ବିଜେଡି ଲହରରେ ବିରୋଧୀ ଧରାଶାୟୀ

ଢେଙ୍କାନାଳ ଅଫିସ୍‌, ୨।୩ ଢେଙ୍କାନାଳ ଜିଲାରେ ବିଜେଡି ସପକ୍ଷରେ ଯାଇଛି ପଞ୍ଚାୟତ ନିର୍ବାଚନ ଜନାଦେଶ। ଜିଲା ପରିଷଦ ନିର୍ବାଚନରେ ଧରାଶାୟୀ ହୋଇଯାଇଛନ୍ତି ପ୍ରମୁଖ ବିରୋଧୀ ଭାଜପା ଏବଂ କଂଗ୍ରେସ। ମୋଟ ୨୭ ଜୋନ୍‌ ମଧ୍ୟରୁ ୨୬ଟିରେ ଶାସକ ଦଳ ଏକତରଫା ବିଜୟ ହାସଲ କରିଛି। ମାତ୍ର ଗୋଟିଏ ଆସନରେ ଭାଜପାକୁ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ୨୦୧୭ ଭଳି ଏଥର ବି ମୂଳପୋଛ ହୋଇଯାଇଛି କଂଗ୍ରେସ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ନିଜ ଗଡ଼ରେ ପ୍ରଭୂତ କ୍ଷତି ସହିଛି। ପୂର୍ବଥର ଦଳ ଅକ୍ତିଆର କରିଥିବା ୧୨ ଆସନ ମଧ୍ୟରୁ ୧୧ଟି କରଛଡ଼ା ହୋଇଛି। ଏଭଳି ଅପ୍ରତ୍ୟାଶିତ ଫଳାଫଳ ଚଳିତ ମାସରେ ହେବାକୁ ଥିବା ପୌର ନିର୍ବାଚନ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ ଏବେଠାରୁ ଆକଳନ କରିଛନ୍ତି।
ସଦ୍ୟ ନିର୍ବାଚନକୁ ଦେଖିଲେ ଭୁବନର ୨୧ନଂ. ଜୋନ୍‌ ହିଁ ଭାଜପା ଖାତାକୁ ଯାଇଛି। ଏଠାରୁ ଭାଜପାର ସିଲାରାଣୀ ସାହୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁଭଦ୍ରା ପାତ୍ରଙ୍କୁ ପରାସ୍ତ କରିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ବିଜୟ ବ୍ୟବଧାନ ରହିଛି ମାତ୍ର ୩୫୭। ତେଣୁ ଭାଜପା ପାଇଁ ଏହା ସେତେଟା ଆଶ୍ୱାସନା ଆଣିପାରିନି। ଅନ୍ୟ ସବୁ ଜୋନ୍‌ ମଧ୍ୟରୁ ଅଧିକାଂଶରେ ବିଜେଡି ପ୍ରାର୍ଥୀମାନେ ବିପୁଳ ଭୋଟ ବ୍ୟବଧାନରେ ବିରୋଧୀଙ୍କୁ ପରାସ୍ତ କରିଛନ୍ତି। ସବୁଠାରୁ ବଡ଼କଥା ଏକଦା କଂଗ୍ରେସର ଗଡ଼ ରହିଥିବା ଢେଙ୍କାନାଳ ଜିଲାରେ ଦଳର ଫ୍ଲପ୍‌ ଶୋ’ ଜାରି ରହିଛି। ୨୦୧୭ରେ ଜିଲା ପରିଷଦ ଆସନରେ ଦଳ ଦୁର୍ବଳ ପ୍ରଦର୍ଶନ କରିଥିଲା। ଭାଜପା-ବିଜେଡି ମଧ୍ୟରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ କଂଗ୍ରେସ ଖାତା ଖୋଲିପାରି ନ ଥିଲା। ଏଥର ବି ଦଳକୁ ସମାନ ଦଶା ଭୋଗିବାକୁ ପଡ଼ିଛି। ରାଜ୍ୟ ନେତୃତ୍ୱଙ୍କ ଅଣଦେଖା, ସ୍ଥାନୀୟ ମଙ୍ଗୁଆଳଙ୍କ ରଣନୀତିର ଅଭାବ ଏବଂ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ପାଇଁ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିଛି।
ବିଜେଡି ପକ୍ଷରୁ ନିର୍ବାଚନ ପ୍ରସ୍ତୁତି, ପ୍ରଚାର ଏବଂ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଯୋଜନାବଦ୍ଧ ପ୍ରସ୍ତୁତି କରାଯାଇଥିଲା। ଜିଲାରେ ବିଜେଡିର ୪ ବିଧାୟକ ନିଜ ନିଜ ଅଞ୍ଚଳରେ ସାଙ୍ଗଠନିକ ସ୍ଥିତିକୁ ଦୃଢ଼ କରିବାରେ ସକ୍ଷମ ହୋଇଥିଲେ। ଏହାର ଫଳ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଛି। ହେଲେ ଭାଜପା ପକ୍ଷରୁ ଏକାଠି ହୋଇ ଲଢ଼ିବାର ମାନସିକତାର ଅଭାବ ପରିଲକ୍ଷିତ ହୋଇଥିଲା। ଦଳୀୟ ରାଜ୍ୟ ସଭାପତି ମାତ୍ର ୨ଦିନ ଓଡ଼ାପଡ଼ା ଓ ଗଁଦିଆ ବ୍ଲକରେ ନିର୍ବାଚନ ପ୍ରଚାର କରିଥିଲେ। ଅନ୍ୟ ଜୋନ୍‌ରେ ପ୍ରାର୍ଥୀମାନେ ନିଜ ପାଇଁ ନିଜେ ନ୍ୟାୟରେ ଲଢ଼ିଥିଲେ। ସେହିପରି ପ୍ରାର୍ଥୀ ଚୟନ ବେଳେ ଭଲ ଭାବମୂର୍ତ୍ତି ଥିବା ନେତାଙ୍କୁ ଗୁରୁତ୍ୱ ଦିଆଗଲାନାହିଁ। ଅସନ୍ତୁଷ୍ଟମାନେ ନିଜକୁ ପ୍ରଚାରରୁ ଦୂରେଇ ରଖିଥିଲେ। ଫଳରେ ଭାଜପା ହାତରୁ ୧୧ ଜୋନ୍‌ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ଜିଲା ପରିଷଦ ଗଠନ ଲାଗି ଆବଶ୍ୟକ ସଂଖ୍ୟା ଥିବାରୁ ଏହାକୁ ନେଇ ବିଜେଡି ଶିବିର ବେଶ୍‌ ଉତ୍ସାହିତ ରହିଛି। ବିଜେଡିର ଏଭଳି ଲହର ବିରୋଧୀଙ୍କୁ ମଧ୍ୟ ଚକିତ କରିଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ଏକତରଫା ହେବା ପରେ ବିରୋଧୀମାନେ ଶାସକ ଦଳରେ ସାମିଲ ହୋଇ ଭବିଷ୍ୟତ ବଞ୍ଚାଇବା କଥା ଚିନ୍ତା କଲେଣି। ପୌର ନିର୍ବାଚନକୁ ନଜରରେ ରଖି ଦଳଡ଼ଇଁା ମଧ୍ୟ ଆରମ୍ଭ ହୋଇସାରିଲାଣି, ଯାହାକୁ ନେଇ ଜିଲା ରାଜନୈତିକ ବାତାବରଣ ସରଗରମ ହୋଇଛି।
ଏ ସଂକ୍ରାନ୍ତରେ ଭାଜପା ଜିଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା କୁହନ୍ତି, ଜନମତକୁ ଆମେ ସମ୍ମାନ ଦେଉଛୁ ା ଚଳିତ ନିର୍ବାଚନରେ ଭାଜପା ୩୦% ଭୋଟ ପାଇଛି ା ଅର୍ଥବଳ ଓ ସରକାରୀ କଳର ବ୍ୟବହାର ହୋଇଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ସାଧାରଣ ନିର୍ବାଚନରେ କୌଣସି ପ୍ରଭାବ ପକାଇବ ନାହିଁ। ଆଗକୁ ଆମେ ଭଲ କରିବୁ ବୋଲି ଆଶା କରୁଛୁ। ଜିଲା କଂଗ୍ରେସ ସଭାପତି ସରୋଜ କୁମାର ପଟ୍ଟନାୟକ କୁହନ୍ତି, ପରାଜୟକୁ ଆମେ ଗ୍ରହଣ କରୁଛୁ ା ସବୁଠି ଦଳ ପକ୍ଷରୁ ନୂଆ ପ୍ରାର୍ଥୀ ଦିଆଯାଇଥିଲା। ଅର୍ଥବଳ ଆଗରେ ଆମେ ହାର ମାନିଛୁ ା ଆଗାମୀ ଦିନରେ ଦଳକୁ ଅଧିକ ସଙ୍ଗଠିତ କରିବା ପାଇଁ ଉଦ୍ୟମ ଜାରି ରହିବ। ବିଜେଡି ଜିଲା ସଭାପତି ପ୍ରଫୁଲ୍ଲ କୁମାର ମଲ୍ଲିକ କୁହନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ, ବିକାଶମୂଳକ କାର୍ଯ୍ୟ ଏବଂ ସାମାଜିକ ସୁରକ୍ଷା ହିଁ ଦଳର ଏଭଳି ବୃହତ୍‌ ବିଜୟର ପ୍ରମୁଖ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri