ଇଡ୍‌କୋ ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡ଼ା ଅଫିସ୍‌,୩୦ା୧୨: ଲଖନପୁର ତହସିଲ ଅନ୍ତର୍ଗତ ବରତାପ ମୌଜାର ମୂଳବାସିନ୍ଦା ଦୀର୍ଘବର୍ଷରୁ ସରକାରୀ ଜମି ଦଖଲ କରିଆସୁଛନ୍ତି। ଏହି ଜମିକୁ ଝାରସୁଗୁଡା ରାଜସ୍ବ ବିଭାଗ ଇଡ୍‌କୋକୁ ପ୍ରଦାନ କରିବାପାଇଁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି ା ଏଥିପାଇଁ ତହସିଲ କୋର୍ଟରୁ ୭୦ଜଣଙ୍କୁ ନୋଟିସ୍‌ ଜାରି ହୋଇଛି। କୋର୍ଟଙ୍କ ଆଦେଶ ପାଳନକରି ବରତାପ ମୌଜାର ୭୦ଜଣ ଗୁରୁବାର ଲଖନପୁର ତହସିଲ୍‌ କୋର୍ଟରେ ହାଜର ହୋଇ ଆପତ୍ତି ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗକ୍ରମେ ପୂର୍ବପୁରୁଷରୁ ଏହି ସରକାର ଜମି ଦଖଲ କରିଆସୁଛନ୍ତି। ଏହା ସେମାନଙ୍କ ଜେଜେ ବାପା ଓ ବାପାଙ୍କ ନାମରେ ରହିଛି। ତେଣୁ ଇଡ୍‌କୋ ବଦଳରେ ସେମାନଙ୍କ ନାମରେ ପଟ୍ଟା ଦିଆଯାଉ ବୋଲି ଦାବି କରି ତହସିଲଦାରଙ୍କୁ ଜଣାଇଛନ୍ତି। ଗୋପୀନାଥ ମାଝି, ଶରତଚନ୍ଦ୍ର ପ୍ରଧାନ, ସଂକୀର୍ତ୍ତନ କୁମୁରା, ବେଦବ୍ୟାସ ସାହୁ, ତେଜରାଜ ବଢେଇ, ଜୟରାମ ଖରସେଲ୍‌,ଶେଷଦେବ ଭୋଇ,ରବିନ୍ଦ୍ର ନାଗ,ମଧୁ ପିଙ୍ଗ ପ୍ରମୁଖ ତହସିଲଦାରଙ୍କ କୋର୍ଟରେ ହାଜର ହୋଇଥିଲେ। ସୂଚନାଯୋଗ୍ୟ ବରତାପ ମୌଜାର ଖାତା ନଂ.୯୯ କିସମ ସର୍ବସାଧାରଣ ୦.୭୬୦ ଏକର ଓ ଖାତା ନଂ.୧୦୦ କିସମ ଆବଧଯୋଗ୍ୟ ଅନାବାଦି ଜମି ୩୯.୧୬ଏକର ମୋଟ ୩୯.୯୨ଏକର ଜମି ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri