ଖାଦାନ ବନ୍ଦ କରି ସାଟେଲାଇଟ୍‌ ମାପକୁ ବିରୋଧ

ଯାଜପୁର ଅଫିସ,୭ା୯: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଲିଜ୍‌ପ୍ରାପ୍ତ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ କଳାପଥର ଖାଦାନ ଗତ ୮ ଦିନ ହେଲା ବନ୍ଦ ରହିଛି। ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଓ ବିକ୍ରୀରେ ଅନିୟମିତତା ଅଭିଯୋଗ ଉପରେ ପ୍ରଶାସନିକ ସାଟେଲାଇଟ୍‌ ମାପଚୁପ ବିରୋଧରେ ଲିଜ୍‌ଧାରୀମାନେ ଏଭଳି ଆନ୍ଦୋଳନ କରିଛନ୍ତି। ଏହା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏକ ଅଦୃଶ୍ୟ ରାଜନୈତିକ ଶକ୍ତି ବଳରେ କେତେଜଣ ଲିଜ୍‌ଧାରୀଙ୍କ ଅନିଚ୍ଛା ସତ୍ତ୍ବେ କଳାପଥର ଉତ୍ତୋଳନକୁ ବନ୍ଦ କରି ବିପୁଳ ପରିମାଣର କ୍ଷତି ସହୁଥିବା ଚର୍ଚ୍ଚା ହେଉଛି। ଏହାଦ୍ୱାରା ୫୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଜୀବିକା ହରାଇ ଘରେ ବସି ରହିଥିବା ମତପ୍ରକାଶ ପାଇଛି। ଏହାବାଦ୍‌ ବାକି ରହିଥିବା କେତେକ ଖାଦାନର ଲିଜ୍‌ ପ୍ରକ୍ରିୟାରେ ମଧ୍ୟ ଏହା ବାଧକ ସାଜିଛି। ସରକାରଙ୍କ ମାପଚୁପ ପ୍ରକ୍ରିୟାକୁ ପରାହତ କରିବାକୁ ଶାସକ ଦଳର କେତେଜଣ ପ୍ରଭାବଶାଳୀ ନେତାଙ୍କ ପ୍ରରୋଚନାରେ ଏଭଳି ବିରୋଧ କରାଯାଉଥିବା ଅଭିଯୋଗ ହୋଇଛି ା
ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୬ ଅନୁସାରେ ୫ ବର୍ଷିଆ ଲିଜ୍‌ ପ୍ରଦାନ କରାଯାଇଥିଲା। ତେବେ ଅଧିକାଂଶ ଖାଦାନର ଲିଜ୍‌ ଅବଧି ଶେଷ ହୋଇଥିବାବେଳେ ଅନ୍ୟ କେତେକ ସରିବା ନିକଟତର ହୋଇଛି। ତେବେ ପ୍ରାୟ ୨୦ ଖାଦାନରେ ଅନୁମୋଦନଠାରୁ ବହୁଗୁଣରେ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଜୁଲାଇରେ ହୋଇଥିବା ସାଟେଲାଇଟ୍‌ ମାପଚୁପରେ ୪ ଲିଜ୍‌ଧାରୀଙ୍କୁ ୧୦୫.୮୭ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଛି। ଏହାବାଦ୍‌ ୨୭ା୮ା୨୦୨୨ ଠାରୁ ମାଇଁ ୱାଲ୍‌ଡ କନ୍ସଲେଷ୍ଟେନ୍ସି ପକ୍ଷରୁ ରାହାଡପୁର, ବରଡା, ଲୁଣିବର, ଡଙ୍କାରୀ, ଅଞ୍ଜିରା, ବାଜବାଟି ଆଦି ପାହାଡରେ ସାଟେଲାଇଟ୍‌ ମାପଚୁପ ଆରମ୍ଭ କରିଛି। ଏଥିରେ ଅନୁମୋଦନଠାରୁ ବହୁ ଗୁଣରେ ଅଧିକ କଳାପଥର ଲୁଟକାରୀଙ୍କ ମଧ୍ୟରେ ଛନକା ପଶିଛି। ଏଥିରୁ ମୁକ୍ତି ପାଇବା ପାଇଁ ପୂର୍ବରୁ ଗୁପ୍ତ ମନ୍ତ୍ରଣା ହୋଇଥିବାବେଳେ ତାହା ବିଫଳ ହୋଇଛି। ଜିଲା ପ୍ରଶାସନ ସରକାରଙ୍କୁ କିପରି ଭାବେ ଅଧିକ ରାଜସ୍ବ ଦେବ ସେ ନେଇ ବେଆଇନ ଉତ୍ତୋଳନ ଉପରେ ମାପଚୁପକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିବା ପରେ ଲିଜ୍‌ଧାରୀଙ୍କ ସବୁ ଆଶା ଫସର ଫାଟିଛି। ବେଆଇନ ଭାବେ କଳାପଥର ଉତ୍ତୋଳନ କରି ଛାତ୍ରନେତାଙ୍କଠାରୁ ଆରମ୍ଭ କରି ଜିଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ମାଲାମାଲ ହେଉଛନ୍ତି ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି ା ତେଣୁ କଳେବଳେ କୌଶଳେ ଏହି ମାପଚୁପକୁ ବନ୍ଦ କରିବାକୁ ଲିଜ୍‌ଧାରୀମାନେ ଚକ୍ରାନ୍ତ କରି ଶେଷରେ କଳାପଥର ଉତ୍ତୋଳନ ପ୍ରକ୍ରିୟାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ କିମ୍ବା ବେସରକାରୀ ଭାବେ ଋଣ କରି କଳାପଥର ଉତ୍ତୋଳନ କରୁଥିବା ଲିଜ୍‌ଧାରୀମାନେ ଏଥିରେ ସନ୍ତୁଷ୍ଟ ନ ଥିବା ମନେ ହୋଇଛି। ତେବେ ଏହି ଅଘୋଷିତ ଆନ୍ଦୋଳନରେ କାହାର ପରୋକ୍ଷ ହାତ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି ା ତଥାପି ସେମାନେ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରିନାହାନ୍ତି। ଫଳରେ ଆରୁହା ପାହାଡର ମନୋଜ ସାମଲ, ରାହାଡପୁର ପାହାଡର ଅକ୍ଷୟ ପରିଡା, ପ୍ରହ୍ଲାଦ ଲେଙ୍କା ଓ ମହେନ୍ଦ୍ର ସ୍ବାଇଁ, ଡଙ୍କାରୀ ପାହାଡର ଶ୍ରୀବାସ ଜେନାଙ୍କ ୨ ଖାଦାନ, ନାରାୟଣ ରାଉତଙ୍କ ୨ ଖାଦାନ, ଜ୍ୟୋତ୍ସ୍ନା ଜେନାଙ୍କ ୧ ଖାଦାନ, ବରଡା ପାହାଡରେ ଅଜିତ ସାହୁ ଓ ପ୍ରହ୍ଲାଦ ଲେଙ୍କା, ଲୁଣିବର ପାହାଡରେ ଗଙ୍ଗାଧର ଓଝା ଓ ରଙ୍ଗାଧର ପ୍ରଧାନ, ବାଜବାଟି ପାହାଡରେ ଶ୍ରୀନିବାସ ଜେନା, ସୁଧାଂଶୁ ଜେନା ଓ ବିଶ୍ୱ ପରିଡା, ଅଞ୍ଜିରା ପାହାଡରେ କୃଷ୍ଣ ଚନ୍ଦ୍ର ସାହୁଙ୍କ ଲିଜ୍‌ପ୍ରାପ୍ତ ଖାଦାନ ସବୁ ବନ୍ଦ କରାଯାଇଛି। ରାହାଡପୁର ପାହାଡରେ ୨.୫ ଏକର ସ୍ଥଳେ ପ୍ରାୟ ୭ ଏକର ବେଆଇନ ଖନନ କରି ପୋଖରୀ ସୃଷ୍ଟି କରିଥିବା ଲିଜ୍‌ଧାରୀଙ୍କ ଚକ୍ରାନ୍ତରେ ଏହି ଅଘୋଷିତ ଆନ୍ଦୋଳନ ଚାଲିଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରେ ସରକାରୀ ନିଷ୍ପତ୍ତି ଅନୁସାରେ ସାଟେଲାଇଟ୍‌ ମାପଚୁପ କରାଯାଉଛି। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri