ବ୍ରାହ୍ମଣୀ ନଦୀଗର୍ଭରେ ଚାରାରୋପଣକୁ ବିରୋଧ

ରସୁଲପୁର,୧୫ା୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପୁର ପଞ୍ଚାୟତର ଅତଲାପୁର ଘେରିବନ୍ଧ ପାର୍ଶ୍ୱ ଦଶଘର ସାହିଠାରୁ କ୍ଷେତ୍ରପାଳ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଗର୍ଭରେ ଚାରାରୋପଣ କରାଯାଉଛି। ଫଳରେ ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି। ନଦୀ ଗର୍ଭରେ ଚାରାରୋପଣ କରାଗଲେ ସରକାରୀ ଅର୍ଥ ପାଣିରେ ପଡ଼ିବ ବୋଲି ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ତେଣୁ ଉକ୍ତ ସ୍ଥାନରେ ଚାରାରୋପଣକୁ ତୁରନ୍ତ ବନ୍ଦ କରିବା ପାଇଁ ଗ୍ରାମର ସେକ୍‌ କମାଲ ଉଦ୍ଦିନ, ରାମ ନାଥ, ମାୟାଧର ବାରିକ, ଅର୍ଜୁନ ମଳିକ, ଶମ୍ଭୁନାଥ ସେଠୀ, ଶ୍ରୀଧର ସେଠୀଙ୍କ ସମେତ ବହୁ ଗ୍ରାମବାସୀ ଦାବି କରିଛନ୍ତି।

ସୂଚନା ମୁତାବକ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଘେରିବନ୍ଧ ପାର୍ଶ୍ୱ ନଦୀପଠାରେ ଚାରାରୋପଣ ଚାଲିଛି। ଉକ୍ତ ସ୍ଥାନଟି ନଦୀ ମଧ୍ୟରେ ଅବସ୍ଥିତ। ଏହା ଗୋଚର କିସମର ଜମି ହୋଇଥିବାରୁ ଏଠାରେ ଗୋରୁ ଚରାବୁଲା କରନ୍ତି। ସେହିପରି ପ୍ରକଳ୍ପ ସ୍ଥଳରେ ଶ୍ରମିକ ବଦଳରେ ମେଶିନରେ କାର୍ଯ୍ୟ କରାଯାଉଛି। ଏଠାରେ ଚାରାରୋପଣ କରାଗଲେ ସାମୂହିକ କାର୍ଯ୍ୟରେ ବାଧା ଉପୁଜିବ। ନଦୀରେ ବନ୍ୟା ଆସିଲେ ଗଛଗୁଡ଼ିକ ଭାସିଯିବ। ଉକ୍ତ ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ଜବ୍‌କାର୍ଡଧାରୀଙ୍କ ବଦଳରେ କେତେକ ଠିକାଦାର ଲାଭବାନ ହେବେ ବୋଲି ଅଭିଯୋଗ ହେଉଛି। ଏଭଳି ସ୍ଥିତି ବିଗତ ଦିନରେ ଉପୁଜିଥିବାର ନଜିର ରହିଛି। ବ୍ଲକ ଅଞ୍ଚଳର ଅତଲାପୁର, ରାଜେନ୍ଦ୍ରପୁର, ସିଂହାପୁର ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବ୍ରାହ୍ମଣୀ ନଦୀପଠା ଓ କୁଦ ଆଦି ସ୍ଥାନରେ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଚାରାରୋପଣ କରାଯାଇଥିଲା। ୨୦୨୦ରେ ନଦୀରେ ବନ୍ୟା ଆସିବା ଫଳରେ ବିଭିନ୍ନ ସ୍ଥାନର ବନୀକରଣ ପ୍ରକଳ୍ପଗଡ଼ିକ ନଷ୍ଟ ହୋଇଯାଇଥିଲା। ମାତ୍ର ସମାନ ସ୍ଥିତି ଏଠାରେ ଉପୁଜିବା ଆଶଙ୍କା ରହିଛି ବୋଲି ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଚୁନମୁନ ନାୟକ କହିଛନ୍ତି, ଲୋକଙ୍କ ଅନୁରୋଧ କ୍ରମେ ସେଠାରେ ଗଛ ଲଗାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଗଛ ଲାଗିଲେ ଘେରିବନ୍ଧ ପାର୍ଶ୍ୱରେ ଥିବା ଜନବସତି ସୁରକ୍ଷିତ ରହିବ। ମାତ୍ର ଏହାକୁ ଗାଁର କେତେଜଣ ଲୋକ ବିରୋଧ କରୁଥିବାରୁ ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri