ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ବିରୋଧ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ବର୍ଦ୍ଧିତ ବିଦ୍ୟୁତ୍‌ ଦେୟ ଦେଇ ରାଜ୍ୟବାସୀ ଶୋଷଣର ଶିକାର ହେବାକୁ ଯାଉଛନ୍ତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ଦଳର ରାଜ୍ୟ କମିଟି ସଭାପତି ରବି ବେହେରା କହିଛନ୍ତି, ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ବେଦାନ୍ତ ତା’ର ଥର୍ମାଲ ପାୱାର ପ୍ଲାଣ୍ଟରୁ ବିଜୁଳି ନ ଦେବା ପାଇଁ ଚକ୍ରାନ୍ତ କରି ବାର୍ଷିକ ରକ୍ଷଣାବେକ୍ଷଣ ନାମରେ ଗତ ସୋମବାର ଅର୍ଥାତ୍‌ ୨୧ ତାରିଖରୁ ପ୍ଲାଣ୍ଟକୁ ବନ୍ଦ କରିଛି। ଫଳରେ ଓ.ଇ.ଆର୍‌.ସି. ଗତ ସପ୍ତାହକ ତଳେ ତଥା ଗତ ଶନିବାର ଦେଇଥିବା ରାୟ ମୂଲ୍ୟହୀନ ହୋଇଗଲା ବୋଲି ବେହେରା କହିଛନ୍ତି। ଗ୍ରୀଡ୍‌କୋ ରାଜ୍ୟବାସୀଙ୍କୁ ବିଜୁଳି ଯୋଗାଇବା ପାଇଁ ବର୍ତ୍ତମାନ ବାହାରୁ ବିଜୁଳି କିଣିବ। ୟୁନିଟ୍‌ ପିଛା ୨ଟଙ୍କା ୫୨ ପଇସା ବଦଳରେ ଏବେ ୪ଟଙ୍କା ୬୯ ପଇସାରେ ବିଜୁଳି କିଣାହେବ, ଯାହାର ବୋଝ ବୋହିବେ ୯୨ଲକ୍ଷ ଗ୍ରାହକ। ତିନିମାସକୁ ହାରାହାରି ୧୬୩ କୋଟି ଟଙ୍କା ଗଣିବେ। ବେଦାନ୍ତ – ଓଇଆର୍‌ସି – ଗ୍ରୀଡ୍‌କୋ- ଶକ୍ତି ବିଭାଗର ଇନ୍ଦ୍ରଜାଲ ଭିତରେ ରାଜ୍ୟବାସୀ ଫସିଯାଇଛନ୍ତି। ବିଦ୍ୟୁତ୍‌ ଘରୋଇକରଣ ଓ ସଂସ୍କାର ନାମରେ ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟବାସୀ ଶୋଷଣର ଶିକାର ହେବାରେ ଲାଗିଛନ୍ତି। ତେଣୁ ସରକାର ତୁରନ୍ତ ବିଦ୍ୟୁତ୍‌ ସଂସ୍କାର ଉପରେ ଏକ ‘ଶ୍ୱେତପତ୍ର’ ପ୍ରକାଶ କରନ୍ତୁ ଓ ରାଜ୍ୟବାସୀଙ୍କୁ ବର୍ଦ୍ଧିତ ଶୁଳ୍କ କବଳରୁ ରକ୍ଷା କରନ୍ତୁ। ତାହା ନ ହେଲେ ଆଗାମୀ ଦିନରେ ବିଦ୍ୟୁତ୍‌ ଶୁଳ୍କକୁ ନେଇ ଜନଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବେହେରା ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri