ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି: ଗୃହ ହୁଲସ୍ଥୂଲ

ଭୁବନେଶ୍ୱର,୧ା୪(ବ୍ୟୁରୋ):କରୋନା ମହାମାରୀରେ ଲୋକମାନେ ଜୀବନଜୀବିକା ହରାଇ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଏପରିସ୍ଥଳେ ବିଦ୍ୟୁତ୍‌ ଶୁଳ୍କ ବଢ଼ାଇ ସରକାର ବୋଝ ଉପରେ ନଳିତାବିଡ଼ା ଲଦିଛନ୍ତି। ଗତ ୭ ମାସରେ ଦୁଇ ଥର ବିଦ୍ୟୁତ୍‌ ଶୁଳ୍କ ବଢ଼ାଯାଇଛି। ସରକାର ତୁରନ୍ତ ବିଦ୍ୟୁତ୍‌ ଶୁଳ୍କ ପ୍ରତ୍ୟାହାର କରନ୍ତୁ, ନଚେତ ଗୃହ ଚଳାଇଦେବୁ ନାହିଁ। ବିଦ୍ୟୁତ୍‌ ଦର ବୃଦ୍ଧିକୁ ନେଇ ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଏଥିଯୋଗୁ ବୁଧବାର ବିଧାନସଭାରେ ପ୍ରଶ୍ନୋତ୍ତର, ଶୂନ୍ୟକାଳ, ମୁଲତବୀ ଆଲୋଚନା ହୋଇ ପାରି ନ ଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାଧ୍ୟହୋଇ ବିଭିନ୍ନ ପର୍ଯ୍ୟାୟରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି)ଙ୍କ ନିକଟରେ ସରକାର ଶୁଳ୍କ ବୃଦ୍ଧିର ପୁନର୍ବିଚାର ପାଇଁ ଆବେଦନ କରିବେ। ଅପରାହ୍ନରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ପୂର୍ବାହ୍ନ ୧୦ଟା ୩୦ରେ ସଭାକାର୍ଯ୍ୟ ଚଳାଇବାକୁ ବାଚସ୍ପତି ଗୃହକୁ ପ୍ରବେଶ କଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ରମେଶ ଜେନା, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ବିଧାନସଭା ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ। ବିଦ୍ୟୁତ୍‌ ବିଲ୍‌ ପ୍ରତ୍ୟାହାର କରିବା ଆମର ଦାବି…. ଆମର ଦାବି ସ୍ଲୋଗାନ ଦେଇ ବିଧାନସଭାକୁ ହୁଲସ୍ଥୂଲ କଲେ । ଭାଜପା ସଭ୍ୟ ମୋହନ ଚରଣ ମାଝି, ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ସୁବାସ ପାଣିଗ୍ରାହୀ, ନାଉରୀ ନାୟକ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସହ ତାଳଦେଲେ। ବିଦ୍ୟୁତ୍‌ ବିଲ୍‌ ବୃଦ୍ଧିକୁ ପ୍ରତିବାଦ କରି ହୋହଲ୍ଲା କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳରେ ବିଧାନସଭାରେ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନ ଥିଲା। ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ଯେତେ ଅନୁରୋଧ କରିଥିଲେ ସୁଦ୍ଧା ବିରୋଧୀଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ଅନ୍ୟ ଉପାୟ ନ ପାଇ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୦ଟା ୩୧ ମିନିଟରୁ ୧୧ଟା ୩୦ ମିନିଟ୍‌ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
୧୧ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ଡାକିଥିଲେ। ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, କୋଭିଡ୍‌ ସମୟରେ ଲୋକମାନେ କାମଧନ୍ଦା ହରାଇଥିବା ବେଳେ ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରାଯାଇଥିଲା। ଏବେ ପୁଣି ୩୦ ପଇସା ବୃଦ୍ଧି କରାଯାଇଛି। ବିଦ୍ୟୁତ୍‌ ଉପତ୍ାଦନ ନ କରି ଦିଲ୍ଲୀଭଳି ରାଜ୍ୟ ଶସ୍ତାରେ ବିଜୁଳି ଦେଉଥିବା ବେଳେ ଓଡ଼ିଶାରେ ବିଦ୍ୟୁତ୍‌ ଉପତ୍ାଦନ ହୋଇ ମଧ୍ୟ ଦର ବଢ଼ିଚାଲିଛି। ଗରିବ ଲୋକ ବଞ୍ଚିପାରିବେ ନାହିଁ। ବର୍ଦ୍ଧିତ ବିଦ୍ୟୁତ୍‌ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ବିରୋଧୀ ଦଳ ନେତା ଦାବି କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ବିଦ୍ୟୁତ୍‌ ଦର ବଢ଼ି ବଢ଼ି ଚାଲିଛି। ୨୦ ପଇସାରୁ ୫୦ ପଇସାକୁ ବୃଦ୍ଧି ହୋଇଛି। ଏହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି। ସରକାର କହିବେ ଆମ ନିୟନ୍ତ୍ରଣରେ ନାହିଁ। ସରକାର ଏଥିପାଇଁ ଉତ୍ତରଦାୟୀ। ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ ବଢ଼ି ଚାଲିଥିବା ବେଳେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କରିଛି। ଗୃହ ଚାଲିଥିବା ବେଳେ ବିଦ୍ୟୁତ୍‌ ଦର ବୃଦ୍ଧି ହେଉଛି। ସରକାର ଗୃହକୁ ଏ ବିଷୟରେ ଅବଗତ କରାଇବା କଥା। ସରକାରଙ୍କ ଏହା ଉପରେ କିଛି ଉତ୍ତର ନାହିଁ। ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଏହା ଉପରେ ଆଲୋଚନା କରନ୍ତୁ। ଏହା ସାଧାରଣ ଲୋକଙ୍କ କଥା। ଏହାକୁ ନ କହି ଆମେ ଚୁପ୍‌ବସି ରହିପାରୁ ନାହୁଁ। ଆଜି ଗୃହରେ ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନା ହେବାର ଅଛି। ଏଥିରେ ଆମେ ଅଂଶଗ୍ରହଣ କରିବାକୁ ଚାହୁଁଛୁ। ତୁରନ୍ତ ବାଚସ୍ପତି ଏ ଦିଗରେ ପଦକ୍ଷେପ ନିଅନ୍ତୁ। ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ବିରୋଧୀ ଦଳ କେବଳ ଆଲୋଚନା ନ କରି ଗୃହକୁ ଅବରୋଧ କରୁଛନ୍ତି । ସର୍ବଦଳୀୟ ବୈଠକ ଡାକି ଆଲୋଚନା କରାଯାଉ ବୋଲି ସେ କହିଥିଲେ। ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରଣବ ପ୍ରକାଶ ଦାଶ, ମୋହନ ମାଝିଙ୍କୁ ବୈଠକରେ ଯୋଗଦେବାକୁ ବାଚସ୍ପତି ଅନୁରୋଧ କରି ଗୃହକୁ ୧୧ଟା ୩୬ରୁ ୧୫ ମିନିଟ୍‌ ପାଇଁ ମୁଲତବୀ ଘୋଷଣା କରିଥିଲେ। ବୈଠକ ଶେଷ ନ ହେବାରୁ ଦୁଇଟି ପର୍ଯ୍ୟାୟରେ ପୁଣି ୨୦ ମିନିଟ୍‌ ମୁଲତବୀ କରାଯାଇଥିଲା।
୧୨ଟା ୧୨ ମିନିଟ୍‌ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହର ଉଦ୍‌ବେଗକୁ ଦେଖି ବିଦ୍ୟୁତ୍‌ ବିଲ୍‌ ବୃଦ୍ଧି ଅଭିଯୋଗ ଉପରେ ସରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ହଟ୍ଟଗୋଳ ଜାରି ରହିଥିଲା। ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଓଡ଼ିଶା ବେସାମରିକ ଯୋଗାଣ ନିଗମର ୩୮ତମ ବାର୍ଷିକ ରିପୋର୍ଟ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶା ଜଳବିଦ୍ୟୁତ୍‌ ନିଗମର ୨୪ତମ ବାର୍ଷିକ ରିପୋର୍ଟ, ବିଧାୟିକା ଉଷାଦେବୀଙ୍କୁ ମହିଳା ଓ ଶିଶୁକଲ୍ୟାଣ ଗୃହ କମିଟି ରିପୋର୍ଟ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ବିଧାନସଭା କାର୍ଯ୍ୟ ପରାମର୍ଶଦାତା ରିପୋର୍ଟ ଉପସ୍ଥାପନ କରିବାକୁ କହିଥିଲେ। ସେହିପରି ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ବ୍ୟୟମଞ୍ଜୁରୀ ବିଲ୍‌-୨୦୨୧କୁ ଗୃହର ଅନୁମୋଦନ ପାଇଁ ବିଧାନସଭାରେ ଆଗତ କରିଥିଲେ। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସଭ୍ୟ ଦେବୀପ୍ରସାଦ ମିଶ୍ର କହିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୨ ହଜାର କୋଟି ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟ ସରକାର ୬ ହଜାର କୋଟି ଖର୍ଚ୍ଚ କରିଛନ୍ତି । ହଟ୍ଟଗୋଳ ନ ଥମିବାରୁ ବାଚସ୍ପତି ଗୃହକୁ ୧୨ଟା ୨୪ ମିନିଟ୍‌ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଦେଇଥିଲେ। ଅପରାହ୍ନରେ ଶକ୍ତିମନ୍ତ୍ରୀ ବିଦ୍ୟୁତ୍‌ ଶୁଳ୍କ ଉପରେ ସରକାର ଓଇଆରସିଙ୍କ ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ବୋଲି ବିଧାନସଭାରେ ଘୋଷଣା ପରେ ଗୃହ ସ୍ବାଭାବିକ ହୋଇଥିଲା। ବିରୋଧୀ ଦଳ ସଦସ୍ୟମାନେ ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri