Posted inଜାତୀୟ

ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବାକୁ ଚାହୁଁଛି: ଅଜିତ ପାଓ୍ବାର…

ମୁମ୍ବାଇ,୨୨।୬ : ଏନସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବାରାମତି ବିଧାନସଭାର ବିଧାୟକ ଅଜିତ ପାୱାର କହିଛନ୍ତି ସେ ଦଳ ପାଇଁ କାର୍ଯ୍ୟ କରିବେ ଏବଂ ତାଙ୍କୁ ଯାହା ଦାୟିତ୍ୱ ଦିଆଯାଇଛି ତାହା ପୂରଣ କରିବେ।

ଅଜିତ ପାୱାର ମୁମ୍ବାଇର ଏକ କାର୍ଯ୍ୟକ୍ରମରେ କହିଛନ୍ତି ମୁଁ ଦଳକୁ ମୋତେ ବିରୋଧୀ ଦଳର ନେତା ପଦରୁ ମୁକ୍ତ କରି ଦେବାକୁ କହିଛି। ତାଙ୍କୁ ଦଳ ସଂଗଠନରେ ଏକ ଭୂମିକା ନ୍ୟସ୍ତ କରିବାକୁ ଦଳର ନେତୃତ୍ୱଙ୍କୁ ନିବେଦନ କରିଥିଲି। ଅଜିତ କହିଛନ୍ତି ସେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ ନୁହଁନ୍ତି, କିନ୍ତୁ ଦଳର ବିଧାୟକଙ୍କ ଦାବିରେ ଏହି ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ଦାବି ଉପରେ ଏନସିପି ନେତୃତ୍ୱ ନିଷ୍ପତ୍ତି ନେବେ। ମୋତେ ଯେକୌଣସି ଦାୟିତ୍ୱ ଦିଆଯିବ, ମୁଁ ତାହାକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବି। ମୋତେ କୁହାଯାଇଛି ମୁଁ ବିରୋଧୀ ଦଳର ନେତା ଭାବରେ କଠୋର ଆଚରଣ ପ୍ରଦର୍ଶନ କରେ ନାହିଁ।

ତେଲଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ପ୍ରକାଶ ଆମ୍ବେଡକରଙ୍କ ନେତୃତ୍ୱରେ ବଞ୍ଚିତ ବହୁଜନ ଅଘାଡି (ଭିବିଏ) କୁ ଅଣଦେଖା କରାଯାଇପାରିବ ନାହିଁ। ସେ କହିଛନ୍ତ ୨୦୧୯ ରେ କେବଳ ଭିବିଏ କଂଗ୍ରେସ-ଏନସିପି ସହଯୋଗୀ ଦଳକୁ କ୍ଷତି ପହଞ୍ଚାଇଛି। ଆମକୁ ନିଶ୍ଚିତ କରିବାକୁ ପଡିବ ସମାନ ଦଳ ମଧ୍ୟରେ ଭୋଟର କୌଣସି ବିଭାଜନ ଯେପରି ହେବ ନାହିଁ। ଅଜିତ ପାୱାର ମୁମ୍ବାଇ ଏବଂ ବିଦର୍ଭରେ ଏନସିପି ସଂଗଠନକୁ ମଜବୁତ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀକୁ ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ, ଲୋକେ କହିଲେ ୫ଟା ଛୁଆ ପରେ…

ଉତ୍ତରପ୍ରଦେଶ,୬।୮ : ପ୍ରେମ ଦୁଇଟି ହୃଦୟର ମିଳନ ନୁହେଁ, ଏହା ବିଶ୍ୱାସ, ସମ୍ମାନ ଓ ତ୍ୟାଗର ଏକ ସୁନ୍ଦର ଅନୁଭୂତି । ପ୍ରେମରେ ଶବ୍ଦଠାରୁ ଅଧିକ ମୂଲ୍ୟବାନ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

ବୁମ୍‌ରାଙ୍କୁ ବର୍ଷେ ଯାଏ ବିଦା କରିଦିଅ….ପୂର୍ବତନ କ୍ରିକେଟର୍‌ଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ

ନୂଆଦିଲ୍ଲୀ,୬।୮: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରିତ ବୁମରା ନିଜ ବୋଲିଂ ଆକ୍ସନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବୁମରା ଆଣ୍ଠୁ ଆଘାତ ସହିତ ସଂଘର୍ଷ କରୁଛନ୍ତି। ଫଳରେ…

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର: ଏତିକି ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ବଢ଼ିଯିବ ଦରମା

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଓ ପେନନସନଭୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଜୁଲାଇ ୨୦୨୬ରୁ ସେମାନଙ୍କ ମହଙ୍ଗା ଭତ୍ତା (DA)…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri