ବନ୍ଦର ଘରୋଇକରଣକୁ ବିରୋଧ

ପାରାଦୀପ,୨୫।୯ (ସ୍ବ.ପ୍ର.):ଦେଶର ବୃହତ ବନ୍ଦରଗୁଡ଼ିକର ଘରୋଇକରଣକୁ ଶୁକ୍ରବାର ବିରୋଧ କରାଯାଇଛି। ଏନେଇ ପାରାଦୀପରେ ୧୧ଟି ଶ୍ରମିକସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ପାରାଦୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ଶ୍ରମିକସଂଘର ନେତାମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବନ୍ଦର ଉପାଧ୍ୟକ୍ଷଙ୍କୁ ଦେଇଥିଲେ। ଦେଶର ସମସ୍ତ ବୃହତ ବନ୍ଦରରେ ଏଭଳି ବିକ୍ଷୋଭ କରାଯାଇଛି ବୋଲି ଶ୍ରମିକନେତାମାନେ ସୂଚନା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ସରକାର ଅଣସାମ୍ବିଧାନିକ ଭାବେ ମେଜରପୋର୍ଟ ଟ୍ରଷ୍ଟ ଆଇନ ୧୯୬୩ କୁ ସଂଶୋଧନ କରି ମେଜରପୋର୍ଟ ଅଥରିଟି ଆଇନ ୨୦୨୦ ଲାଗୁ କରିଛନ୍ତି। ଏହି ନୂତନ ଆଇନରେ ଲ୍ୟାଣ୍ଡଲର୍ଡ ମଡେଲ ପୋର୍ଟ କରିବା ଆଳରେ ପିପିପି(ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ୍‌)ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା କାର୍ଗୋ ହ୍ୟାଣ୍ଡଲିଂ ଟର୍ମିନାଲଗୁଡିକ ଘରୋଇ ସଂସ୍ଥା ହାତକୁ ଚାଲିଯିବ। ଏହାବାଦ ୧୯୪୭ରୁ ପ୍ରଚଳିତ ଶିଳ୍ପ ବିବାଦ ଆଇନକୁ ସଂଶୋଧନ କରାଯାଇ ଶ୍ରମିକସଂଘ ଗୁଡିକର ଧର୍ମଘଟ ଅଧିକାର ଉପରେ ଅଙ୍କୁଶ ଲଗାଯାଇଛି। ଜାତୀୟ ସ୍ବାର୍ଥକୁ ଅଣଦେଖା କରି ରାଷ୍ଟ୍ରାୟତ ଶିଳ୍ପରୁ ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବା ଲକ୍ଷ୍ୟରେ ନ୍ୟାଶନାଲ ମନିଟାଇଜେସନ ପାଇପ୍‌ଲାଇନ ବ୍ୟବସ୍ଥା କରାଯାଇଛି। ଦେଶର ୯ ଟି ବୃହତ ବନ୍ଦରରେ ଥିବା ୩୧ ଲାଭଜନକ ପ୍ରକଳ୍ପକୁ ୧୪୪୮୩ କୋଟି ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ଦେଶର ୫ କେନ୍ଦ୍ରୀୟ ଫେଡେରେଶନ ଦୃଢ ବିରୋଧ କରିଛି। ଭାରତୀୟ ନୌବାଣିଜ୍ୟ ଉପରୁ ରାଜ୍ୟମାନଙ୍କ କ୍ଷମତା ପ୍ରତ୍ୟାହାର କରିବା ପାଇଁ ପୁରୁଣା ଇଣ୍ଡିଆନ ପୋର୍ଟ ଆଇନ ୧୯୦୮କୁ ପରିବର୍ତ୍ତନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏ ନେଇ ଏକ ସଂଶୋଧିତ ବିଲ୍‌ ସଂସଦରେ ଆଗତ ହୋଇସାରିଛି। ଏସବୁ ବ୍ୟବସ୍ଥାକୁ ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ୱାର୍କରର୍ସ ୟୁନିୟନ, ବନ୍ଦର ଶ୍ରମିକ ୟୁନିୟନ, ପୋର୍ଟ ଶ୍ରମିକସଂଘ, ବନ୍ଦର ଶ୍ରମିକ କର୍ମଚାରୀ ୟୁନିୟନ, ଉତ୍କଳ ପୋର୍ଟ ଆଣ୍ଡ ୱାର୍କର୍ସ ୟୁନିୟନ,ପୋର୍ଟ ୱାର୍କର୍ସ ୟୁନିୟନ, ପୋର୍ଟ ଡକ ଆଣ୍ଡ ମଜଦୁର ୟୁନିୟନ, ଇଣ୍ଡଷ୍ଟ୍ରିୟାଲ ୱାର୍କର୍ସ ୟୁନିୟନ,, ଡକ ଆଣ୍ଡ କନଷ୍ଟ୍ରକ୍ସନ ୟୁନିୟନ, ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ, ପୋର୍ଟ ଆଣ୍ଡ ଲେବର ୟୁନିୟନ ସାମିଲ ହୋଇଥିଲେ। ଏହି ସମୟରେ ଶ୍ରମିକନେତା ବିଭୁତି ମହାରଣା, ଅନନ୍ତ ଦାସ, ନିମାଇଁ ବରାଳ ଓ ଉଲ୍ଲାସ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri