Posted inଖେଳ

ଟି୨୦ରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳୁ: ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୬।୫ (ପି.ଟି.): ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଟି ୨୦ ଦଳରେ ଯୁବ ଖେଳାଳିଙ୍କ ସାମିଲ ଉପରେ ଗୁରୁତ୍ୱ ଦେଇଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଅଭିଜ୍ଞ ଖେଳାଳିଙ୍କୁ ଦିନିକିଆ ଓ ଟେଷ୍ଟ ଟିମ୍‌ରେ ସାମିଲ କରିବା ସହିତ ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ଯୁବ ଖେଳାଳିଙ୍କୁ ଟି୨୦ ଦଳରେ ସୁଯୋଗ ଦିଆଯିବା ଉଚିତ ବୋଲି ଶାସ୍ତ୍ରୀ କହିଛନ୍ତି। ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ତିଲକ ବର୍ମା, ଜିତେଶ ଶର୍ମା ଓ ଯଶସ୍ବୀ ଜୟସ୍ବାଲଙ୍କୁ ଟି୨୦ ଦଳରେ ସ୍ଥାନ ଦେବା ପାଇଁ ଶାସ୍ତ୍ରୀ ଦାବି କରିଛନ୍ତି। କୋହଲି ଓ ରୋହିତଙ୍କ ପରି ଖେଳାଳିଙ୍କ ନିକଟରେ ବିପୁଳ ଅଭିଜ୍ଞତା ରହିଛି, ଯାହା ଦିନିକିଆ ଓ ଟେଷ୍ଟରେ ଭାରତ ପାଇଁ ବେଶ୍‌ ସହାୟକ ସାବ୍ୟସ୍ତ ହେବ। ଏହାସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଓ ଦିନିକିଆ ବିଶ୍ୱକପ ପାଇଁ ଅଭିଜ୍ଞ ଖେଳାଳିଙ୍କୁ ସତେଜ ରଖିବା ନିହାତି ଆବଶ୍ୟକ। ଅନ୍ୟପକ୍ଷରେ ଚଳିତ ସିଜନର ଆଇପିଏଲରେ ତିଲକ ବର୍ମା, ଜିତେଶ ଶର୍ମା, ଯଶସ୍ବୀ ଜୟସ୍ବାଲ ଓ ରିଙ୍କୁ ସିଂଙ୍କ ପରି ଖେଳାଳି ଦମ୍‌ଦାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏହି ଖେଳାଳିମାନଙ୍କୁ ବିକଶିତ କରିବା ଉପରେ ଚୟନକର୍ତ୍ତାମାନେ ଫୋକସ କରିବା ଉଚିତ ବୋଲି ସେ କହିଛନ୍ତି। ଆଇପିଏଲ ପରେ ହିଁ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ଟି୨୦ ସିରିଜ୍‌ ଖେଳିବ। ବରିଷ୍ଠ ଖେଳାଳିଙ୍କୁ ବାଦ୍‌ ଦେଇ ସେମାନଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ସାମିଲ କରାଯିବା ଉଚିତ ବୋଲି ସେ ମତ ରଖିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଦଳରେ ଏହି ଖେଳାଳିମାନଙ୍କୁ ସୁଯୋଗ ମିଳିବା ଉଚିତ୍‌। ଖେଳାଳିମାନଙ୍କୁ ଅପେକ୍ଷା କରାଇବା ପରିବର୍ତ୍ତେ ସୁଯୋଗ ମିଳିବା ଉଚିତ। ଏକ ବର୍ଷର ସମୟ ଢେର୍‌ ଅଧିକ ହୋଇଥାଏ। ଏହା ମଧ୍ୟରେ ଖେଳାଳିଙ୍କ ଫର୍ମ ଯିବାର ଆଶଙ୍କା ମଧ୍ୟ ରହିଥାଏ। କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥିବା ସମୟରେ ହିଁ ଖେଳାଳିମାନଙ୍କୁ ସୁଯୋଗ ମିଳିବା ଉଚିତ୍‌। ଏହାସହିତ ଖେଳାଳିଙ୍କ ପୋଜିଶନ ପରିବର୍ତ୍ତନ କରିବା ସପକ୍ଷରେ ମଧ୍ୟ ସେ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri