Posted inଜାତୀୟ

ସିବଲଙ୍କ ଘରେ ବିରୋଧୀ ମେଳି

ନୂଆଦିଲ୍ଲୀ,୧୧ା୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସୋମବାର ରାତିରେ ଆୟୋଜିତ ନୈଶଭୋଜିରେ ଅନେକ ବିରୋଧୀ ଦଳ ନେତା ସାମିଲ ହୋଇଥିଲେ। ସିବଲଙ୍କ ଜନ୍ମଦିନ ପାଳନ ପାଇଁ ଆୟୋଜିତ ରାତ୍ରିଭୋଜନ ବସ୍ତୁତଃ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧୀ ମେଳି ପାଲଟିଯାଇଥିଲା। ସେହିପରି କଂଗ୍ରେସର କାୟାକଳ୍ପ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଗାନ୍ଧୀ ପରିବାର ହାତରୁ ଦଳର ନେତୃତ୍ୱକୁ ମୁକ୍ତ କରିପାରିଲେ ହିଁ କଂଗ୍ରେସର ଉନ୍ନତି ହେବ ବୋଲି କେତେଜଣ ନେତା ମତ ଦେଇଥିବା ଜଣାପଡ଼ିଛି।
କପିଲ ସିବଲଙ୍କ ଘରେ ଆୟୋଜିତ ପାର୍ଟିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କିମ୍ବା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପସ୍ଥିତ ନ ଥିଲେ। ଏଥିରେ ସାମିଲ ହୋଇଥିବା ବରିଷ୍ଠ ନେତାଙ୍କ ମଧ୍ୟରେ ଥିଲେ ପି. ଚିଦାମ୍ବରମ୍‌, ଶଶୀ ଥରୁର ଓ ଆନନ୍ଦ ଶର୍ମା। ଏହି ୩ ନେତା କଂଗ୍ରେସର ଭବିଷ୍ୟତ ନେଇ ଦଳ ଭିତରେ ପ୍ରଶ୍ନ ଉଠାଇଆସୁଛନ୍ତି। ସେହିପରି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର, ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ, ଶିବସେନାର ସଞ୍ଜୟ ରାଉତ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ଏବଂ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଭାଜପାର ପୂର୍ବତନ ସହଯୋଗୀ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)କୁ ମଧ୍ୟ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। ଏସ୍‌ଏଡିର ବରିଷ୍ଠ ନେତା ନରେଶ ଗୁଜରାଲ ଏଥିରେ ସାମିଲ ହୋଇଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ରରେ ଭାଜପାକୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଥାଏ ବୋଲି କୁହାଯାଉଥିବାବେଳେ ଦଳ ପକ୍ଷରୁ ପିନାକୀ ମିଶ୍ର ଏହି ବୈଠକରେ ସାମିଲ ହୋଇଥିଲେ।
କେନ୍ଦ୍ରକୁ ଟାର୍ଗେଟ କରି ସିବଲ କହିଥିଲେ, ବର୍ତ୍ତମାନର ସରକାର ଦେଶର ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥାକୁ ଧ୍ୱଂସ କରିବାରେ ଲାଗିଛନ୍ତି। ସ୍ପଷ୍ଟ ଆଭିମୁଖ୍ୟ ନେଇ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କାମ କରିବାକୁ ପଡ଼ିବ। ଓମାର କହିଥିଲେ, କଂଗ୍ରେସ ଯେତେବେଳେ ବି ମଜଭୁତ ହୋଇଛି ବିରୋଧୀ ଦଳଗୁଡ଼ିକ ଶକ୍ତ ହୋଇଛନ୍ତି। କଂଗ୍ରେସକୁ ସୁଦୃଢ଼ କରିବା ଲାଗି କି ପ୍ରକାର ପଦକ୍ଷେପ ନିଆଯାଇଛି। ଅକାଳୀ ଦଳର ନରେଶ ଗୁଜରାଲ ଗାନ୍ଧୀ ପରିବାରକୁ ଟାର୍ଗେଟ କରି କହିଥିଲେ, କଂଗ୍ରେସକୁ ଏହି ପରିବାର ପଞ୍ଝାରୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଦଳକୁ ସୁଦୃଢ଼ କରିବା ଅସମ୍ଭବ। ବୈଠକରେ ବିରୋଧୀ ନେତାମାନେ କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଲାଲୁ କହିଥିଲେ, ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ହରାଇବାକୁ ହେଲେ ସମସ୍ତ ବିରୋଧୀ ଦଳକୁ ଏକଜୁଟ ହେବାକୁ ପଡ଼ିବ। ଭାଜପା ବିରୋଧରେ ଏକ ସଂଯୁକ୍ତ ସାମ୍ମୁଖ୍ୟ ଗଠନର ଆବଶ୍ୟକତା ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ପ୍ରସ୍ତାବ ଦେଇଥିଲେ। ସେହିପରି ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଖିଳେଶ ଯାଦବଙ୍କୁ ବିରୋଧୀ ନେତାମାନେ ଶୁଭେଚ୍ଛା ଜଣାଇଥିଲେ।
ପ୍ରକାଶ ଯେ, ୨୦୧୪ରେ କଂଗ୍ରେସ କ୍ଷମତାଚ୍ୟୁତ ହେବା ପରଠୁ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବାରେ ଲାଗିଛି। ଗତବର୍ଷ ସିବଲଙ୍କ ସମେତ ଅନ୍ୟ କେତେଜଣ ନେତା ସୋନିଆଙ୍କ ପାଖକୁ ଏକ ବିସ୍ଫୋରକ ଚିଠି ପଠାଇଥିଲେ। କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ କରିବା ସହ ଆଭ୍ୟନ୍ତରୀଣ ନିର୍ବାଚନ ଜରିଆରେ ସାଙ୍ଗଠନିକ ଦକ୍ଷତାକୁ ମଜଭୁତ କରିବା ପାଇଁ ଜି-୨୩ ନାମରେ ପରିଚିତ ଏହି ଗୋଷ୍ଠୀ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri