‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୬ : ଦେଶର ସର୍ବବୃହତ୍‌ କଞ୍ଜ୍ୟୁମର ପ୍ରଡକ୍ଟ ବ୍ରାଣ୍ଡ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌(ଏଚ୍‌ୟୁଏଲ୍‌) ଏହାର ଲୋକପ୍ରିୟ ଫେୟାରନେସ କ୍ରିମ୍‌ ‘ଫେୟାର ଆଣ୍ଡ ଲଭ୍‌ଲି’ର ନାମକୁ ବଦଳାଇବ। ଏହି ପ୍ରଡକ୍ଟର ବ୍ରାଣ୍ଡ ନାମରୁ ଫେୟାର ଶବ୍ଦ ବ୍ୟବହାରକୁ କମ୍ପାନୀ ହଟାଇବ ବୋଲି ଜଣାପଡିଛି। ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲୟେଡ୍‌ଙ୍କ ପୋଲିସ ଆକ୍ରମଣ ଦ୍ୱାରା ଗତ କିଛିଦିନ ତଳେ ଆମେରିକାରେ ମୃତ୍ୟୁ ଘଟିଛି। ଏହା ପରେ ବର୍ଣ୍ଣବୈଷମ୍ୟବାଦ ବିରୋଧୀ ପ୍ରତିବାଦ ତୀବ୍ର ହୋଇଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ନୂଆ ଯୋଜନା ହାତକୁ ନେବ ବୋଲି କମ୍ପାନୀ ସୂଚନା ଦେଇଛି।
ସୂଚନା ଯୋଗ୍ୟ, ୧୯୭୫ଠାରୁ ଫେୟାର ଆଣ୍ଡ ଲଭ୍‌ଲି ବଜାରକୁ ଆସିଛି। ତ୍ୱଚାକୁ ଉଜ୍ଜ୍ୱଳ କରିବା ଏବଂ କଳାପଣ ହଟାଇବାରେ ଏହି କ୍ରିମ୍‌ ଭଲ କାମ କରିଥାଏ ବୋଲି ପ୍ରଡକ୍ଟ ମାର୍କେଟିଂ କ୍ୟାମ୍ପେନରେ କୁହାଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହି କ୍ରିମ୍‌ ଫେସ୍‌କ୍ରିମ୍‌ ବର୍ଗରେ ମାର୍କେଟ ଲିଡର ରହି ଆସିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ସଞ୍ଜୀବ ମେହେଟ୍ଟା କହିଛନ୍ତି ଯେ, ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସାର୍ବଜନୀନ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସୁନ୍ଦରତା ଏବଂ ବିଭିନ୍ନତାକୁ ଦର୍ଶାଇବା ସହ ଏହାକୁ ସେଲିବ୍ରେଶନ ଲାଗି ଅଗ୍ରସର। ପ୍ୟାକେଜିଂ ଏବଂ ବ୍ରାଣ୍ଡ କମ୍ୟୁନିକେଶନରେ ବିଭିନ୍ନ ପରିବର୍ତ୍ତନ ଅଣାଯାଇଛି। ସେହିଭଳି ଗତବର୍ଷ କମ୍ପାନୀ ଏହାର ପ୍ୟାକେଜିଂରୁ ଫେୟାର- ଫେୟାରନେସ୍‌, ହ୍ବାଇଟ୍‌-ହ୍ବାଇଟ୍‌ନିଂ,ଲାଇଟ୍‌-ଲାଇଟନିଂ ଭଳି ଶବ୍ଦକୁ ହଟାଇ ଦେଇଥିଲା। ଫେୟାର ଆଣ୍ଡ ଲଭ୍‌ଲିର ନୂଆ ନାମକୁ ନେଇ ନିୟାମକ ମଞ୍ଜୁରୀକୁ ଅପେକ୍ଷା ରହିଛି। ଆଗାମୀ କିଛି ମାସରେ ପରିବର୍ତ୍ତିତ ପ୍ୟାକ୍‌ ଏବଂ ନୂଆ ନାମ ସହ ପ୍ରଡକ୍ଟ ବଜାରରେ ଉପଲବ୍ଧ ହେବ। ଗତ ସପ୍ତାହରେ ଜନସନ ଆଣ୍ଡ ଜନସନ ଏଭଳି ଏକ ପଦକ୍ଷେପ ହାତକୁ ନେଇଛି। ଏହା ବଜାରରେ ଉପଲବ୍ଧ କରାଉଥିବା ନୁଟ୍ରୋଜିନା ଫାଇନ ଆଣ୍ଡ ଫେୟାରନେସ ପ୍ରଡକ୍ଟ ବିକ୍ରି ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି। କଳାପଣ ଏବଂ ଦାଗ ହଟାଇବା ଦିଗରେ ଏହି ପ୍ରଡକ୍ଟକୁ କମ୍ପାନୀ ବଜାରକୁ ଛାଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୦% ଲୋକ ଧୂମପାନ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି: ସର୍ଭେ

ଭୁବନେଶ୍ୱର, ୪।୬(ବ୍ୟୁରୋ) ଦେଶର ଅଗ୍ରଣୀ ଜେନେରାଲ୍‌ ଇନସ୍ୟୁରାନ୍ସ କମ୍ପାନି ଆଇସିଆଇସିଆଇ ଲୋମ୍ବାର୍ଡ ପକ୍ଷରୁ ଭୁବନେଶ୍ୱରରେ ଧୂମପାନକାରୀଙ୍କ ଅଭ୍ୟାସ ଏବଂ ସେମାନଙ୍କ ଉପରେ ବନ୍ଧୁମାନଙ୍କର ପ୍ରଭାବ ଜାଣିବା...

କରୋନା ଦୁଃଖ ୭୩ ବର୍ଷ ତଳର ଦେଶ ବିଭାଜନ ସଙ୍କଟକୁ ବି ବଳିଗଲା !

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ...

ଘରମାଲିକ-ଭଡ଼ାଟିଆଙ୍କ ମାମଲା ମଧ୍ୟସ୍ଥତାରେ ବିଚାର ହେବ

ନୂଆଦିଲ୍ଲୀ: ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ କୌଣସି ବିବାଦ ରହିଥିଲେ ଏହାର ସମାଧାନ ଲାଗି ଆଉ କୋର୍ଟ ଚକ୍କର ଚଲାଇବାକୁ ପଡିବ ନାହିଁ। ଆର୍ବିଟ୍ରେଶନ...

ଦୁର୍ନୀତି ବିରୋଧରେ ଲଢ଼େଇ;ବିଦା ହେଲେ ଆହୁରି ୨୨ ଆୟକର ଅଧିକାରୀ

ନୂଆଦିଲ୍ଲୀ,୨୭-୮: ଦୁର୍ନୀତି ବିରୋଧରେ ନରେନ୍ଦ୍ର ମୋଦି ସରକାର ୨.୦ ଦୃଢ଼ ମନୋଭାବ ଆପଣାଇଛନ୍ତି। ସରକାରୀ ବିଭାଗରେ ବ୍ୟାପିଥିବା ଦୁର୍ନୀତିକୁ ଦୂର କରିବା ଲାଗି ଏବେ ଅଭିଯାନ...

ବନ୍ଦେ ଭାରତରୁ ଏୟାର ଇଣ୍ଡିଆକୁ ୨୫୫୬ କୋଟି ରାଜସ୍ବ

ନୂଆଦିଲ୍ଲୀ,୧୭।୯: ଲକ୍‌ଡାଉନରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ବନ୍ଦେ ଭାରତ ମିଶନ’ରେ ଏୟାର ଇଣ୍ଡିଆ ବିମାନ ସେବା...

ଶସ୍ତା ହେବ ଏଲ୍‌ସିଡି-ଏଲ୍‌ଇଡି ଟିଭି

ନୂଆଦିଲ୍ଲୀ,୧୯-୯: ଅର୍ଥନୀତିରୁ ମାନ୍ଦାବସ୍ଥାକୁ ଦୂରେଇ ଦେବା ଲକ୍ଷ୍ୟରେ ପାର୍ବଣ ଋତୁ ଆରମ୍ଭରୁ ସରକାର ଟିଭି ବିକ୍ରି ବଢ଼ାଇବା ଯୋଜନା କରିଛନ୍ତି। ଘରୋଇ ଓ ବିନିର୍ମାଣ କ୍ଷେତ୍ରକୁ...

ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କକୁ ଷ୍ଟକ୍‌ ମାର୍କେଟରେ ସାମିଲ ଯୋଜନା

ନୂଆଦିଲ୍ଲୀ,୨୯-୭: କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ୩ରୁ୪ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ(ଆର୍‌ଆର୍‌ବି)କୁ ଷ୍ଟକ୍‌ମାର୍କେଟରେ ତାଲିକାଭୁକ୍ତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ପ୍ରାପ୍ତ...

ବିଗିଡ଼ିବ ଭାରତୀୟ ଅର୍ଥ ବ୍ୟବସ୍ଥା;ଜିଡିପିର ସ୍ପଷ୍ଟ ଚିତ୍ର ମିଳୁନାହିଁ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏବେ ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ...

Advertisement


Archives

Model This Week

Why Dharitri