ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ ତ୍ରୁଟି

ଯାଜପୁର ଅଫିସ,୨୮ା୨: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ନିର୍ମାଣ ହେଉଥିବା ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ-୨ରେ ବ୍ୟାପକ ତ୍ରୁଟି ହୋଇଛି। ଏହି ପ୍ରକଳ୍ପର ପମ୍ପ ହାଉସ୍‌କୁ ନିର୍ମିତ ପ୍ରବେଶ ବ୍ରିଜ ବିଭାଗୀୟ ଷ୍ଟ୍ରକ୍ଚରାଲ ଡିଜାଇନ ଅନୁସାରେ ହୋଇନାହିଁ। ତେଣୁ ଆବଶ୍ୟକ ଭିତ୍ତିଭୂମି ସହ ତୁରନ୍ତ ପୁନଃ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ଚିଫ୍‌ ଇଞ୍ଜିନିୟର-୨ ଗତ ୨୪ ତାରିଖରେ ସମ୍ପୃକ୍ତ ଠିକାସଂସ୍ଥା ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ (ଏନ୍‌ସିସି) କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଭଳି କାର୍ଯ୍ୟ ଭବିଷ୍ୟତ ପାଇଁ ବିପଦ ହୋଇପାରେ ବୋଲି ଚିଫ୍‌ ଇଞ୍ଜିନିୟର ପରୋକ୍ଷରେ ସୂଚାଇ ଦେଇଛନ୍ତି। ଅଣଓଡ଼ିଆ ଠିକାସଂସ୍ଥା ଏନ୍‌ସିସି ଦ୍ୱାରା ସୁକିନ୍ଦା ପ୍ରକଳ୍ପ-୧ରେ ପୂର୍ବରୁ ବ୍ୟାପକ ଅନିୟମିତତା ହୋଇଥିବା ନଜିର ରହିଛି। ଅଧିକ ଲାଭଖୋର ମନୋବୃତ୍ତି ନେଇ ଏନ୍‌ସିସି କାମ କରୁଥିବାରୁ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହେଉଥିବା ମତପ୍ରକାଶ ପାଇଛି।
ଖଣି ସମ୍ବନ୍ଧୀୟ କାର୍ଯ୍ୟକଳାପ ହେତୁ ଜଙ୍ଗଲ ତଥା ପରିବେଶରେ ହୋଇଥିବା କ୍ଷତିର ପୁନରୁଦ୍ଧାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଓଏମ୍‌ବିଏଡିସି ଗଠନ ହୋଇଛି। ଏହି ଯୋଜନାରେ ୪୮୩୧ କୋଟି ଟଙ୍କାର ୨୦ଟି ପ୍ରକଳ୍ପ କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାର ଖଣି ପ୍ରଭାବିତ ଅଞ୍ଚଳରେ ଚାଲିଛି। ଏହିସବୁ ପ୍ରକଳ୍ପ ଦକ୍ଷିଣ ଭାରତର ୪ଟି ଅଣଓଡିଆ ଠିକାସଂସ୍ଥାକୁ ନିର୍ମାଣ କରିବାକୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଏହି ଅର୍ଥକୁ ମନଇଚ୍ଛା ସ୍ଥାନୀୟ ଅଧିବାସୀ ବା ସିଭିଲ ସୋସାଇଟି ସହିତ ପରାମର୍ଶ ନ କରି ଅଣଓଡ଼ିଆ ଠିକାସଂସ୍ଥାଗୁଡ଼ିକୁ ନିଯୁକ୍ତି ଦେଇ ଏହି ଅର୍ଥ ଲୁଟ୍‌ ପାଇଁ ଲାଗିପଡ଼ିଛନ୍ତି ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଯାଜପୁର ଜିଲାର ସୁକିନ୍ଦା ପ୍ରକଳ୍ପ-୧ ପାଇଁ ୫୪.୮୧ କୋଟି ଓ ସୁକିନ୍ଦା ପ୍ରକଳ୍ପ-୨ ପାଇଁ ୧୦୧.୨୪ କୋଟି ଭାବେ ସମୁଦାୟ ୧୫୬.୦୫ କୋଟି ଟଙ୍କା ମଞ୍ଜୁର ହୋଇ ଏନ୍‌ସିସି ଠିକାସଂସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଛି। ୨୦୧୯ ଜୁଲାଇରେ ବିଭାଗୀୟ ଯନ୍ତ୍ରୀ ପ୍ରାଧିକରଣ ପକ୍ଷରୁ ସୁକିନ୍ଦା ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପର ନିରୀକ୍ଷଣ କରାଯାଇଥିଲା। ନିରୀକ୍ଷଣରେ ଗୋଟିଏ ଖାତ (ଟ୍ରେଞ୍ଚ୍‌)ରେ ଆବଶ୍ୟକତାଠାରୁ କମ୍‌ ଖୋଳି ପାଇପ୍‌ ବିଛା, ପାଟନାଠାରେ ନିର୍ମାଣାଧୀନ ଇଏସ୍‌ଆର୍‌ ସ୍ତମ୍ଭରେ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ନ ହେବା, ନିମ୍ନମାନର ଷ୍ଟିଲ ସାମଗ୍ରୀ ବ୍ୟବହାର ଇତ୍ୟାଦି ଦେଖିବାକୁ ମିଳିଥିଲା। ଏହାପରେ ଇଞ୍ଜିନିୟର୍ସ ଅଥରିଟିର ରିପୋର୍ଟକୁ ଭିତ୍ତିକରି ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ତାଙ୍କ ପତ୍ରସଂଖ୍ୟା ୭୨୨୮/୨୦ା୮ା୨୦୧୯ରେ କଟକ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍କଲ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ପ୍ରକଳ୍ପ ଅଞ୍ଚଳ ବୁଲି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ କିଣା ଯାଇଥିବା ଷ୍ଟିଲ ସାମଗ୍ରୀକୁ କଟକ ସେଣ୍ଟ୍ରାଲ ଲାବରେଟୋରି (ଆର ଆଣ୍ଡ ବି) ଏବଂ ଭୁବନେଶ୍ୱର ଆଇଏମ୍‌ଏମ୍‌ଟି ଲାବରୋଟୋରିରେ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟରେ ସେହି ଷ୍ଟିଲ ସାମଗ୍ରୀର ଗୁଣବତ୍ତା ସନ୍ତୋଷଜନକ ଓ ବ୍ୟବହାର ଉପଯୋଗୀ ବୋଲି ଦର୍ଶାଯାଇଥିଲା। ଉକ୍ତ ରିପୋର୍ଟକୁ ଆଧାର କରି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଚିଫ୍‌ ଇଞ୍ଜନିୟର ତାଙ୍କ ପତ୍ରସଂଖ୍ୟା ୭୮୪୨/୧୦ା୪ା୨୦୧୯ରେ ଠିକାସଂସ୍ଥା ଏନସିସିର ସହକାରୀ ଜେନେରାଲ ମ୍ୟାନେଜରଙ୍କୁ ଉକ୍ତ ଷ୍ଟିଲ ସାମଗ୍ରୀକୁ ପୁଣି ବ୍ୟବହାର ହୋଇ ପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ମଧ୍ୟରେ ଏକ ବଡ଼ଧରଣର ମୂଲଚାଲ ହୋଇଥିବା ସେତେବେଳେ ସନ୍ଦେହ ହୋଇଥିଲା। ବର୍ତ୍ତମାନ ପ୍ରକଳ୍ପ-୨ରେ ମଧ୍ୟ ପମ୍ପହାଉସକୁ ୨୪.୪ ମିଟର ଲମ୍ବ ବ୍ରିଜ ନିର୍ମାଣ ତଥା ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଷ୍ଟ୍ରକ୍ଚରାଲ ଡିଜାଇନ ଅନୁସାରେ ବ୍ରିଜର ମଧ୍ୟବର୍ତ୍ତୀ ସ୍ଥାନରେ କୌଣସି ସହାୟତା କାର୍ଯ୍ୟ ହୋଇନାହିଁ। ତେଣୁ ମାଟି ପରୀକ୍ଷା ରିପୋର୍ଟ ଅନୁସାରେ ଉପଯୁକ୍ତ ଭିତ୍ତିଭୂମି ନିର୍ମାଣ କରିବାକୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ଏନ୍‌ସିସିର ପ୍ରକଳ୍ପ ମ୍ୟାନେଜର ଏସ୍‌. କ୍ରିଷ୍ଣାଙ୍କୁ ପଚାରିବାରେ ସେ କହିଛନ୍ତି, ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ପୁନଃ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଜଳ ସମ୍ପଦ ବିଭାଗଠାରୁ ଅନୁମତି ନେବାକୁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?