Posted inଜାତୀୟ

ସେନାରେ ଠିକା ନିଯୁକ୍ତିକୁ ବିରୋଧ

ନୂଆଦିଲ୍ଲୀ,୧୬।୬ ହିନ୍ଦୀ ଫିଲ୍ମ ଶୀର୍ଷକରେ ଭୁଲ୍‌ ଯୋଜନାଟିଏ କରି ବହୁ କୋଟି ଟଙ୍କା ବ୍ୟୟରେ ତା’ର ପ୍ରଚାର କରାଇଲେ ଭାରତୀୟ ସେନା ଶକ୍ତିଶାଳୀ ହୋଇଉଠିବ ବୋଲି ଧରିନେବା ବୋକାମି ଛଡ଼ା କିଛି ନୁହେଁ। ସଶସ୍ତ୍ର ବଳରେ ପ୍ରାୟ ୨ ଲକ୍ଷ ପଦବୀ ଖାଲିପଡ଼ିଥିବାବେଳେ ମୋଦି ସରକାରଙ୍କ ସ୍ବଳ୍ପମିଆଦୀ ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ଲକ୍ଷ୍ୟକରି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ। ବିରୋଧୀ ଏହାକୁ କୁହାଳିଆ ନେତାଙ୍କ ଭୁଅଁାବୁଲା ଯୋଜନା ଆଖ୍ୟା ଦେଇଛନ୍ତି। କାରଣ ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ବିଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କେତେଜଣଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ସ୍ପଷ୍ଟ ଭାବେ କହିପାରୁ ନ ଥିବାବେଳେ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଆଗାମୀ ଦେଢ଼ ବର୍ଷରେ ୧୦ ଲକ୍ଷ ଆଶାୟୀଙ୍କୁ ଚାକିରି ଯୋଗାଇବାର ଘୋଷଣା ଅବାସ୍ତବ ମନେହେଉଛି। ଘୋଷଣା ଅନୁସାରେ ଯଦି ୭ ମାସରେ ୪୫,୦୦୦ ଯବାନଙ୍କୁ ଠିକା ନିଯୁକ୍ତି ଦିଆଯାଏ ତେବେ ଦେଢ଼ବର୍ଷରେ ଏହି ସଂଖ୍ୟା ୯୦,୦୦୦ ହେବ। ଅବଶିଷ୍ଟ ୯ ଲକ୍ଷ ୧୦ ହଜାର ନିଯୁକ୍ତି କେଉଁ କେଉଁ କ୍ଷେତ୍ରରେ ଦିଆଯିବ ସେନେଇ ମଧ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି।

ଭାରତୀୟ ସେନାର ୩ ବାହିନୀରେ ନିଯୁକ୍ତି ଲାଗି କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ଭାଗରେ ବିରୋଧ କରାଯାଇଛି। ସେମାନଙ୍କୁ ସରକାର ବୋକା ବନାଇବାକୁ ଉଦ୍ୟମ କରୁଥିବା ଯୁବଗୋଷ୍ଠୀ ଅଭିଯୋଗ ଆଣିଛନ୍ତି। ୪ ବର୍ଷ ସେନାରେ ନିଯୁକ୍ତି ପରେ ସେମାନେ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ବିହାରର ମୁଜାଫରପୁର ଏବଂ ବକ୍ସାରରେ ବହୁସଂଖ୍ୟାରେ ଯୁବତୀଯୁବକ ବିକ୍ଷୋଭରେ ସାମିଲ ହୋଇଥିଲେ। ବିହାରର ଗୁଲଶନ କୁମାର କହିଛନ୍ତି, ମାତ୍ର ୪ ବର୍ଷ ଚାକିରି ପାଇଁ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିବ। ଅନ୍ୟ ନିଯୁକ୍ତି ପାଇଁ ପାଠପଢ଼ାରେ ସେମାନେ ଅନ୍ୟମାନଙ୍କଠାରୁ ପଛରେ ପଡ଼ିଯିବେ। ଯେଉଁମାନେ ସେନାରେ ଭର୍ତ୍ତି ହେବା ଲାଗି ବହୁବର୍ଷ ହେଲା ପ୍ରସ୍ତୁତି ଚଳାଇଛନ୍ତି, ସେମାନେ ମାତ୍ର ୪ ବର୍ଷ ନିଯୁକ୍ତିରେ ସାମିଲ ହେବାକୁ ଚାହିଁବେ କି ବୋଲି ଅନ୍ୟତମ ଆଶାୟୀ ଶିବମ କୁମାର ପ୍ରଶ୍ନ କରିଛନ୍ତି।

ସୈନ୍ୟବାହିନୀରେ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ଏହା ସଶସ୍ତ୍ର ବଳର ଆକ୍ରମଣ ଦକ୍ଷତା ହ୍ରାସ କରିବ। ସେନାର ମର୍ଯ୍ୟାଦା ଓ ବୀରତ୍ୱ ସହ ଆଦୌ ସାଲିସ କରାଯାଇପାରିବ ନାହଁ ବୋଲି ରାହୁଲ କହିଛନ୍ତି। ସେହିପରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସରକାରଙ୍କ ଏହି ଯୋଜନାକୁ ସମାଲୋଚନା କରିଛନ୍ତି। ସେନାରେ ନିଯୁକ୍ତିକୁ ଏକ ଗବେଷଣାଗାର କରା ନ ଯାଉ ବୋଲି ସେ କହିଛନ୍ତି। ଭାରତ ଦୁଇ ପାର୍ଶ୍ୱରୁ ବିପଦର ସମ୍ମୁଖୀନ ହେଉଥିବାବେଳେ ଅଗ୍ନିପଥ ଯୋଜନା ଆମ ସଶସ୍ତ୍ର ବଳର କାର୍ଯ୍ୟାନୁଷ୍ଠାନ ପ୍ରଭାବକୁ ହ୍ରାସ କରିବ। ଭାଜପା ସରକାର ସେନାର ମର୍ଯ୍ୟାଦା, ପରମ୍ପରା, ବୀରତ୍ୱ ଏବଂ ଶୃଙ୍ଖଳା ସହ ସାଲିସ୍‌ରୁ ବିରତ ରହନ୍ତୁ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।
ଅଗ୍ନିପଥ ଯୋଜନାରେ ଆଗାମୀ ୭ ମାସ ମଧ୍ୟରେ ୪୫,୦୦୦ ଯବାନ ଚୁକ୍ତିଭିତ୍ତିରେ ନିଯୁକ୍ତ ହେବେ ବୋଲି ସେନା ଉପମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ବି.ଏସ୍‌. ରାଜୁ ସୂଚନା ଦେଇଛନ୍ତି। ସାରା ଦେଶର ୭୭୩ ଜିଲାରେ ଏଥିପାଇଁ ନିଯୁକ୍ତି ଅଭିଯାନ ହେବ। ୧୭ ବର୍ଷ ୬ ମାସରୁ ୨୧ ବର୍ଷ ବୟସ ବର୍ଗର ପିଲାଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ। ୪ ବର୍ଷ ପରେ ସେମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତଙ୍କୁ ଅଣଅଫିସର ପଦବୀରେ ରଖାଯିବ ଓ ସେମାନେ ପୂରା ୧୫ ବର୍ଷ ସେବା କରିବାର ସୁଯୋଗ ପାଇବେ। ଅନ୍ୟମାନେ ୧୧ରୁ ୧୨ ଲକ୍ଷ ଟଙ୍କା ପ୍ୟାକେଜ୍‌ ନେଇ ଚାକିରି ଛାଡ଼ିବେ। ସେମାନେ ପେନ୍‌ସନ ସୁବିଧା ପାଇବାକୁ ହକ୍‌ଦାର ହେବେ ନାହିଁ।
ସରକାରଙ୍କ ଏଭଳି ନିଯୁକ୍ତି ଯୋଜନାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ୪ ବର୍ଷୀଆ ନିଯୁକ୍ତି ର଼୍ୟାଙ୍କ୍‌ରେ ଆକ୍ରମଣ ମନୋବଳକୁ ପ୍ରଭାବିତ କରିବ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି। ସୈନ୍ୟବାହିନୀରେ ନିଯୁକ୍ତି କ୍ଷେତ୍ରରେ ଏହା ଏକ ଗମ୍ଭୀର ସୁପାରିସ ବୋଲି ଅବସରପ୍ରାପ୍ତ ମେଜର ଜେନେରାଲ ବି.ଏସ୍‌. ଧନୋଆ ଟୁଇଟ୍‌ କରିଛନ୍ତି। ସେନାରେ ବେତନ ଓ ପେନ୍‌ସନ ବାବଦ ଖର୍ଚ୍ଚ ହ୍ରାସ ଲାଗି ସରକାର ଅଗ୍ନିପଥ ଯୋଜନା ଆଣିଛନ୍ତି। ତେବେ ସଶସ୍ତ୍ର ବଳକୁ ଆର୍ଥତ୍କ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ ନୁହେଁ ବୋଲି ବରିଷ୍ଠ ସେନା ଅଧିକାରୀ ମେଜର ଜେନେରାଲ ୟାସ୍‌ ମୋର୍‌ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri