ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ବିରୋଧ

ପୁରୀ ଅଫିସ,୧୭।୫:ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ମହାରାଜଙ୍କୁ ପୁରୀରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ପୁରୀ ଆସିଥିବା ବେଳେ ସୋମବାର ଆଦିତ୍ୟ ବାହିନୀ ପକ୍ଷରୁ ତାଙ୍କୁ ତୀବ୍ର ବିରୋଧ କରାଯାଇଛି। ଫଳରେ ପୁରୀ ରେଳଷ୍ଟେଶନରେ ସେ ଅଧଘଣ୍ଟା ଧରି ଅଟକି ରହିଥିଲେ। ପରେ ପୋଲିସ ପହଞ୍ଚି ତାଙ୍କୁ ସୁରକ୍ଷା ମଧ୍ୟରେ ଆଣିଥିଲା।
ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ମହାରାଜ ନିଜକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରିଆସୁଛନ୍ତି। ଏ ନେଇ ପୂର୍ବରୁ ୧୯୯୬ରୁ ୨୦୦୦ ମସିହା ମଧ୍ୟରେ ବିବାଦ ଉଗ୍ରରୂପ ନେବାରୁ ହାଇକୋର୍ଟରେ ମାମଲା ପହଞ୍ଚିଥିଲା। ସେହି ସମୟରେ ପୁରୀରେ ଧାର୍ମିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ତାଙ୍କୁ ତଡ଼ିପାର୍‌ କରାଯାଇଥିଲା। ତେବେ ଦୀର୍ଘବର୍ଷ ପରେ ପୁଣି ସେ ପୁରୀ ଆସିଛନ୍ତି। ସୋମବାର ସକାଳ ପ୍ରାୟ ୬ଟା ୫୦ରେ ହାୱଡ଼ା-ପୁରୀ ଏକ୍ସପ୍ରେସ୍‌ରେ ଆସି ସେ ପୁରୀରେ ପହଞ୍ଚିଥିଲେ। ପୁରୀ ରେଳଷ୍ଟେଶନରେ ଆଦିତ୍ୟ ବାହିନୀ ପକ୍ଷରୁ ତାଙ୍କୁ ବିରୋଧ କରାଯିବା ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ତୁରନ୍ତ ଶ୍ରୀକ୍ଷେତ୍ର ଛାଡ଼ି ଚାଲିଯିବା ପାଇଁ ଦାବି କରାଯାଇଥିଲା। ପୋଲିସକୁ ସୂଚନା ମିଳିବା ପରେ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ରେଳଷ୍ଟେଶନରେ ପହଞ୍ଚି ଅଧ୍ୟକ୍ଷାନନ୍ଦଙ୍କ ସହ ଆଲୋଚନା କରିଥିଲେ। ଏହାପରେ ତାଙ୍କୁ ପୁରୀ ସହର ଭିତରେ ପ୍ରବେଶ ନ କରାଇ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ସ୍ଥିତ ବେଲଦଳ ଅଞ୍ଚଳକୁ ନିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ଅଧ୍ୟକ୍ଷାନନ୍ଦଙ୍କ ତରଫରୁ ରେଲଓ୍ବେ ଗୋଇନ୍ଦା ଶାଖା ଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଗସ୍ତ ସମ୍ପର୍କରେ ଅବଗତ କରାଯାଇଥିଲା। ସମ୍ପୃକ୍ତ ଚିଠିରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ମହାରାଜଙ୍କୁ ପୁରୀର ଶଙ୍କରାଚାର୍ଯ୍ୟ ବୋଲି ଉଲ୍ଲେଖ କରାଯାଇଛି, ଯାହାକୁ ନେଇ ପୁଣି ବିବାଦ ଦେଖାଦେଇଛି। ଆଦିତ୍ୟବାହିନୀ ପକ୍ଷରୁ କୁହାଯାଇଛି ଯେ, ଏଭଳି ବ୍ୟକ୍ତି ସାରା ଦେଶ ପାଇଁ ଲଜ୍ଜା। ଶଙ୍କରାଚାର୍ଯ୍ୟ ଚୟନ ଏକ ପବିତ୍ର ପରମ୍ପରା। ଅଢ଼େଇ ହଜାର ବର୍ଷ ଧରି ଉତ୍ତରାଧିକାରୀ ସର୍ତ୍ତରେ ଅଧିକୃତ ହୁଅନ୍ତି। ସମ୍ପ୍ରତି ଶଙ୍କରାଚାର୍ଯ୍ୟ ଭାବେ ଅଧିଷ୍ଠିତ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ୧୯୯୨ ମସିହା ବସନ୍ତ ପଞ୍ଚମୀରେ ଶଙ୍କରାଚାର୍ଯ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସ୍ବାମୀ ନିରଞ୍ଜନ ଦେବତୀର୍ଥଙ୍କ ଉତ୍ତରାଧିକାରୀ ଭାବେ ସେ ଏହି ଆସନରେ ବସିଛନ୍ତି। ତେଣୁ ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦଙ୍କ ଧର୍ମବିରୋଧୀ କାର୍ଯ୍ୟକଳାପ ଉପରେ ରୋକ୍‌ ଲାଗିବା ଦରକାର। ଏଭଳି ବ୍ୟକ୍ତିଙ୍କୁ ସରକାରୀ ଶାସନତନ୍ତ୍ର ସହଯୋଗ କରୁଛି, ଯାହା ହିନ୍ଦୁ ଧର୍ମ ଉପରେ କୁଠାରାଘାତ। ଆଦିତ୍ୟବାହୀନିର କ୍ଷେତ୍ରୀୟ ସଚିବ ଦେବାଶିଷ ମିଶ୍ର କହିଛନ୍ତି, ଅଧ୍ୟକ୍ଷାନନ୍ଦ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନୁହନ୍ତି। ୨୦୦୦ ମସିହାରେ ତାଙ୍କୁ ତଡ଼ିପାର୍‌ କରାଯାଇଥିଲା। ତେଣୁ ତାଙ୍କୁ ପୁରୀରେ ପ୍ରବେଶ କରାଇ ଦିଆଯିବ ନାହିଁ। ଅନ୍ୟପକ୍ଷରେ ଅଧ୍ୟକ୍ଷାନନ୍ଦ କହିଛନ୍ତି, ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ ପୁରୀ ଯିବାକୁ କାହାକୁ ରୋକାଯାଇପାରିବ ନାହିଁ। ଏହା ନାଗରିକର ମୌଳିକ ଅଧିକାର। ଗୋବର୍ଦ୍ଧନ ପୀଠର ଏକ କିଲୋମିଟର ଦୂରରେ ବିଚରଣ କରିବାର ଅଧିକାର ମୋ ପାଖରେ ରହିଛି। ସାରା ବିଶ୍ୱରେ ବୁଲି ସନାତନ ଧର୍ମର ପ୍ରଚାର କରୁଛି। ଶଙ୍କରାଚାର୍ଯ୍ୟ ଜଣେ ନୁହନ୍ତି। ଶଙ୍କରାଚାର୍ଯ୍ୟ ଚୟନକୁ ନେଇ ଅନେକ ମାମଲା ଚାଲିଛି। ଶଙ୍କରାଚାର୍ଯ୍ୟ ଚୟନରେ ବିଦ୍ୱତ୍‌ ପରିଷଦ ପ୍ରମୁଖ ଭୂମିକା ନିଅନ୍ତି। ସେହିଭଳି ପୁରୀ ଶଙ୍କରାଚାର୍ଯ୍ୟ ଭାବେ ନିଜକୁ ଦାବି କରିବା ପ୍ରଶ୍ନରେ ସେ କହିଛନ୍ତି, ଏହା ଏକ ଶାସ୍ତ୍ରୀୟ ବିବାଦ। ଏଣୁ ଏ ସମ୍ପର୍କରେ କିଛି କହିବାକୁ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri