ଲୋକୋମୋଟିଭ୍‌ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ

ପୁରୀ ଅଫିସ,୯।୮: ବ୍ରିଟିଶ ଅମଳରେ ନ୍ୟାରୋ ଗେଜ୍‌ ଟ୍ରେନ୍‌ ଚଳାଚଳ ପାଇଁ ବ୍ୟବହୃତ ହେଉଥିବା ଲୋକୋ ମୋଟିଭ୍‌ ଇଞ୍ଜିନ୍‌କୁ ଅନୁମତି ବିନା ଉଠାଇନେବାକୁ ଉଦ୍ୟମ ଚାଲିଛି। ଏନେଇ ରବିବାର ପୁରୀ ସମୁଦ୍ରକୂଳ ଥାନାରେ ଚାଣକ୍ୟ ବିଏନ୍‌ଆର୍‌ ହୋଟେଲର ମ୍ୟାନେଜରଙ୍କ ବିରୋଧରେ ଏତଲା ଦିଆଯାଇଛି। ଚାଣକ୍ୟ ଗ୍ରୁପ୍‌ ହୋଟେଲ ଜାଣିଶୁଣି ବ୍ରିଟିଶ୍‌ ଅମଳର ଏହି ସରକାରୀ ସମ୍ପତ୍ତିକୁ ହଡ଼ପ କରିବାକୁ ଉଦ୍ୟମ କରିଥିବା ଏତଲାରେ ଉଲ୍ଲେଖ ରହିଛି। ରବିବାର ପୂର୍ବାହ୍ନ ୯ଟାରେ ହୋଟେଲ କର୍ମଚାରୀମାନେ ଏହାକୁ ଖୋଲିକରି ନେବା ପାଇଁ ଉଦ୍ୟମ କରୁଥିବା ପୁରୀ ଲୋକେ ଦେଖିଥିଲେ। ଶ୍ରୀଜଗନ୍ନାଥ ସେନା ଓ କଂଗ୍ରେସ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବା ପରେ ହୋଟେଲ କର୍ମଚାରୀମାନେ ଏହାର ସ୍ଥାନାନ୍ତରଣରୁ ବିରତ ହୋଇଥିଲେ।
ଉଲ୍ଲେଖ ରହିଛି ଯେ, ଚାଣକ୍ୟ ଗ୍ରୁପ୍‌କୁ ରେଲଓ୍ବେ ପକ୍ଷରୁ ହୋଟେଲ୍‌ ଲିଜ୍‌ରେ ଦିଆଯାଇଥିବାବେଳେ କୌଣସି ସମ୍ପତ୍ତି ସ୍ଥାନାନ୍ତର ଓ କିମ୍ବା ବିନା ଅନୁମତିରେ ଭିତ୍ତିଭୂମିରେ ବଡ଼ଧରଣର ପରିବର୍ତ୍ତନ ପାଇଁ ଅନୁମତି ନାହିଁ। ଏହାସତ୍ତ୍ବେ ଚାଣକ୍ୟ ବିଏନ୍‌ଆର୍‌ ପକ୍ଷରୁ ଇଞ୍ଜିନ୍‌କୁ ଉଠାଇନେବାକୁ ଉଦ୍ୟମ ହେଉଛି। ଅଭିଯୋଗକାରୀ ହେକ୍ଟର ମିଶ୍ର କହିଛନ୍ତି, ଏଭଳି ଦୁର୍ଲ୍ଲଭ ମେଶିନ ଭାରତର ଖୁବ୍‌ କମ୍‌ ସ୍ଥାନରେ ରହିଛି। ଏବେ ଭାରତରେ ଏଭଳି ମାତ୍ର ୧୮ଟି ଇଞ୍ଜିନ୍‌ ରହିଛି। ଦାର୍ଜିଲିଂ ହିମାଲୟନ୍‌ ରେଲୱେ ପାଖରେ ୪ଟି, ନୀଳଗିରି ହିଲ୍‌ ରେଲୱେ ପାଖରେ ୫ଟି ଏଭଳି ଲୋକୋ ମୋଟିଭ୍‌ ଇଞ୍ଜିନ୍‌ ରହିଛି। ପୁରୀ ସହରରେ ଥିବା ଇଞ୍ଜିନ କେବଳ ପ୍ରଦର୍ଶନୀ ଉଦ୍ଦେଶ୍ୟରେ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଏଭଳି ଇଞ୍ଜିନ୍‌କୁ ଚଳାଚଳ କରାଯାଉଛି। ସେହିଭଳି ସିମ୍‌ଲାରେ ମଧ୍ୟ ଏଭଳି ୩ଟି ଇଞ୍ଜିନ୍‌ ରହିଛି। ୧୯୯୮ରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ୟୁନେସ୍କୋ ନିଜ ହାତକୁ ନେଇସାରିଛି। ଏଭଳି ଐତିହ୍ୟସମ୍ପନ୍ନ ବସ୍ତୁର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀରେ ଏଭଳି ଇଞ୍ଜିନ୍‌ ଥିବାରୁ ଏହା ଉପରେ ପୁରୀବାସୀଙ୍କର ପ୍ରଥମ ଅଧିକାର ରହିଛି। ଏହାକୁ ଚାଣକ୍ୟ ବିଏନ୍‌ଆର୍‌ ପରିସରରୁ ଅଣାଯାଇ ସ୍ବତନ୍ତ୍ର ଭାବେ ପ୍ରଦର୍ଶନ କରାଯାଉ। ଲୋକେ ଭାରତୀୟ ରେଲଓ୍ବେର ଇତିହାସ ସମ୍ପର୍କରେ ଜାଣିବାକୁ ପାଇବା ସହ ବ୍ରିଟିଶ ଉପନିବେଶ ଓ ରେଳ ବିକାଶ ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। ସେହିପରି ପୁରୀ ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ କହିଛନ୍ତି, ଏହି ମୂଲ୍ୟବାନ ଇଞ୍ଜିନର ଉପଯୁକ୍ତ ସଂରକ୍ଷଣ ହେଉ ଓ ରେଳ ମନ୍ତ୍ରାଳୟ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ପୁରୀରେ ରଖାଯାଉ। ଫଳରେ ପର୍ଯ୍ୟଟକ ଦେଖି ଖୁସିହେବେ ଓ ପୁରୀର ଗରିମା ବଢ଼ିବ। ଅନ୍ୟପକ୍ଷରେ ଏନେଇ ପୁରୀ ଜିଲା ପ୍ରଶାସନ ପାଖରେ କିଛି ସୂଚନା ନାହିଁ। ଏହା ରେଳ ବିଭାଗ ଅଧୀନ କାର୍ଯ୍ୟ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି। ସେହିଭଳି ଚାଣକ୍ୟ ବିଏନ୍‌ଆର୍‌ ରେସିଡେନ୍ସ ମ୍ୟାନେଜର କହିଛନ୍ତି, ସମ୍ପୃକ୍ତ ଇଞ୍ଜିନ ରେଳ ବିଭାଗର ହୋଇଥିବାରୁ ସେଠାରେ ହେଉଥିବା କାର୍ଯ୍ୟ ରେଲଓ୍ବେ କରୁଥାଇପାରେ। ଚାଣକ୍ୟ ଗ୍ରୁପ୍ସ ପକ୍ଷରୁ ଏଭଳି କିଛି ନିଷ୍ପତ୍ତି ନିଆଯାଇନାହିଁ। ଅପରପକ୍ଷେ ରେଲଓ୍ବେ ପକ୍ଷରୁ ଅଲ୍ଲୀ ଆକବର ଉଖାନୀ କମ୍ପାନୀକୁ ଏହାର ମରାମତି ଦାୟିତ୍ୱ ଦିଆଯାଇଥିବାବେଳେ ସେହି କମ୍ପାନୀ ଇୟାଜ୍‌ ଖାନ୍‌ କମ୍ପାନୀ କର୍ତ୍ତୃପକ୍ଷଙ୍କୁୁ କାର୍ଯ୍ୟଭାର ଦେଇଥିଲା ବୋଲି ପୋଲିସ କହିଛି। ତେବେ ସେଠାରେ କିଏ କାର୍ଯ୍ୟ କରୁଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସମୁଦ୍ରକୂଳ ଥାନା ଆଇଆଇସି ଚିନ୍ମୟ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri