ବିନାଶର ସୁଯୋଗ

‘ଗଡ୍‌ସ ଓନ୍‌ କଣ୍ଟ୍ରି’ ବା ‘ଈଶ୍ୱରଙ୍କ ନିଜ ଦେଶ’ ଭାବେ ପରିଚିତ କେରଳ ପରିବେଶର ପ୍ରତିକୂଳ ପ୍ରଭାବକୁ ସାମ୍ନା କରିଚାଲିଛି। ୨୦୧୮ ଓ ୨୦୧୯ର ବର୍ଷା ଓ ବନ୍ୟା ବିତ୍ପାତକୁ ଭୁଲି ନ ଥିବାବେଳେ ପୁଣି ଏବେ ସେଭଳି ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ୩୮ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକେ ନିଖୋଜ ଅଛନ୍ତି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଲ୍ଲେଖନୀୟ, ୨୦୧୮ର ବର୍ଷା ଓ ବନ୍ୟା ୧୦୦ ବର୍ଷ ମଧ୍ୟରେ ଥିଲା ସବୁଠୁ ଭୟଙ୍କର ।
ତେବେ ୩ ବର୍ଷ ମଧ୍ୟରେ କେରଳରେ ତିନୋଟି ବିନାଶକାରୀ ବର୍ଷା ଓ ବନ୍ୟା ଅତି କମ୍‌ରେ ୬୦୦ ଲୋକଙ୍କ ପ୍ରାଣ ନେବା ସହ ଅନେକ ଅଞ୍ଚଳକୁ ମାଟିରେ ମିଶାଇ ଦେଇଛି। ଏଭଳି ବିଭୀଷିକା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। କେବଳ କେରଳ ନୁହେଁ ଚଳିତ ମାସରେ ବର୍ଷା ଯୋଗୁ କର୍ନାଟକ, ଓଡ଼ିଶା, ତେଲଙ୍ଗାନା ଓ ପଶ୍ଚିମବଙ୍ଗ ସମେତ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ବ୍ୟାପକ କ୍ଷତି ଘଟିଛି। ଆଉ ଏକ ଘଟଣାକ୍ରମରେ ଅକ୍ଟୋବର ୧୮ରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ଭୂସ୍ଖଳନ ଯୋଗୁ ୨୮ ଜଣଙ୍କ ମୃତ୍ୟୁ ଘଟିଛିି ଓ ଏହା ବୃଦ୍ଧି ପାଇବ ବୋଲି ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି।
ଏସବୁରୁ ବୁଝାପଡ଼ୁଛି ଯେ, ମୌସୁମୀର ଗତିରେ ଅସ୍ବାଭାବିକ ପରିବର୍ତ୍ତନ ଏକ ଆହ୍ବାନ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ଅସନ୍ତୁଳନ ଏହାକୁ ଆହୁରି ତୀବ୍ର କରିଦେଇଛି। ହିମାଳୟର ପାର୍ବତ୍ୟାଞ୍ଚଳରେ ରାସ୍ତା ନିର୍ମାଣଠାରୁ ଆରମ୍ଭକରି ଜଳବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟ ଏବଂ ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ଯେଭଳି ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି, ସେଭଳି ସ୍ଥିତି ପଶ୍ଚିମଘାଟ ପର୍ବତମାଳାରେ ଘଟୁଛି। ହିମାଳୟର ପ୍ରଭାବ ସ୍ପଷ୍ଟତଃ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ସମେତ ଅନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଦେଖିବାକୁ ମିଳୁଥିତ୍ବାବେଳେ ପଶ୍ଚିମଘାଟର ପ୍ରଭାବ କେରଳ ସମେତ କର୍ନାଟକ, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟରେ ଦେଖାଯାଇଛି। ହେଲେ କେରଳ ସବୁଠୁ ଅଧିକ କ୍ଷତି ସହୁଛି। ଏହି ରାଜ୍ୟରେ ପଶ୍ଚିମଘାଟ ପର୍ବତମାଳାର ବହୁ ଅଂଶ ରହିଛି। ୟୁନେସ୍କୋ ମତରେ ପଶ୍ଚିମଘାଟ ପର୍ବତମାଳା ହିମାଳୟଠାରୁ ବି ପୁରୁଣା। ପରିବେଶ ସନ୍ତୁଳନ ରକ୍ଷା ତଥା ମୌସୁମୀ ନିୟନ୍ତ୍ରଣରେ ଏହାର ଭୂମିକା ଯଥେଷ୍ଟ ଅଧିକ। କିନ୍ତୁ ସେଠାରେ ବର୍ତ୍ତମାନ ବିକାଶଭିତ୍ତିକ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମାଇନିଂ, ବ୍ୟାପକ ଜଙ୍ଗଲ କ୍ଷୟ ଏବଂ ନିର୍ମାଣ କାର୍ଯ୍ୟ ଦ୍ୱାରା ପରିବେଶରେ ବିରାଟ ପରିବର୍ତ୍ତନ ଆସିଛି। କେରଳରେ ମୌସୁମୀ ବର୍ଷାଜନିତ ବିପର୍ଯ୍ୟୟ ବୃଦ୍ଧି ପାଇବାର ଏହା ଏକ ପ୍ରମୁଖ କାରଣ। ପଶ୍ଚିମଘାଟ ପର୍ବତାଞ୍ଚଳର ପରିବେଶ ସୁରକ୍ଷା ନ ହେଲେ ବିପଦ ଆସିବ ବୋଲି ମାଧବ ଗାଡ୍‌ଗିଲ କମିଟି ସତର୍କ କରି ଦେଇଥିଲା। ପଶ୍ଚିମଘାଟର ୬୦% ପରିବେଶଗତ ସୁରକ୍ଷା ଉପରେ ଗୁରୁତ୍ୱ ମଧ୍ୟ ଦେଇଥିଲା। ୨୦୧୧ରୁ ସରକାରଙ୍କୁ ଏହି ରିପୋର୍ଟ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାକୁ ଗମ୍ଭୀରତାର ସହ ନିଆଯାଇ ନାହିଁ। ବରଂ ପରେ କସ୍ତୁରୀରଙ୍ଗନ କମିଟି ପଶ୍ଚିମଘାଟର ୩୦% ପରିବେଶଗତ ସୁରକ୍ଷା ଉପରେ ଜୋର୍‌ ଦେଇଥିଲା। କହିବାକୁ ଗଲେ, ଏହି ବିପର୍ଯ୍ୟୟକୁ ମନୁଷ୍ୟକୃତ ବୋଲି ଧରିନେବାକୁ ହେବ। ଗୋଟିଏ ପଟେ ଆମେ ପଶ୍ଚିମଘାଟ ପର୍ବତମାଳାରେ ଅର୍ଥନୈତିକ କାର୍ଯ୍ୟକଳାପରୁ ଯେତିକି ଲାଭ ପାଉଛେ ତାହାଠାରୁ ଯଥେଷ୍ଟ କ୍ଷତି ସହୁଛେ।
ଏଠାରେ ମନେପଡ଼େ ଗ୍ରେଟା ଥନବର୍ଗ ଦେଇଥିବା ଭାଷଣ, ଯେଉଁଥିରେ ସେ ସ୍ପଷ୍ଟ କହିଥିଲେ ସବୁ ଦେଶର ନେତା କେବଳ ପରିବେଶ ସମ୍ପର୍କରେ ଭାଷଣ ଦେଉଛନ୍ତି, କାର୍ଯ୍ୟରେ କେହି ଆଗଭର ହେଉନାହାନ୍ତି। ଭାରତବର୍ଷରେ ଉତ୍ତରାଖଣ୍ଡରୁ କେରଳ ପର୍ଯ୍ୟନ୍ତ ପରିବେଶର କୋପ ସ୍ପଷ୍ଟ ଦେଖାଯାଉଥିବାବେଳେ ସରକାରୀ ସ୍ତରରେ କୌଣସି ଉଦ୍ୟମ ହେଉଥିତ୍ବା ପରିଲକ୍ଷିତ ହେଉନାହିଁ। ଏହା ଯଦି ଚାଲୁ ରହେ ତେବେ ଏହି ପିଢ଼ି ଖୁବ୍‌ ନିକଟ ଭବିଷ୍ୟତରେ ନିଜର ବିନାଶ ଦେଖିବାର ସୁଯୋଗ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri