ଦୁର୍ନୀତି, ହରିଲୁଟକୁ ଅସ୍ତ୍ର କରୁଛି ବିରୋଧୀ

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଠିକାଦାରି ରାଜନୀତି, ଦୁର୍ନୀତି ଓ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଆଦି ପ୍ରସଙ୍ଗରେ ନିର୍ବାଚନ ନେତାମାନଙ୍କ ପ୍ରତି ଆକ୍ରୋଶ ରହିଛି। ବିଶେଷକରି ୨୦୧୪ ସାଧାରଣ ନିର୍ବାଚନ ପରେ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ କଳାପଥର ଲୁଟ ଓ ଦୁର୍ନୀତି ଅଣାୟତ୍ତ ହୋଇଛି। ଫଳରେ ୨୦୧୪ ତୁଳନାରେ ୨୦୧୯ରେ ବିଜେଡି ୭୮୭୭ ଭୋଟ ହରାଇଥିବାବେଳେ ବିରୋଧୀ ଭାଜପାର ଭୋଟ ୧୯,୯୪୦ରୁ ୪୮,୬୨୫କୁ ବୃଦ୍ଧି ପାଇଥିଲା। ଏହାକୁ ନେଇ ଭାଜପା ଏଥର ସ୍ବତନ୍ତ୍ର ରଣନୀତି କରୁଥିବା ସୂଚନା ମିଳିଛି।
ଧର୍ମଶାଳା ଆସନରେ ୧୯୯୦ରୁ ଜନତା ଦଳ ଏବଂ ୨୦୦୦ ମସିହାରୁ ବିଜେଡିରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ୧୯୯୫ରେ କଳ୍ପତରୁ ଦାସ ଜନତା ଦଳରୁ ନିର୍ବାଚିତ ହେବା ପରେ ସେ ଆଉ ପଛକୁ ଫେରି ନ ଥିଲେ। ବିଜେଡି ଗଠନ ହେବା ପରେ କଳ୍ପତରୁ ଜଣେ ପ୍ରଭାବଶାଳୀ ନେତା ଭାବେ ରାଜ୍ୟରେ ପରିଚିତ ଥିଲେ। ସେ ୧୯୯୫ରେ ଜନତା ଦଳ ଓ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିରୁ ନିର୍ବାଚିତ ହୋଇ ବିଭିନ୍ନ ମନ୍ତ୍ରୀପଦରେ ଅଳଙ୍କୃତ ହୋଇଥିଲେ। ସେହି ସମୟରେ ଧର୍ମଶାଳା ନିର୍ବାଚନ କ୍ଷେତ୍ରର ଗମନାଗମନ ସମେତ କେତେକ ବିକାଶ ହୋଇଛି ସତ, ହେଲେ ସେହି ପରିମାଣର ଦୁର୍ନୀତିକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଇଥିବା ବିରୋଧୀ ଅଭିଯୋଗ କରିଆସୁଛନ୍ତି।
ଧର୍ମଶାଳା ବ୍ଲକର ସମସ୍ତ ପଞ୍ଚାୟତ ସମେତ ରସୁଲପୁର ବ୍ଲକର ୯ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ କ୍ଷେତ୍ରରେ ବିରୋଧୀ ନେତାମାନେ ଏବେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌କୁ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି। ୨୦୧୪ ନିର୍ବାଚନରେ କଳ୍ପତରୁଙ୍କୁ ରାଜ୍ୟ ସଭା ପଠାଯିବା ପରେ ତାଙ୍କ ପୁଅ ପ୍ରଣବ କୁମାର ବଳବନ୍ତରାୟ(ଜିତୁ)ଙ୍କୁ ବିଜେଡିରୁ ଟିକେଟ ମିଳିଥିଲା। ସେ କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ରଙ୍କୁ ୮୫,୭୮୬ ଭୋଟ ବ୍ୟବଧାନରେ ପରାସ୍ତ କରି ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଏଥିରେ ତାଙ୍କ ବାପା କଳ୍ପତରୁ ଦାସଙ୍କ ବିଶେଷ ଭୂମିକା ରହିଥିଲା। କିନ୍ତୁ କଳ୍ପତରୁଙ୍କ ମୃତ୍ୟୁ ପରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଯାଇଥିଲା। ୨୦୧୯ ନିର୍ବାଚନରେ ପ୍ରଣବଙ୍କ ଭୋଟହାର ହ୍ରାସ ପାଇଥିଲା। ଏହାବାଦ ବିରୋଧୀ ଭାଜପା ଏଠାରେ ଦ୍ୱିତୀୟ ସୁଦୃଢ଼ ଦଳ ଭାବେ ଉଭା ହୋଇଥିଲା। ପ୍ରଣବ ଦୁର୍ନୀତିକୁ କେବେ ବି ପ୍ରଶ୍ରୟ ଦେଉ ନ ଥିବା କୁହନ୍ତି। ଆଇନ ତା’ ବାଟରେ ଯାଇଛି। ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଜନସାଧାରଣ ତାଙ୍କ ପ୍ରତି ଅତୁଟ ସମର୍ଥନ ରଖିଛନ୍ତି ବୋଲି ସେ କହୁଛନ୍ତି। ଗତ ଜନ ସମ୍ପର୍କ ପଦଯାତ୍ରାରେ ସେ ନିର୍ବାଚନମଣ୍ଡଳୀର ପ୍ରାୟ ସମସ୍ତ ଗ୍ରାମକୁ ଚାଲି ଚାଲି ଯାଇ ଲୋକଙ୍କ ସହ ଯୋଡ଼ି ହେବାକୁ ଉଦ୍ୟମ କରିଛନ୍ତି। ଅନ୍ୟପକ୍ଷରେ ୨୦୧୯ରେ ଏଠାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସ୍ମୃତିରେଖା ପହିଙ୍କୁ ଭାଜପା ଟିକେଟ ମିଳିବା ପରେ ଦଳର ଅନ୍ୟତମ ଆଶାୟୀ ହିମାଂଶୁ ଶେଖର ସାହୁଙ୍କ ଗୋଷ୍ଠୀ ଅସନ୍ତୁଷ୍ଟ ହୋଇ ରାଜଧାନୀରେ ଆନ୍ଦୋଳନ କରିଛନ୍ତି। ଏହା ବିଜେଡି ପାଇଁ ଶୁଭ ସଙ୍କେତ ବୋଲି ଆଲୋଚନା ହେଉଛି।
କଂଗ୍ରେସ ଦଳ ସଜାଡ଼ିବାରେ ଲାଗିଛି। ୧୯୯୦ରୁ ଏହି କ୍ଷେତ୍ର ଅଣକଂଗ୍ରେସ ଗଡ଼ ମାନ୍ୟତା ପାଇଛି। ତଥାପି କଂଗ୍ରେସ ଏଠାରେ ଆଶା ଛାଡ଼ ନାହିଁ। କଂଗ୍ରେସ ପ୍ରାର୍ଥୀ ହେବାକୁ ନେତାଙ୍କ ଲମ୍ବାଧାଡ଼ି ଲାଗିଛି। ନୂଆ ପୁରୁଣା ବିବାଦ ଲାଗି ରହିଥିଲେ ହେଁ ଏଠାରେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବାରେ ଭାଜପା ବହୁ ଆଗରେ ରହିଛି। ବେଆଇନ କଳାପଥର ଲୁଟ, ବ୍ଲାକରୋଜ୍‌ ବୁଡିବା ଘଟଣା ଆଦି ଦୁର୍ନୀତିକୁ ନେଇ ଭାଜପା ପକ୍ଷରୁ ସିବିଆଇ, ହାଇକୋର୍ଟ ଓ ଗ୍ରୀନ୍‌ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛି। ତେବେ ଦୁର୍ନୀତିକୁ ପ୍ରସଙ୍ଗ କରି ଲଢ଼ୁଥିବା ଭାଜପା ଏହି ନିର୍ବାଚନମଣ୍ଡଳୀରେ କେତେଦୂର ସଫଳ ହେବ ତାହା ଜୁନ୍‌ ୪ ତାରିଖରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri