ଏବେ ନବ ତ କାଲି ଆଉ କିଏ: ଚେଲ୍ଲା କୁମାର

ଭୁବନେଶ୍ବର, ୧୬ା୨(ବ୍ୟୁରୋ): ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ନେଇ ସରକାରଙ୍କୁ ବିରୋଧୀ ପୁଣି ଟାର୍ଗେଟ କରିଛନ୍ତି। କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର, ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ଏବଂ ପ୍ରଦୀପ ପୁରୋହିତ ବିଜେଡି ନେତାମାନଙ୍କୁ ନବ ଦାସଙ୍କ ହତ୍ୟା ଘଟଣା ନେଇ କଡ଼ା ଭାଷାରେ ସମାଲୋଚନା କରିବା ସହ କିଛି ପ୍ରଶ୍ନର ଉତ୍ତର ଦାବି କରିଛନ୍ତି। ଅନ୍ୟପଟେ ବିଜେଡି ୨ୟ ଓ ୩ୟ ର଼୍ୟାଙ୍କ୍‌ର ନେତାଙ୍କ ପାଇଁ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ସତର୍କବାଣୀ ଶୁଣାଇଛନ୍ତି।

ଚେଲ୍ଲାକୁମାର କହିଛନ୍ତି, ନବ ଦାସଙ୍କ ଭଳି ଅବସ୍ଥା ଅନ୍ୟ ନେତାମାନଙ୍କ କ୍ଷେତ୍ରରେ ହୋଇପାରେ। ଏବେ ନବ ତ କାଲି ଆଉ କିଏ। ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ଆଶା ରଖିଥିବା ବ୍ୟକ୍ତିଙ୍କୁ ରାସ୍ତାରୁ ହଟାଇବାକୁ ବିଜେଡିର ୨ୟ ଓ ୩ୟ ର଼୍ୟାଙ୍କ୍‌ ନେତାଙ୍କ ଏହା ଚାଲ୍‌ ମଧ୍ୟ ହୋଇପାରେ। ବିଜେଡିରେ ବେଶି ପାଟି ଫିଟାଉଥିବା ନେତାଙ୍କ ପାଇଁ ଏହା ସତର୍କ ସୂଚନା। ଯେଉଁମାନେ ଦଳରେ ରହି ସତକୁ ସାମ୍ନାକୁ ଆଣିବା ପାଇଁ ସ୍ବର ଉତ୍ତୋଳନ କରୁଛନ୍ତି, ନବୀନ ଶାସନରେ ସେମାନଙ୍କ କଣ୍ଠକୁ ଦବାଇଦିଆଯାଉଛି ବୋଲି ଚେଲ୍ଲା କୁମାର କହିଛନ୍ତି। ସେ ଆହୁରି କହିଛନ୍ତି, ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛନ୍ତି।

ନବଙ୍କୁ ଜଣେ ଏଏସ୍‌ଆଇ ମାରିବା ଭଳି ଲାଗୁନି। ଅନେକ ସନ୍ଦେହ ରହୁଛି। ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟ, ଉତ୍ତର ଦେବା କଥା। ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ କାହାରି ମଧ୍ୟ ଭରସା ପାଉନାହିଁ। ପରୀ ଏବଂ ମମତା ମେହେର ଘଟଣାରେ ବିଜେଡି ସରକାର କ’ଣ କରିଛି ବୋଲି ସେ ପ୍ରଶ୍ନ କହିଛନ୍ତି। ରାଜ୍ୟରେ ବିଜେଡି ଗୁଣ୍ଡାରାଜ ଚଳାଇଛି ବୋଲି ସେ କହିଛନ୍ତି।

ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କହିଛନ୍ତି, ନବ ଦାସଙ୍କୁ ହତ୍ୟା ହେଉଛି ଏକ ଆରେଞ୍ଜ ମର୍ଡର। ଏହି ଘଟଣାର ସତ୍ୟାସତ୍ୟ କିପରି ନ ଆସୁ ସେ ଦିଗରେ ବେଶି ଉଦ୍ୟମ ହେଉଛି। ସମସ୍ତଙ୍କ ଆଗରେ ଘଟିଥିବା ଏତେ ବଡ଼ ଘଟଣା ପୋଲିସ ଯେମିତି ଗୁରୁତର ସହକାରେ ନେବା କଥା ନେଉନାହିଁ। ବହୁତ ଭଲ ଭଲ ପୋଲିସ ଅଫିସର ଅଛନ୍ତି ସେମାନଙ୍କୁ ତଦନ୍ତରେ ସାମିଲ କରାଯାଉ ନାହିଁ। କାଳେ ସେମାନଙ୍କୁ ସାମିଲ କଲେ ପ୍ରକୃତ ସତ୍ୟ ପଦାକୁ ଆସିଯିବ ସେଥିଲାଗି ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ନବ ଦାସ ହତ୍ୟାକାଣ୍ଡକୁ ନେଇ ଭାଜପା ନେତା ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିବା ସହ କହିଛନ୍ତି, ହତ୍ୟା ପଛରେ ବଡ଼ ରହସ୍ୟ ରହିଛି। ସେ ଆଗରୁ ମଧ୍ୟ କହିଛନ୍ତି ନବୀନଙ୍କ ଅବର୍ତ୍ତମାନରେ ଯେଉଁମାନେ କ୍ଷମତାରେ ରହିବାକୁ ଚାହୁଁଛନ୍ତି ସେମାନେ ଏହି ହତ୍ୟା କରିଛନ୍ତି। ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଅଧିକାରୀ ହତ୍ୟା ପଛର ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଉଥିବା ଭଳି ମନେହେଉଥିବା ନେଇ ପ୍ରଦୀପ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri