ଓଟିପିସିଏଲ କାମକୁ ବିରୋଧ

କାମାକ୍ଷାନଗର, ୨୬।୬(ଡି.ଏନ.ଏ.)

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କୁସୁମଯୋଡ଼ି ପଞ୍ଚାୟତରେ ଚାଲିଥିବା ଓଟିପିସିଏଲ କାମକୁ ବିରୋଧ କରିଛନ୍ତି ମରିଚକଣ ଏବଂ ନୂଆଙ୍ଗବିଲ ଗ୍ରାମର ବିସ୍ଥାପିତ ପ୍ରଜା। କ୍ଷତିଗ୍ରସ୍ତଙ୍କ ତାଲିକା ସଂଶୋଧନ ନ କରି ମନଇଚ୍ଛା କାମ କରାଯାଉଥିବା ଅଭିଯୋଗ କରି ଗୁରୁବାର ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆସନ୍ତା ସପ୍ତାହରେ ତ୍ରିପାକ୍ଷିକ ବୈଠକରେ ସମସ୍ୟାର ସମାଧାନ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
କ୍ଷତିଗ୍ରସ୍ତଙ୍କ କହିବା କଥା, ବିସ୍ଥାପିତଙ୍କ ପାଇଁ ନିର୍ମାଣ ଚାଲିଥିବା କଲୋନୀ ଚାରିପଟେ କଂକ୍ରିଟ ପାଚେରି, ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା, ରାସ୍ତା ପ୍ରଶସ୍ତୀକରଣ କରିବାକୁ ଦୀର୍ଘଦିନ ହେଲା କମ୍ପାନୀ ନିକଟରେ ଦାବି କରାଯାଉଛି। ହେଲେ ବିକାଶମୂଳକ କାର୍ଯ୍ୟକୁ ଅଣଦେଖା କରି କମ୍ପାନୀ ପକ୍ଷରୁ ବଳପୂର୍ବକ କାମ କରାଯାଉଛି। ଏହାକୁ ନେଇ ଲାଗି ରହିଥିବା ଅସନ୍ତୋଷ ଗୁରୁବାର ତୀବ୍ର ରୂପ ଧାରଣ କରିଥିଲା। ପୋଲିସ ଉପସ୍ଥିତରେ କାମ ଚାଲିଥିବାବେଳେ ଶତାଧିକ ମହିଳାପୁରୁଷ ଗ୍ରାମ ବିଦ୍ୟାଳୟ ନିକଟରେ କାମ ବନ୍ଦ କରିବାକୁ ଏକାଠି ହୋଇଥିଲେ। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଜାଗା ପଞ୍ଚସଖା ରାଇସ ମିଲ୍‌ ନିକଟରେ ଆନ୍ଦୋଳନକାରୀଙ୍କୁ ଅଟକାଇଲା। ଏହାକୁ ନେଇ ପୋଲିସ ଏବଂ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜସ୍ବ ଅଧିକାରୀ ମାନସ ଦଣ୍ଡପାଟ, ଥାନା ଅଧିକାରୀ ଅଭିନବ ଡାଳୁଆ, ତୁମୁସିଂହା ଥାନାଧିକାରୀ ଆନନ୍ଦ ଚରଣ ଡୁଙ୍ଗ୍‌ଡୁଙ୍ଗ୍‌, ପଣ୍ଡୁଆ ଫାଣ୍ଡି ଅଧିକାରୀ ଶ୍ୱେତପଦ୍ମା ବିଶ୍ୱାଳ ପ୍ରମୁଖ ପରିସ୍ଥିତି ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଆନ୍ଦୋଳନକାରୀମାନେ ରାସ୍ତା ଉପରେ ବସି ରହିବା ସହ କମ୍ପାନୀ ବିରୋଧରେ ନାରାବାଜି କରିଥିଲେ। ଉପଯୁକ୍ତ କ୍ଷତିପୂରଣ ଏବଂ କ୍ଷତିଗ୍ରସ୍ତଙ୍କ ତାଲିକାରେ ସଂଶୋଧନ ନ ହେବା ଯାଏ କମ୍ପାନୀ କାମକୁ ବିରୋଧ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଆସନ୍ତା ସପ୍ତାହରେ କମ୍ପାନୀ କର୍ତ୍ତୃପକ୍ଷ, କ୍ଷତିଗ୍ରସ୍ତ ପ୍ରଜା ଏବଂ ପ୍ରଶାସନ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ ବୋଲି ଏସ୍‌ଡିପିଓ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri