Posted inଜାତୀୟ

ସେନାରେ ଠିକା ନିଯୁକ୍ତିକୁ ବିରୋଧ

ନୂଆଦିଲ୍ଲୀ,୧୬।୬ ହିନ୍ଦୀ ଫିଲ୍ମ ଶୀର୍ଷକରେ ଭୁଲ୍‌ ଯୋଜନାଟିଏ କରି ବହୁ କୋଟି ଟଙ୍କା ବ୍ୟୟରେ ତା’ର ପ୍ରଚାର କରାଇଲେ ଭାରତୀୟ ସେନା ଶକ୍ତିଶାଳୀ ହୋଇଉଠିବ ବୋଲି ଧରିନେବା ବୋକାମି ଛଡ଼ା କିଛି ନୁହେଁ। ସଶସ୍ତ୍ର ବଳରେ ପ୍ରାୟ ୨ ଲକ୍ଷ ପଦବୀ ଖାଲିପଡ଼ିଥିବାବେଳେ ମୋଦି ସରକାରଙ୍କ ସ୍ବଳ୍ପମିଆଦୀ ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ଲକ୍ଷ୍ୟକରି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ। ବିରୋଧୀ ଏହାକୁ କୁହାଳିଆ ନେତାଙ୍କ ଭୁଅଁାବୁଲା ଯୋଜନା ଆଖ୍ୟା ଦେଇଛନ୍ତି। କାରଣ ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ବିଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କେତେଜଣଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ସ୍ପଷ୍ଟ ଭାବେ କହିପାରୁ ନ ଥିବାବେଳେ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଆଗାମୀ ଦେଢ଼ ବର୍ଷରେ ୧୦ ଲକ୍ଷ ଆଶାୟୀଙ୍କୁ ଚାକିରି ଯୋଗାଇବାର ଘୋଷଣା ଅବାସ୍ତବ ମନେହେଉଛି। ଘୋଷଣା ଅନୁସାରେ ଯଦି ୭ ମାସରେ ୪୫,୦୦୦ ଯବାନଙ୍କୁ ଠିକା ନିଯୁକ୍ତି ଦିଆଯାଏ ତେବେ ଦେଢ଼ବର୍ଷରେ ଏହି ସଂଖ୍ୟା ୯୦,୦୦୦ ହେବ। ଅବଶିଷ୍ଟ ୯ ଲକ୍ଷ ୧୦ ହଜାର ନିଯୁକ୍ତି କେଉଁ କେଉଁ କ୍ଷେତ୍ରରେ ଦିଆଯିବ ସେନେଇ ମଧ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି।

ଭାରତୀୟ ସେନାର ୩ ବାହିନୀରେ ନିଯୁକ୍ତି ଲାଗି କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ଭାଗରେ ବିରୋଧ କରାଯାଇଛି। ସେମାନଙ୍କୁ ସରକାର ବୋକା ବନାଇବାକୁ ଉଦ୍ୟମ କରୁଥିବା ଯୁବଗୋଷ୍ଠୀ ଅଭିଯୋଗ ଆଣିଛନ୍ତି। ୪ ବର୍ଷ ସେନାରେ ନିଯୁକ୍ତି ପରେ ସେମାନେ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ବିହାରର ମୁଜାଫରପୁର ଏବଂ ବକ୍ସାରରେ ବହୁସଂଖ୍ୟାରେ ଯୁବତୀଯୁବକ ବିକ୍ଷୋଭରେ ସାମିଲ ହୋଇଥିଲେ। ବିହାରର ଗୁଲଶନ କୁମାର କହିଛନ୍ତି, ମାତ୍ର ୪ ବର୍ଷ ଚାକିରି ପାଇଁ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିବ। ଅନ୍ୟ ନିଯୁକ୍ତି ପାଇଁ ପାଠପଢ଼ାରେ ସେମାନେ ଅନ୍ୟମାନଙ୍କଠାରୁ ପଛରେ ପଡ଼ିଯିବେ। ଯେଉଁମାନେ ସେନାରେ ଭର୍ତ୍ତି ହେବା ଲାଗି ବହୁବର୍ଷ ହେଲା ପ୍ରସ୍ତୁତି ଚଳାଇଛନ୍ତି, ସେମାନେ ମାତ୍ର ୪ ବର୍ଷ ନିଯୁକ୍ତିରେ ସାମିଲ ହେବାକୁ ଚାହିଁବେ କି ବୋଲି ଅନ୍ୟତମ ଆଶାୟୀ ଶିବମ କୁମାର ପ୍ରଶ୍ନ କରିଛନ୍ତି।

ସୈନ୍ୟବାହିନୀରେ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ଏହା ସଶସ୍ତ୍ର ବଳର ଆକ୍ରମଣ ଦକ୍ଷତା ହ୍ରାସ କରିବ। ସେନାର ମର୍ଯ୍ୟାଦା ଓ ବୀରତ୍ୱ ସହ ଆଦୌ ସାଲିସ କରାଯାଇପାରିବ ନାହଁ ବୋଲି ରାହୁଲ କହିଛନ୍ତି। ସେହିପରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସରକାରଙ୍କ ଏହି ଯୋଜନାକୁ ସମାଲୋଚନା କରିଛନ୍ତି। ସେନାରେ ନିଯୁକ୍ତିକୁ ଏକ ଗବେଷଣାଗାର କରା ନ ଯାଉ ବୋଲି ସେ କହିଛନ୍ତି। ଭାରତ ଦୁଇ ପାର୍ଶ୍ୱରୁ ବିପଦର ସମ୍ମୁଖୀନ ହେଉଥିବାବେଳେ ଅଗ୍ନିପଥ ଯୋଜନା ଆମ ସଶସ୍ତ୍ର ବଳର କାର୍ଯ୍ୟାନୁଷ୍ଠାନ ପ୍ରଭାବକୁ ହ୍ରାସ କରିବ। ଭାଜପା ସରକାର ସେନାର ମର୍ଯ୍ୟାଦା, ପରମ୍ପରା, ବୀରତ୍ୱ ଏବଂ ଶୃଙ୍ଖଳା ସହ ସାଲିସ୍‌ରୁ ବିରତ ରହନ୍ତୁ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।
ଅଗ୍ନିପଥ ଯୋଜନାରେ ଆଗାମୀ ୭ ମାସ ମଧ୍ୟରେ ୪୫,୦୦୦ ଯବାନ ଚୁକ୍ତିଭିତ୍ତିରେ ନିଯୁକ୍ତ ହେବେ ବୋଲି ସେନା ଉପମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ବି.ଏସ୍‌. ରାଜୁ ସୂଚନା ଦେଇଛନ୍ତି। ସାରା ଦେଶର ୭୭୩ ଜିଲାରେ ଏଥିପାଇଁ ନିଯୁକ୍ତି ଅଭିଯାନ ହେବ। ୧୭ ବର୍ଷ ୬ ମାସରୁ ୨୧ ବର୍ଷ ବୟସ ବର୍ଗର ପିଲାଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ। ୪ ବର୍ଷ ପରେ ସେମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତଙ୍କୁ ଅଣଅଫିସର ପଦବୀରେ ରଖାଯିବ ଓ ସେମାନେ ପୂରା ୧୫ ବର୍ଷ ସେବା କରିବାର ସୁଯୋଗ ପାଇବେ। ଅନ୍ୟମାନେ ୧୧ରୁ ୧୨ ଲକ୍ଷ ଟଙ୍କା ପ୍ୟାକେଜ୍‌ ନେଇ ଚାକିରି ଛାଡ଼ିବେ। ସେମାନେ ପେନ୍‌ସନ ସୁବିଧା ପାଇବାକୁ ହକ୍‌ଦାର ହେବେ ନାହିଁ।
ସରକାରଙ୍କ ଏଭଳି ନିଯୁକ୍ତି ଯୋଜନାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ୪ ବର୍ଷୀଆ ନିଯୁକ୍ତି ର଼୍ୟାଙ୍କ୍‌ରେ ଆକ୍ରମଣ ମନୋବଳକୁ ପ୍ରଭାବିତ କରିବ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି। ସୈନ୍ୟବାହିନୀରେ ନିଯୁକ୍ତି କ୍ଷେତ୍ରରେ ଏହା ଏକ ଗମ୍ଭୀର ସୁପାରିସ ବୋଲି ଅବସରପ୍ରାପ୍ତ ମେଜର ଜେନେରାଲ ବି.ଏସ୍‌. ଧନୋଆ ଟୁଇଟ୍‌ କରିଛନ୍ତି। ସେନାରେ ବେତନ ଓ ପେନ୍‌ସନ ବାବଦ ଖର୍ଚ୍ଚ ହ୍ରାସ ଲାଗି ସରକାର ଅଗ୍ନିପଥ ଯୋଜନା ଆଣିଛନ୍ତି। ତେବେ ସଶସ୍ତ୍ର ବଳକୁ ଆର୍ଥତ୍କ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ ନୁହେଁ ବୋଲି ବରିଷ୍ଠ ସେନା ଅଧିକାରୀ ମେଜର ଜେନେରାଲ ୟାସ୍‌ ମୋର୍‌ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri