତେଜନା

ପୁରୀ ଅଫିସ, ୭।୧୧: ପୁରୀର ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଓ ସର୍ଭେ କାମ ଚାଲିଛି। ଶୁକ୍ରବାର ମାଟିଆପଡ଼ା ଛକରେ ମାପଚୁପ ଚାଲିଥିବାବେଳେ କ୍ଷତିଗ୍ରସ୍ତ ହେବାକୁ ଥିବା ସ୍ଥାନୀୟ ଲୋକେ ଓ ବ୍ୟବସାୟୀ ପ୍ରତିବାଦ କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିଥିଲା। ବ୍ୟବସାୟୀମାନେ ଆର୍‌ଓବି ପାଇଁ ଚିହ୍ନଟ ସ୍ଥାନ ପରିବର୍ତ୍ତନ ଦାବି କରିଥିଲେ। ମାଟିଆପଡ଼ା ଓ ସିଦ୍ଧମହାବୀର ଦେଇ ଆର୍‌ଓବି ଗଲେ ଶତାଧିକ ସ୍ଥିତିବାନ ଲୋକ ବାସହୀନ ହୋଇପଡ଼ିବେ। ବହୁ ବ୍ୟବସାୟୀ ମଧ୍ୟ କ୍ଷତିଗ୍ରସ୍ତ ହେବେ। ତେଣୁ ସରକାରୀ ଜମି ଦେଇ ଏହାକୁ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। ବିନା ପଲ୍ଲିସଭାରେ ମାପଚୁପ ଏବଂ ସର୍ଭେ କରାଯାଉଥିବା ଲୋକେ କହିଛନ୍ତି।
ପୁରୀ-କୋଣାର୍କ ରାସ୍ତାର ସିଦ୍ଧମହାବୀର ଲେଭଲ କ୍ରସିଂ ଉପରେ ଆର୍‌ଓବି ନିର୍ମାଣ ପାଇଁ ଦାବି ହୋଇଆସୁଥିଲା। ପୁରୀ ଜିଲାର କୋଣାର୍କ, ଗୋପ, କାକଟପୁର, ନିମାପଡ଼ା ସମେତ ପଡ଼ୋଶୀ ଜଗତ୍‌ସିଂହପୁର ଜିଲାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଆର୍‌ଓବି ନ ଥିବାରୁ ଟ୍ରାଫିକ ଜାମ୍‌ ହେଉଛି। ଫଳରେ ଲୋକେ ହଇରାଣ ହେଉଛନ୍ତି। ଆମ୍ବୁଲାନ୍ସ ମଧ୍ୟ ଫସିରହୁଛି। ଦୀର୍ଘବର୍ଷର ଦାବି ଏବେ ପୂରଣ ହେବାକୁ ଯାଉଛି। ଆର୍‌ଓବି ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ନିମନ୍ତେ ସର୍ବସାଧାରଣରେ ନୋଟିସ ପ୍ରକାଶ ପରେ ଜାତୀୟ ରାଜପଥ ବିଭାଗ ଓ କମ୍ପିଟେଣ୍ଟ ଅଥରିଟି ଅଫ୍‌ ଲ୍ୟାଣ୍ଡ ଆକ୍ୟୁଜିଶନ (କାଲା) ପକ୍ଷରୁ ସର୍ଭେ ଏବଂ ମାପଚୁପ ଚାଲିଛି। ପ୍ରସ୍ତାବିତ ପ୍ରକଳ୍ପ ଓ ଡିଜାଇନ ଅନୁଯାୟୀ ଏହି ଆର୍‌ଓବି ମାଟିଆପଡ଼ା ଓ ସିଦ୍ଧମହାବୀର ଦେଇ ଯିବ। ଏଥିପାଇଁ ୨.୬୬ ଏକର ଜମି ଅଧିଗ୍ରହଣ କରାଯିବ। ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ବାଲୁଖଣ୍ଡ, କୁମୁଟିପାଟଣା, ମାଟିଆପଡ଼ା ଓ ସିଦ୍ଧମହାବୀର ମୌଜାରେ ୧୨୯ଟି ପ୍ଲଟ ରହିଛି। ଏହାମଧ୍ୟରେ ଘରବାଡ଼ି, ପୁରାତନ ପଡ଼ିଆ, ରାସ୍ତା, ଦେବସ୍ଥଳୀ, ବଗାୟତ, ଜଳାଶୟ ଓ ଘର ଆଦି ରହିଛି। ବାଲୁଖଣ୍ଡ ମୌଜାରେ ୧୨, କୁମୁଟିପାଟଣା ମୌଜାରେ ୪୮, ମାଟିଆପଡ଼ା ମୌଜାରେ ୩୦ ଓ ସିଦ୍ଧମହାବୀର ମୌଜାରେ ୩୯ଟି ପ୍ଲଟ ରହିଛି। ଏହି ଆର୍‌ଓବି ପାଇଁ ୫୩ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର ସହ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ସରିଛି। ସର୍ଭେ ଓ ମାପଚୁପ ସରିବା ପରେ ଫାଇନାଲ ଡିଜାଇନ ପ୍ରସ୍ତୁତ ହେବ। ଅଞ୍ଚଳବାସୀ ଆର୍‌ଓବିକୁ ସ୍ବାଗତ କରୁଥିଲେ ମଧ୍ୟ ଚିହ୍ନଟ ସ୍ଥାନ ପରିବର୍ତ୍ତନ କରି ସରକାରୀ ଜମିରେ ଆର୍‌ଓବି ନିର୍ମାଣ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଜମି ଅଧିଗ୍ରହଣ ଅଧିକାରୀ ପ୍ରଶାନ୍ତ କୁମାର ଜେନା କହିଛନ୍ତି, ଜାତୀୟ ରାଜପଥ ଆଇନ ୧୯୫୬ ଅନୁଯାୟୀ ଆର୍‌ଓବି ପାଇଁ କାମ ଚାଲିଛି। ବର୍ତ୍ତମାନ ଜମି ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଥ୍ରୀ ଜି ନୋଟିଫିକେଶନ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ ସରିଲେ ଗୃହକର୍ତ୍ତାଙ୍କୁ ମୂଲ୍ୟ ସଂକ୍ରାନ୍ତରେ ଜଣାଇ ଦିଆଯିବ। ଯଦି କିଛି ଦାବି ଥିବ ତାହା ଜିଲା ପ୍ରଶାସନକୁ ଜଣାଇବା ପାଇଁ ସେମାନଙ୍କୁ ୨ମାସ ସମୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri