ଅପରାଜିତାଙ୍କୁ ବିରୋଧ ଘଟଣାରେ ରାଜନୀତି ବଢୁଛି

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ବିଜେଡି-ଭାଜପା ମଧ୍ୟରେ ରାଜନୈତିକ ଲଢେଇ ଜୋର୍‌ ଧରିବାରେ ଲାଗିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କୁ ଆଚାର୍ଯ୍ୟ ବିହାରରେ ବିଜେଡି କର୍ମୀମାନେ ଘେରି ବିରୋଧ କରିଥିଲେ। ଏହାପରେ ୪ ଘଣ୍ଟା ପରେ ପୋଲିସ ଡିସିପି ଉମାଶଙ୍କର ଦାଶଙ୍କ ସହାୟତାରେ ଅପରାଜିତାଙ୍କୁ ସେଠାରୁ ଉଦ୍ଧାର କରାଗଲା। ଏହି ଘଟଣାକୁ ନେଇ ବର୍ତ୍ତମାନ ବିଜେଡି-ଭାଜପା ମଧ୍ୟରେ ରାଜନୈତିକ ଲଢେଇ ଜୋର୍‌ ଧରିଛି। ଶହୀଦ ନଗର ପୋଲିସ ଏହି ଘଟଣାରେ ସାଇନ୍ସପାର୍କ ନିକଟସ୍ଥ ବସ୍ତିର ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ସେହିପରି ଭାଜପା ଭୁବନେଶ୍ୱର ଜିଲା କମିଟି ପକ୍ଷରୁ ପ୍ରତିବାଦ କରାଯାଇଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।
ଖବରଦାତା ସମ୍ମିଳନୀ ଜରିଆରେ ଅପରାଜିତା କହିଛନ୍ତି ଯେ, ସେ ସୁରକ୍ଷିତ ନୁହନ୍ତି। ମହିଳାଙ୍କ କ୍ଷେତ୍ରରେ ହେଉଥିବା ଅପରାଧ କ୍ଷେତ୍ରରେ ଓଡିଶାକୁ ନେଇ ଦେଶରେ ବିଜେଡି ଏକ ନମ୍ବର କରିବାକୁ ଚାହୁଁଛନ୍ତି। ଆକ୍ରମଣ ଘଟଣା ପାଇଁ ସେ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି କହିଛନ୍ତି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଶାସକ ବିଜେଡି ଦ୍ୱାରା ଅପରାଜିତା ଷଡଙ୍ଗୀଙ୍କୁ କରାଯାଇଥିବା ସଙ୍ଘବଦ୍ଧ ଆକ୍ରମଣ ଘଟଣା ଅତ୍ୟନ୍ତ ଲଜ୍ଜାଜନକ। ବିଜେଡି ଶାସନରେ ମହିଳାମାନେ ବିପଦରେ ଅଛନ୍ତି। ଏ କଥା ମହିଳା ସାଂସଦଙ୍କୁ ଆକ୍ରମଣ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଭାଜପା ସଭାପତିଙ୍କ ଖବରଦାତା ସମ୍ମିଳନୀର ଜବାବ୍‌ରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ଏମ୍‌ପିଙ୍କୁ କିଛି ପ୍ରଶ୍ନ ପଚାରିବାକୁ ସ୍ଥାନୀୟ ବସ୍ତିର କେତେଜଣ ମହିଳାମାନେ ଯାଇଥିଲେ। ହେଲେ ସେମାନଙ୍କୁ ସାଂସଦଙ୍କ ସୁରକ୍ଷା ବାହିନୀ ଯେଉଁଭଳି ଆକ୍ରମଣ ଓ ଅସଦାଚରଣ କଲେ ତାହାକୁ ଯେତେ ନିନ୍ଦା କଲେ ବି କମ୍‌ ହେବ। ଏଭଳି କାର୍ଯ୍ୟକୁ କେଉଁ ସ୍ବାର୍ଥରେ ଭାଜପା ସଭାପତି ସମର୍ଥନ କରୁଛନ୍ତି। ପୂର୍ବରୁ ତାଙ୍କ ନିଜ ଦଳର କର୍ମୀମାନେ ମଧ୍ୟ ଅପରାଜିତାଙ୍କ ଏହି ଘରୋଇ ସୁରକ୍ଷା ଦାୟିତ୍ୱରେ ଥିବା ଗୁଣ୍ଡାମାନଙ୍କ ଆକ୍ରମଣରୁ ବର୍ତ୍ତି ନଥିବା ଲେନିନ୍‌ କହିଛନ୍ତି ା ତେବେ ଭାଜପାର ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶୁକ୍ରବାର ଏକ ବିଶାଳ ରାଲି ମାଷ୍ଟରକ୍ୟାଣ୍ଟିନ ଛକଠାରେ ଏକାଠି ହୋଇ ଏହାର ପ୍ରତିବାଦ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri