ବ୍ରାହ୍ମଣୀ ନଦୀଗର୍ଭରେ ଚାରାରୋପଣକୁ ବିରୋଧ

ରସୁଲପୁର,୧୫ା୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପୁର ପଞ୍ଚାୟତର ଅତଲାପୁର ଘେରିବନ୍ଧ ପାର୍ଶ୍ୱ ଦଶଘର ସାହିଠାରୁ କ୍ଷେତ୍ରପାଳ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଗର୍ଭରେ ଚାରାରୋପଣ କରାଯାଉଛି। ଫଳରେ ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି। ନଦୀ ଗର୍ଭରେ ଚାରାରୋପଣ କରାଗଲେ ସରକାରୀ ଅର୍ଥ ପାଣିରେ ପଡ଼ିବ ବୋଲି ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ତେଣୁ ଉକ୍ତ ସ୍ଥାନରେ ଚାରାରୋପଣକୁ ତୁରନ୍ତ ବନ୍ଦ କରିବା ପାଇଁ ଗ୍ରାମର ସେକ୍‌ କମାଲ ଉଦ୍ଦିନ, ରାମ ନାଥ, ମାୟାଧର ବାରିକ, ଅର୍ଜୁନ ମଳିକ, ଶମ୍ଭୁନାଥ ସେଠୀ, ଶ୍ରୀଧର ସେଠୀଙ୍କ ସମେତ ବହୁ ଗ୍ରାମବାସୀ ଦାବି କରିଛନ୍ତି।

ସୂଚନା ମୁତାବକ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଘେରିବନ୍ଧ ପାର୍ଶ୍ୱ ନଦୀପଠାରେ ଚାରାରୋପଣ ଚାଲିଛି। ଉକ୍ତ ସ୍ଥାନଟି ନଦୀ ମଧ୍ୟରେ ଅବସ୍ଥିତ। ଏହା ଗୋଚର କିସମର ଜମି ହୋଇଥିବାରୁ ଏଠାରେ ଗୋରୁ ଚରାବୁଲା କରନ୍ତି। ସେହିପରି ପ୍ରକଳ୍ପ ସ୍ଥଳରେ ଶ୍ରମିକ ବଦଳରେ ମେଶିନରେ କାର୍ଯ୍ୟ କରାଯାଉଛି। ଏଠାରେ ଚାରାରୋପଣ କରାଗଲେ ସାମୂହିକ କାର୍ଯ୍ୟରେ ବାଧା ଉପୁଜିବ। ନଦୀରେ ବନ୍ୟା ଆସିଲେ ଗଛଗୁଡ଼ିକ ଭାସିଯିବ। ଉକ୍ତ ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ଜବ୍‌କାର୍ଡଧାରୀଙ୍କ ବଦଳରେ କେତେକ ଠିକାଦାର ଲାଭବାନ ହେବେ ବୋଲି ଅଭିଯୋଗ ହେଉଛି। ଏଭଳି ସ୍ଥିତି ବିଗତ ଦିନରେ ଉପୁଜିଥିବାର ନଜିର ରହିଛି। ବ୍ଲକ ଅଞ୍ଚଳର ଅତଲାପୁର, ରାଜେନ୍ଦ୍ରପୁର, ସିଂହାପୁର ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବ୍ରାହ୍ମଣୀ ନଦୀପଠା ଓ କୁଦ ଆଦି ସ୍ଥାନରେ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଚାରାରୋପଣ କରାଯାଇଥିଲା। ୨୦୨୦ରେ ନଦୀରେ ବନ୍ୟା ଆସିବା ଫଳରେ ବିଭିନ୍ନ ସ୍ଥାନର ବନୀକରଣ ପ୍ରକଳ୍ପଗଡ଼ିକ ନଷ୍ଟ ହୋଇଯାଇଥିଲା। ମାତ୍ର ସମାନ ସ୍ଥିତି ଏଠାରେ ଉପୁଜିବା ଆଶଙ୍କା ରହିଛି ବୋଲି ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଚୁନମୁନ ନାୟକ କହିଛନ୍ତି, ଲୋକଙ୍କ ଅନୁରୋଧ କ୍ରମେ ସେଠାରେ ଗଛ ଲଗାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଗଛ ଲାଗିଲେ ଘେରିବନ୍ଧ ପାର୍ଶ୍ୱରେ ଥିବା ଜନବସତି ସୁରକ୍ଷିତ ରହିବ। ମାତ୍ର ଏହାକୁ ଗାଁର କେତେଜଣ ଲୋକ ବିରୋଧ କରୁଥିବାରୁ ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri