କଂଗ୍ରେସ ପାଇଁ ସ୍ଥିତି ସୁଧାରିବାକୁ ସୁଯୋଗ

ଯାଜପୁର ଅଫିସ,୧୫ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଉ ୨ଦିନ ପରେ ଆରମ୍ଭ ହେବ। ଏହି ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନର ଦର୍ପଣ ସାଜିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଏପରି କି ରାଜନୈତିକ ଦଳଗୁଡ଼ିକ ପାଇଁ ପ୍ରତିକୂଳ କିମ୍ବା ଅନୁକୂଳ ପରିବେଶ ସୃଷ୍ଟି କରିପାରେ। ତେଣୁ ବଛାବଛା ପ୍ରାର୍ଥୀ ଦେଇ ନିଜ ଦଳର ଭୋଟ ସ୍ଥିତିରେ ଉନ୍ନତି ଆଣିବା ନେତାମାନଙ୍କ ପ୍ରାଥମିକତା ହେବ ବୋଲି କୁହାଯାଉଛି। ଏଭଳିସ୍ଥିତିରେ ଯାଜପୁର ଜିଲାରେ କଂଗ୍ରେସ ପାଇଁ ସ୍ଥିତି ସୁଧାରିବାକୁ ସୁଯୋଗ ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ସେମାନଙ୍କ କହିବାନୁଯାୟୀ ବିଜେଡିରେ ସମ୍ଭାବ୍ୟ ନୂଆପୁରୁଣା କନ୍ଦଳ ଏବଂ ଭାଜପାରେ କେତେଜଣ ତୁଙ୍ଗ ନେତାଙ୍କ ଦଳ ଡିଆଁର ଯଦି ଉପଯୁକ୍ତ ସୁଯୋଗ ନେଇ ପାରିବ ତେବେ କଂଗ୍ରେସ ପୂର୍ବାବସ୍ଥାକୁ ଫେରି ଆସିପାରେ।
ଯାଜପୁରରେ ୬୦ ବର୍ଷର ପୁରୁଣା ହିସାବକୁ ଓଲଟାଇଲେ କଂଗ୍ରେସର ଭୋଟ ୬୨%ରୁ ପ୍ରାୟ ୮%କୁ ଖସି ଆସିଛି। କଂଗ୍ରେସ ପ୍ରାୟ ୫୫% ଭୋଟ ହାତଛଡ଼ା କରି ଜିଲାର ପ୍ରାୟ ସମସ୍ତ ଆସନରେ ସଂଘର୍ଷ କରି ଆସୁଛି। ୨୦ ବର୍ଷ ପୂର୍ବରୁ ୪୫% ଭୋଟ ହାସଲ କରି ପାରିଥିବା କଂଗ୍ରେସ ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ଆସନରେ ଖାତା ଖୋଲି ପାରି ନ ଥିଲା। କେବଳ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଭୋଟବ୍ୟାଙ୍କ ମାତ୍ର ୭.୬% ରହିଥିଲା। ଅନ୍ୟପକ୍ଷେ ଏହି ନିର୍ବାଚନରେ ବିଜେଡି ୪୯.୮୧% ଓ ଭାଜପା ଲମ୍ବଡିଆଁ ମାରି ୪୦.୫%କୁ ଉନ୍ନୀତ ହୋଇଥିଲା। ବିଜେଡି ୨୦୧୭ ନିର୍ବାଚନ ଅପେକ୍ଷା ୨୦୧୯ ସାଧାରଣ ନିର୍ବାଚନରେ ମାତ୍ର ୧ ପ୍ରତିଶତ ଭୋଟ ହରାଇଥିଲା। କଂଗ୍ରେସର ଦୁର୍ବଳ ନେତୃତ୍ୱର ସୁଯୋଗ ନେଇ ଭାଜପା ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି। କଂଗ୍ରେସର ଏଭଳି ସ୍ଥିତି ଦେଖି ବହୁ ଟାଣୁଆ ନେତା ବିଜେଡି କିମ୍ବା ଭାଜପାରେ ମିଶି ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି। ଜିଲାରେ କଂଗ୍ରେସରୁ ୧୯୯୫ରେ ୨ ଜଣ ଏବଂ ୨୦୦୪ରେ ଜଣେ ବିଧାୟକ ଶେଷ ଥର ପାଇଁ ନିର୍ବାଚିତ ହୋଇଥିଲେ। ୧୯୯୭ରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀକୁ ଶେଷ ଥର ପାଇଁ କଂଗ୍ରେସ ଅକ୍ତିଆର କରି ପାରିଥିଲା। ଦଳରେ ଗୋଷ୍ଠୀ କନ୍ଦଳ ଏହାର ପ୍ରମୁଖ କାରଣ ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା।
ଜିଲାରେ ଅନେକ ସରକାରୀ ଯୋଜନାରେ ଅର୍ଥ ହରିଲୁଟ, ଉନ୍ନୟନ କାର୍ଯ୍ୟରେ ଅନିୟମିତତା, ଶିଳ୍ପ ସମୃଦ୍ଧ ଜିଲା ହୋଇଥିଲେ ହେଁ ସ୍ଥାନୀୟ ନିଯୁକ୍ତି ଉପେକ୍ଷା ଆଦି ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ କଂଗ୍ରେସ ଆଖି ବୁଜି ଦେଇଛି। ବେକାର ଯୁବତୀଯୁବକ କିମ୍ବା ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ନେଇ ପ୍ରଭାବୀ ଢଙ୍ଗରେ କଂଗ୍ରେସ ସ୍ବର ଉତ୍ତୋଳନ କରିପାରୁନାହିଁ। ଏହି କ୍ରମରେ କଂଗ୍ରେସ କର୍ମୀମାନେ ଲୋକଙ୍କ ଆସ୍ଥାଭାଜନ ହୋଇ ପାରୁ ନ ଥିବାରୁ ଭୋଟ ଦ୍ରୁତଗତିରେ ହ୍ରାସ ପାଉଛି। ଏବେ ମାତ୍ର ୭.୬% ଭୋଟବ୍ୟାଙ୍କ ସହାୟତାରେ ଲୋକଙ୍କ ନିକଟତର ହେବାକୁ କଂଗ୍ରେସ ଉଦ୍ୟମ ଜାରି ରଖିଛି। ଇତିମଧ୍ୟରେ ଯାଜପୁର ଜିଲାର ବନ୍ଦିତା ପରିଡ଼ା ରାଜ୍ୟ ମହିଳା କଂଗ୍ରେସର ମଙ୍ଗ ଧରିଛନ୍ତି। ତାଙ୍କ ନେତୃତ୍ୱରେ ଜିଲା ମହିଳା କଂଗ୍ରେସ ଠିଆ ହେବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷେ ଧର୍ମଶାଳାରେ ମହିଳା କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି ଭାଜପାରେ ମିଶିଛନ୍ତି। ସେ ଭାଜପାର ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡ଼ାଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଛି। ଜିଲାର ଅଧିକାଂଶ ସ୍ଥାନରେ ବିଜେଡି ଓ ବିଜେଡି ଅସନ୍ତୁଷ୍ଟ ମଧ୍ୟରେ ମୁକାବିଲା ସୁନିଶ୍ଚିତ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି। ତେବେ ବିଜେଡିରେ ମୁଣ୍ଡ ଟେକୁଥିବା ପୁରୁଣା ନୂଆ କର୍ମୀଙ୍କ ଭିତିରିଆ ଲଢେଇ ଏବଂ ଭାଜପାର ସାଙ୍ଗଠନିକ ନେତୃତ୍ୱ ହ୍ରାସର ସୁଯୋଗ ନେଇ ଅକ୍ଳାନ୍ତ ପରିଶ୍ରମ କଲେ କଂଗ୍ରେସ ଜିଲାରେ ତା’ର ପୂର୍ବ ଗୌରବକୁ ଫେରିପାଇବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri