ଆୟୁର୍ବେଦ ଚିକିତ୍ସକଙ୍କ ଦ୍ୱାରା ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୭ା୧୨: ଆୟୁର୍ବେଦ ଚିକିତ୍ସକମାନେ ରୋଗୀଙ୍କ କେତେକ ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର କରିପାରିବେ। ଏନେଇ ଗତ ନଭେମ୍ବର ୧୯ରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଚିିକିତ୍ସା କେନ୍ଦ୍ରୀୟ ପରିଷଦ(ସିସିଆଇଏମ୍‌) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ପକ୍ଷରୁ ସାରା ଦେଶରେ ବିରୋଧ କରାଯାଉଛି। ଏହିମର୍ମରେ ଆଇଏମ୍‌ଏ ଯାଜପୁର ରୋଡ୍‌ ଶାଖା ସଭାପତି ଡା.ହେମନ୍ତ କିଶୋର ସାହୁ ଓ ସମ୍ପାଦକ ଡା. ଗୌରୀ ଶଙ୍କର ଷଡ଼ଙ୍ଗୀ ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଜଣେ ଆୟୁର୍ବେଦ ଚିକିତ୍ସକ ମାତ୍ର ୨ ବର୍ଷରେ ଖେଚୁଡି ଶଲ୍ୟ ଚିକିତ୍ସା ପ୍ରଶିକ୍ଷଣ ଲାଭ କରି ଆୟୁର୍ବେଦ ସ୍ନାତକୋତ୍ତର ଶଲ୍ୟତନ୍ତ୍ର ଓ ଶାଲ୍ୟକତନ୍ତ୍ର ଉପାଧି ହାସଲ କରିପାରିବେ। ଏହିମାନେ ୩୮ପ୍ରକାର ଶଲ୍ୟ ଅପରେଶନ ତଥା କାନ, ନାକ, ଗଳା, ପେଟ ଆଦି ସାଧାରଣ ଓ ସୁପର ସ୍ପେଶାଲିଷ୍ଟ ଅପରେଶନ କରିବାକୁ ଆଇନତଃ ହକଦାର ହେବେ। ଏଥିଯୋଗୁ ଭବିଷ୍ୟତରେ ଯେଉଁ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ତା’ର କୁପରିଣାମ ସର୍ବସାଧାରଣଙ୍କୁ ଭୋଗିବାକୁ ପଡ଼ିବ ଓ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଚିକିତ୍ସା ଏପରି ନିମ୍ନ ଶିକ୍ଷାଗତ ଯୋଗ୍ୟତା ପ୍ରାପ୍ତ ଚିକିତ୍ସକଙ୍କ ଦ୍ୱାରା କରାଗଲେ ଅନେକ ସମସ୍ୟା ସୃଷ୍ଟି ହେବ। ସୁପର ସ୍ପେଶାଲିଷ୍ଟ ଯୋଗ୍ୟତା ନିମନ୍ତେ ଏମବିବିଏସ୍‌ ଶିକ୍ଷା ୬ ବର୍ଷ ପରେ ସ୍ନାତକୋତ୍ତର ଶିକ୍ଷା ୩ ବର୍ଷ ଓ ଉଚ୍ଚ ସ୍ନାତକୋତ୍ତର ଶିକ୍ଷା ୩ବର୍ଷ ଏପରି ୬ବର୍ଷର ଅବଧି ଜରୁରୀ। ଏପରି ଶିକ୍ଷା ସତ୍ତ୍ବେ ପ୍ରବୀଣ ଶଲ୍ୟ ଚିକିତ୍ସକଗଣ ଅସ୍ତ୍ରୋପଚାର ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଭାରତୀୟ ପୁରାତନ ଚିିକିତ୍ସା ପଦ୍ଧତି ଆଧୁନିକ ଚିକିତ୍ସା ପଦ୍ଧତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିବା ସତ୍ତ୍ୱେ ଏହି ୨ଟି ପଦ୍ଧତିକୁ ମିଶ୍ରଣ କରି ଏକ ଖେଚୁଡି ଚିକିତ୍ସା ବ୍ୟବସ୍ଥା ସୃଷ୍ଟି କରିବା ଓ ଉଭୟ ପଦ୍ଧତିକୁ ନଷ୍ଟ କରିବା ସଙ୍ଗେ ସମାନ। ତେଣୁ ଉପରୋକ୍ତ ବିଜ୍ଞପ୍ତିକୁ ବିରୋଧ କରି ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ୍‌ ଶାଖା ପକ୍ଷରୁ ଆସନ୍ତା ୮ତାରିଖରେ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ସମସ୍ତ କରୋନା ପ୍ରତିଷେଧକ ବ୍ୟବସ୍ଥା ଆପଣାଇ ପ୍ରତିବାଦ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ସରକାର ନ ଚେତିଲେ ଆସନ୍ତା ୧୧ ତାରିଖ ଶୁକ୍ରବାର ସକାଳ ୬ଟାଠାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବେସରକାରୀ ଚିକିତ୍ସାଳୟ ବନ୍ଦ ରହିବ ଏବଂ କୌଣସି ଅଣକୋଭିଡ ଚିକିତ୍ସା କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri