ବିରୋଧୀ ବଧ

ବିରୋଧୀ ଦଳର ଧର୍ମ ହେଲା ସରକାରଙ୍କ ଦୋଷ ଦୁର୍ବଳତା ଲୋକଲୋଚନକୁ ଆଣିବା। ପ୍ରତ୍ୟେକ କଥାରେ ବିରୋଧୀ ବିରୋଧ କରିବା ଦରକାର। ଗଣତାନ୍ତ୍ରିକ ସରକାରର କର୍ତ୍ତବ୍ୟ ହେଉଛି ସେହି ବିରୋଧକୁ ସାମ୍ନା କରିବା ଓ ନିଜ ଦୋଷ ତ୍ରୁଟିକୁ ସୁଧାରିବା। ଏଥିସହିତ ନିର୍ଭୁଲ କାର୍ଯ୍ୟାବଳୀ ସୃଷ୍ଟି କରି ବିରୋଧୀ ଆଣିଥିବା ଦୋଷାରୋପକୁ ସଜାଡ଼ି ଜନସାଧାରଣଙ୍କ ଆଗରେ ତାହାକୁ ଉପସ୍ଥାପନ କରିବା। ଦେଖାଯାଉଛି ସରକାରୀ ଦଳ ଅନେକ ସମୟରେ ନିଜ ଜିଦ୍‌ରେ ଅଟଳ ରହି ଭୁଲକୁ ଠିକ୍‌ ପ୍ରମାଣିତ କରୁଛି, ଯାହା ଜଟିଳ ପରିସ୍ଥିତି ଉପୁଯାଉଛି। ଶାସକମାନେ ନିଜ ଦୋଷତ୍ରୁଟି ଲୁଚାଇବାକୁ ଯାଇ ପ୍ରସଙ୍ଗ ଭିନ୍ନ କରିଦେଉଛନ୍ତି। ଏମିତି ଦେଖିଲେ ଅନେକ ଲୋକଙ୍କ ସ୍ମରଣଶକ୍ତି କ୍ଷୀଣ ଥିବାରୁ ପୁରୁଣା ଘଟଣାକୁ ତତ୍‌କ୍ଷଣାତ୍‌ ପାସୋରି ଦେଇଥାଆନ୍ତି।
ଭାରତର ସାମ୍ପ୍ରତିକ ପରିସ୍ଥିତି ଦେଖିଲେ ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ୨୦ ଭାରତୀୟ ଯବାନଙ୍କୁ ମାରିଦେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଦୁଇ ଦିନର ନୀରବତା ପରେ ଅସ୍ବାଭାବିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜଣାଇଥିଲେ ଯେ, ଚାଇନା ପଟୁ କେହି ଭାରତକୁ ପ୍ରବେଶ କରି ନ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଏତକ କଥା ବିରୋଧୀଙ୍କୁ ସମାଲୋଚନା କରିବା ଲାଗି ସବୁ ଖୋରାକ ଯୋଗାଇଥିଲା। ସେମାନେ ଅଭିଯୋଗ କରିଥିଲେ, ଯଦି ଚାଇନା ପଟୁ କେହି ଭାରତ ମଧ୍ୟକୁ ପ୍ରବେଶ କରି ନ ଥିଲେ ତାହା ହେଲେ ୨୦ ଭାରତୀୟ ଯବାନ କାହିଁକି ଶହୀଦ ହେଲେ। ବିରୋଧୀଙ୍କ ଅକାଟ୍ୟ ଯୁକ୍ତି ଯୋଗୁ ଶାସକ ଦଳ ଅକଳରେ ପଡ଼ିଯାଇଥିଲା। କୌଣସି ପ୍ରକାରେ ପ୍ରସଙ୍ଗ ଏଡ଼ାଇବାକୁ ଯାଇ ଭାଜପା ପକ୍ଷରୁ ଅଭିଯୋଗ କରାଗଲା ଯେ, ମନମୋହନ ସିଂଙ୍କ ଉପା ସରକାର ଅମଳରେ ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ଚାଇନା ପାଣ୍ଠି ଯୋଗାଇଥିଲା। ଏହାର ଜବାବ ଦେବାକୁ ଯାଇ କଂଗ୍ରେସର ଜଣେ ନେତା କହିଛନ୍ତି ଯେ, ଚାଇନା ତରଫରୁ ପିଏମ୍‌-କେୟାର୍ସ ପାଣ୍ଠିକୁ ବିପୁଳ ଅର୍ଥ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଭାରତରେ କରୋନା ଭୂତାଣୁ ସଂକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ୨୮ରେ ପିଏମ୍‌-କେୟାର୍ସ ଫଣ୍ଡ୍‌ ଗଠନ କରିଥିଲେ। କରୋନା ଏବଂ ଭବିଷ୍ୟତରେ ଅନୁରୂପ ମହାମାରୀ ଭଳି ସ୍ଥିତିର ମୁକାବିଲା ଓ ସହାୟତା ସକାଶେ ଏହି ପାଣ୍ଠି ସୃଷ୍ଟି କରାଗଲା ବୋଲି କୁହାଗଲା। ସେଥିରେ ମୂଳରୁ ବ୍ୟବସ୍ଥା ରଖାଗଲା ଯେ ତାହାର କୌଣସି ଯାଞ୍ଚ କରାଯିବ ନାହିଁ ଏବଂ ଉକ୍ତ ପାଣ୍ଠି ସୂଚନା ଅଧିକାର (ଆର୍‌ଟିଆଇ) ଅଧୀନ ହେବ ନାହିଁ। ଅର୍ଥାତ୍‌ ତାହା ସମ୍ପୂର୍ଣ୍ଣ ଭାବେ ଏକ ଗୋପନୀୟ ପାଣ୍ଠି ହୋଇ ରହିଗଲା। ମନେରଖିବାକୁ ହେବ ଯେ ଭାରତରେ ପୂର୍ବରୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌ ନାମରେ ଥିବା ବ୍ୟବସ୍ଥାକୁ ଖୋଦ୍‌ ମୋଦି ଭାଙ୍ଗିଦେଲେ। ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ସର୍ବଦା ସ୍ବଚ୍ଛତା କଥା କହିଆସୁଛନ୍ତି। କିନ୍ତୁ ତାଙ୍କର ପ୍ରତ୍ୟେକ ପଦକ୍ଷେପକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ସବୁଗୁଡ଼ିକ ସ୍ବଚ୍ଛତାମାରଣ ନୀତି ଅବଲମ୍ବନ କରୁଛିି। ଏପରିକି ଆର୍‌ଟିଆଇ ଆଇନକୁ ପାଣିଚିଆ କରିବା ପାଇଁ ମୋଦି ସରକାରଙ୍କ ତରଫରୁ ବାରମ୍ବାର ଉଦ୍ୟମ କରାଯାଇ ଆସିଛି।
ବିବାଦୀୟ ଚାଇନା କମ୍ପାନୀ ହ୍ବାଉଇରୁ ପ୍ରଧାନମନ୍ତ୍ରୀ ୭ କୋଟି ଟଙ୍କା ଗ୍ରହଣ କରିଥିବାର ଅଭିଯୋଗ ହେଉଛି। ଏହି କମ୍ପାନୀ ବିବାଦୀୟ ହେବା ପଛରେ ଲମ୍ବା ଇତିହାସ ରହିଛି। ଚାଇନା ସରକାର ଦ୍ୱାରା ପ୍ରୋତ୍ସାହିତ ଏହି କମ୍ପାନୀ ଏବେ ପୃଥିବୀବ୍ୟାପୀ ୫ଜି ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳକୁ ବିକ୍ରି କରିବାକୁ ଚାହୁଁଛି। ମୋବାଇଲ୍‌ ଫୋନ୍‌ର ଅଗ୍ରଗତିରେ ୫ଜିର ଗୁରୁତ୍ୱ ବୃଦ୍ଧି ପାଉଛି। ତେବେ ଏହି କମ୍ପାନୀ ଚାଇନା ପାଇଁ ଗୁଇନ୍ଦା କାର୍ଯ୍ୟ କରୁଛି ବୋଲି ଦାବିକରି ଆମେରିକା ହ୍ବାଉଇର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ କରାଇଦେଇଛି। ଆମେରିକାର ଏହି ପଦକ୍ଷେପ ପରେ ହ୍ବାଉଇର ଉଚ୍ଚପଦସ୍ଥ କର୍ମଚାରୀଙ୍କୁ କାନାଡ଼ାରେ ଗିରଫ କରାଯାଇ ଜାମିନ ଦିଆଯାଇ ନ ଥିଲା। ଏହିଭଳି ଗୁଇନ୍ଦା କାର୍ଯ୍ୟ କରୁଥିବା କମ୍ପାନୀ ଆମ ଦେଶର ଟେଲିକମ୍‌ କ୍ଷେତ୍ରରେ ପ୍ରବେଶ କରିବାକୁ ଅତ୍ୟଧିକ ଆଗ୍ରହୀ ବୋଲି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ବିପୁଳ ଅର୍ଥ ଦେଇଛି ବୋଲି ଅଭିଯୋଗ ହୋଇଛି। ଅବଶ୍ୟ ଏହାର ସତ୍ୟାସତ୍ୟ ଏହି ସରକାର ସମୟରେ ବାହାରିବା କଷ୍ଟକର। ୨ଜି କିମ୍ବା କୋଇଲା ଖଣି ସମ୍ପର୍କରେ ଅନେକ ଅଭିଯୋଗ ପୂର୍ବରୁ ହୋଇଥିଲା। କଚେରିରେ ମାମଲା ମଧ୍ୟ ଦାଏର ହୋଇଥିଲା। ଶେଷରେ ଅତି ପାରଙ୍ଗମ ସିବିଆଇ ଦ୍ୱାରା ଅଭିଯୋଗଫର୍ଦ୍ଦ (ଚାର୍ଜଶିଟ୍‌) ଦାଖଲ କରାଯାଇ ନ ଥିବାରୁ ଆଜି ଦେଶବାସୀ ସେହି ବିରାଟକାୟ ଦୁର୍ନୀତିକୁ ଭୁଲିଗଲେଣି। ତାହା କେବଳ ଭାଜପାର ନିର୍ବାଚନୀ ପ୍ରଚାର ଥିଲା ବୋଲି ବୁଝାପଡୁଛି। ଅନୁରୂପ ଭାବେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍‌ ସମ୍ପକର୍ର୍ରେ ଶୁଣାଯାଉଥିବା ପ୍ରତ୍ୟେକ ଅଭିଯୋଗ ଯଦି ସତ୍ୟ ହୋଇଥାଏ, ତା’ହେଲେ ତାହାର ମଧ୍ୟ କୌଣସି ପ୍ରମାଣ ମିଳିବା କେବେ ହେଲେ ସମ୍ଭବପର ହେବ ନାହିଁ। ଅର୍ଥାତ୍‌ ଦୁର୍ନୀତି ପରେ ଦୁର୍ନୀତି ଲାଗିରହିଛି, ଦେଶବାସୀ ସବୁ ବୋଝ ସହି କ୍ଷଣିକ ପାଇଁ ବିଚଳିତ ହୋଇ ରାଜନୈତିକ ନିଷ୍ପତ୍ତି ନେଇଯାଉଛନ୍ତି। ଯେତେବେଳେ ଏବେକାର ଚାଇନା ଆକ୍ରମଣ ସମ୍ପର୍କରେ ଆଲୋଚନା ଆରମ୍ଭ ହେଉଛି ସେତେବେଳେ ‘ଆକ୍ସାଇ ଚୀନ୍‌’ କିମ୍ବା ଜବାହରଲାଲ୍‌ ନେହେରୁଙ୍କ ପ୍ରସଙ୍ଗ ଉଠାଯାଉଛି। ଏଭଳି କରାଯିବା ଫଳରେ ମନେହେଉଛି ଯେପରି ଦେଶର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ରାଜନୈତିକ ଫାଇଦା ଉଠାଇବା ଆଜିର ସରକାର ପାଇଁ ଅଧିକ ଗୁରୁତ୍ୱ ଧାରଣ କରୁଛି।
ଏଭଳି ପରିସ୍ଥିତିକୁ ଦେଖିଲେ ସ୍ପଷ୍ଟ ବୁଝାପଡ଼େ ଯେ ଏକ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ସୃଷ୍ଟି କରିବାକୁ ହେଲେ ଜନସାଧାରଣଙ୍କୁ ନିଜଆଡୁ ବିରୋଧୀଙ୍କୁ ଶକ୍ତିଶାଳୀ କରିବାକୁ ପଡ଼ିବ। ଭାରତୀୟଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର। ଦୀର୍ଘକାଳ ଧରି ରାଜରାଜୁଡ଼ାଙ୍କ ଶାସନ କାଳରେ ସାମନ୍ତବାଦୀ ଚିନ୍ତାଧାରାରେ ଆମର ଡିଏନ୍‌ଏ ଗଢ଼ିଉଠିଛି। ଅତ୍ୟାଚାରୀ ରାଜାଙ୍କ ବିଲୋପ ପରେ ଅମାନୁଷିକ ବିଦେଶୀ ଶାସକ ଦୀର୍ଘକାଳ ଧରି ଶାସନ କରିବା ଫଳରେ ଭାରତୀୟଙ୍କ ମାନସିକତାରେ ବିରୋଧ ମନୋଭାବ ପ୍ରତି ସହାନୁଭୂତି ରହେନାହିଁ। ଭିନ୍ନ ମତକୁ ପସନ୍ଦ ବା ସ୍ବୀକାର କରିବା ଆମ ରକ୍ତରେ ନ ଥିବାରୁ ଆଜି ଆମେ ଗରିବ ଓ ଅସହାୟ ପ୍ରଜା ଭାବେ ନିଜକୁ ଦେଖୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri