ଓପେନହେଇମେରଙ୍କ ଗୀତା ରହସ୍ୟ

ଡ. ନରେନ୍ଦ୍ର ସେଠୀ

 

ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ତା’ର ବହୁଚର୍ଚ୍ଚିତ ଗୁପ୍ତ ମ୍ୟାନହାଟ୍ଟନ ପ୍ରୋଜେକ୍ଟ ପାଇଁ ଜଣେ ବିଚକ୍ଷଣ ବୈଜ୍ଞାନିକଙ୍କୁ ଚୟନ କରିଥିଲା, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ସଦ୍ୟ ଉଦ୍ଭାବନ ହୋଇଥିବା ନାଭିକୀୟ ପ୍ରକ୍ରିୟାକୁ ନେଇ ପରମାଣୁ ବୋମା ପ୍ରସ୍ତୁତ କରିବା। ସେହି ବୈଜ୍ଞାନିକ ଥିଲେ ଜେ. ରୋବର୍ଟ ଓପେନହେଇମେର, ଯାହାଙ୍କ ବିଷୟରେ ବିଶ୍ୱର ବିଜ୍ଞାନ ଲେଖକମାନେ ଅନେକ କିଛି ଲେଖିସାରିଛନ୍ତି। ବିଗତ ଷାଠିଏ ବର୍ଷ ଭିତରେ ତାଙ୍କ ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଥିବା ବିଶ୍ବର ପ୍ରଥମ ପରମାଣୁ ବୋମା ଜାପାନର ନାଗାସାକି ଓ ତା’ର ତିନିଦିନ ପରେ ହିରୋଶିମା ସହର ଉପରେ ସଂହାରଲୀଳା କରିଥିଲା। ଏହି ଦୁଇଟି ପରମାଣୁ ବୋମାର ଭୟାବହତା ଅନେକ ନିରୀହ ମଣିଷଙ୍କୁ ମାଟିରେ ମିଶାଇବା ସହିତ ସମଗ୍ର ବିଶ୍ୱର ଦୃଷ୍ଟିଭଙ୍ଗୀ ବଦଳିବାକୁ ବାଧ୍ୟ କରିଥିଲା, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଏହାର ବ୍ୟବହାର ହୋଇନାହିଁ। ରାତାରାତି ଲୋକପ୍ରିୟ ପାଲଟି ଯାଇଥିବା ରୋବର୍ଟ ଓପେନହେଇମେର ସେହି ମାନବ ସଂହାର ପାଇଁ ନିଜକୁ ଦାୟୀ କରି ଗଭୀର ଭାବରେ ମର୍ମାହତ ହୋଇଥିଲେ। ଉଲ୍ଲେଖ କରାଯାଇପାରେ ଯେ ଯଦିଓ ହିରୋଶିମା ଓ ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣ ଆମେରିକାର ଏକ ସମ୍ପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ଥିଲା, ଏଥିରେ କିନ୍ତୁ ଆମେରିକା ସମେତ ସବୁ ଦେଶର ବୈଜ୍ଞାନିକମାନେ ଏହାକୁ ଏକ ଅନାବଶ୍ୟକ ଓ ଅନୁଚିତ ପଦକ୍ଷେପ ଭାବରେ ବିବେଚନା କରିଥିଲେ। ଏପରି କି ଅକ୍ଟୋବର ୧୯୪୫ରେ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ଭେଟବେଳେ ଓପେନହେଇମେର କହିଥିଲେ,‘ରାଷ୍ଟ୍ରପତି ମହୋଦୟ ମୋ ହାତ ରକ୍ତରେ ଜୁଡୁବୁଡୁ …’। କିନ୍ତୁ ଆମେରିକାର ରାଷ୍ଟ୍ରପତି ଆଶ୍ୱାସନା ଦେବାକୁ ଯାଇ କହିଲେ, ଆପଣ ପରମାଣୁ ବୋମା ଧ୍ୱଂସର ବୋଝକୁ ନିଜ କାନ୍ଧରେ ବୋହି ଦୁଃଖିତ ହୁଅନ୍ତୁ ନାହିଁ। ରୋବର୍ଟ ଓପେନହେଇମେରଙ୍କ ଆତ୍ମଜୀବନୀ ପୁସ୍ତକ ଅନୁସାରେ ତତ୍‌କାଳୀନ ରାଷ୍ଟ୍ରପତି ଟ୍ରୁମ୍ୟାନ ରୋବର୍ଟ ଓପେନହେଇମେରଙ୍କୁ ଆଉ ରାଷ୍ଟ୍ରପତି ଭବନକୁ ପ୍ରବେଶ ନ କରିବାକୁ କଡା ନିର୍ଦ୍ଦେଶ ଜାରି କରିଥିଲେ।
ସେତେବେଳେ ରୁଷିଆ ସହିତ ଏକ ପରମାଣୁ ଅସ୍ତ୍ର ଦୌଡରେ ସାମିଲ ନ ହେବାକୁ ସେ ଆମେରିକାର ରାଷ୍ଟ୍ରପତିଙ୍କୁ ବୁଝାଇବାରେ ବିଫଳ ହେଲେ ଓ ଏପରି ଉପଦେଶ ଦେଉଥିବା ବୈଜ୍ଞାନିକଙ୍କୁ ରାଷ୍ଟ୍ରପତି ମଧ୍ୟ ପସନ୍ଦ କଲେନାହିଁ। ପ୍ରାୟ ୮୦ ବର୍ଷ ପରେ ପରମାଣୁ ବୋମାର ଜନକ ରୋବର୍ଟ ଓପେନହେଇମେରଙ୍କ ଜୀବନୀ ଉପରେ ଖ୍ରିଷ୍ଟୋଫର ନୋଲାନଙ୍କ ଚଳଚ୍ଚିତ୍ର ‘ଓପେନହେଇମେର’ ଯାହା ଗତ ଶୁକ୍ରବାର ମୁକ୍ତିଲାଭ କରିଛି ବୋଧେ ଏକ ଅକଳ୍ପନୀୟ ସତ୍ୟ କାହାଣୀ, ଯାହା ପରମାଣୁର ଶକ୍ତିକୁ ପରିଚୟ କରାଇ ମଣିଷକୁ କଳ୍ପନାତୀତ ଭାବରେ ଶକ୍ତିଶାଳୀ କରିଦେଲା। ୧୯୮୪ରେ ମୁଦ୍ରିତ ଏକ ବହୁଚର୍ଚ୍ଚିତ ପୁସ୍ତକ ‘ଦି ଡେ ଦି ସନ ରୋଜ ଟାୱାଇସି’ ପୁସ୍ତକରେ ଉଲ୍ଲେଖ ଅଛି ଯେ ୧୯୪୫ ଅଗଷ୍ଟ ୮ ତାରିଖରେ ସୂର୍ଯ୍ୟ ଆଉଥରେ ଉଦୟ ହୋଇଥିଲେ ଓ ଏଥିରେ ୧୩,୫୦,୦୦୦ ଲୋକ ମରିଥିଲେ। ପରମାଣୁ ବୋମାର ବିଭୀଷିକା ଓ ନରସଂହାର ଦେଖି ଓପେନହେଇମେର ଏପରି ଭାଙ୍ଗିପଡିଥିଲେ ଯେ ଚାଲିବାରେ ଅସମର୍ଥ ହୋଇପଡିଥିଲେ। ପରମାଣୁ ବୋମାର ଧ୍ୱଂସଲୀଳା ପାଇଁ ନିଜକୁ ଦାୟୀ କରି ସେ ଅନେକ ଧର୍ମଗ୍ରନ୍ଥ ସବୁ ପଢିବାକୁ ଲାଗିଲେ। ସବୁଠୁ ତାଙ୍କୁ ହିନ୍ଦୁ ଧର୍ମର ସର୍ବୋଚ୍ଚ ପୁସ୍ତକ ଗୀତା ପ୍ରଭାବିତ କରିଥିଲା ଓ ତାଙ୍କ ଜୀବନର ଅନେକ ଦିନ ସେ ସଂସ୍କୃୃତ ପଢିବା ଓ ପଢ଼ାଇବାରେ ଅତିବାହିତ କରିଥିଲେ। ଯୁଦ୍ଧଭୂମିରେ ଭାଙ୍ଗି ପଡିଥିବା ଅର୍ଜୁନକୁ ସାହସ ଓ ଶକ୍ତି ଦେବା ପାଇଁ କୃଷ୍ଣଙ୍କ ଉପଦେଶ ଓ ଶେଷରେ ବିଶ୍ୱରୂପ ଦର୍ଶନ ସେହି ପରମାଣୁ ବୋମାର ଜନକଙ୍କୁ ପ୍ରଭାବିତ କରିଥିଲା। କିପରି ଧ୍ୱଂସ, ବିନାଶ ଓ ମୃତ୍ୟୁ ଦେଖି ଭାଙ୍ଗି ନ ପଡ଼ି କର୍ତ୍ତବ୍ୟ କରିବା ଉଚିତ ବୋଲି କୃଷ୍ଣ ଅର୍ଜୁନଙ୍କୁ ବୁଝାଇଥିଲେ ତାହା ତାଙ୍କୁ ଅଭିଭୂତ କରିଥିଲା। ଗୀତାର ସେହି ଶ୍ଳୋକ ଯେଉଁଠି କୃଷ୍ଣ ନିଜକୁ ସଂହାରକ, ବିନାଶକାରୀ, ସୃଷ୍ଟିକର୍ତ୍ତା ଓ ପାଳନକର୍ତ୍ତା ଭାବରେ ଅର୍ଜୁନଙ୍କୁ ବୁଝାଇବାକୁ ଯାଇ ବିଶ୍ୱରୂପ ଦର୍ଶନ କରାଇଛନ୍ତି ତାହା ପଢି ସେ ମୋହିତ ହେଲେ। ଗୀତାର ସାରାଂଶ ଭାବରେ ଏହା ସେ ବୁଝିଲେ ଯେ ଯାହା କିଛି ଅର୍ଜୁନ ଯୁଦ୍ଧଭୂମିରେ କରିବେ ସବୁ ଈଶ୍ୱରଙ୍କର ଇଚ୍ଛା ଓ ସବୁ ତାଙ୍କରି ନିୟନ୍ତ୍ରଣରେ, ଅର୍ଥାତ୍‌ କୁରୁକ୍ଷେତ୍ରରେ ଅର୍ଜୁନ ଜଣେ ସୈନିକ ମାତ୍ର ଓ ଯାହା କିଛି କରିବେ ସବୁ ଈଶ୍ୱର କରିବେ। ତେଣୁ ଦୁଃଖ ଓ ବିଷାଦ କରିବା ଅନୁଚିତ। ପରମାଣୁ ବୋମାର ଭୟାବହତା ବୋଧେ ଈଶ୍ୱରଙ୍କର ଏକ ଇଚ୍ଛା ଥିଲା ଓ ଓପେନହେଇମେର ଏକ ମାଧ୍ୟମ ଥିଲେ ମାତ୍ର। ଏହା ଗୀତା ସୂତ୍ର ଅନୁସାରେ ମାନିନେଇ ସେ ଶାନ୍ତି ସନ୍ଧାନରେ ଥିଲେ, ଯାହା ତାଙ୍କୁ କେବେ ମିଳି ନ ଥିଲା। ସେ ସମସ୍ତଙ୍କୁ ଗୀତାର ମର୍ମ କହି ବୁଲିଲେ ମୃତ୍ୟୁ ଏକ ମାୟା ମାତ୍ର, ଅର୍ଥାତ୍‌ କେହି ଜନ୍ମ ନେବା ଓ ମରିବା ଏକ ମିଛ ପ୍ରକ୍ରିୟା। କିନ୍ତୁ ଓପେନହେଇମେର ଗୀତା ଅନୁସାରେ ଏହା ବୁଝିବାକୁ ଅସମର୍ଥ ହେଲେ ଯେ ମଣିଷ ମରିଯାଏ, ମାତ୍ର ତା’ର ଆତ୍ମା ଅମର ଓ ଅବିନାଶୀ। ସେଥିପାଇଁ ବୋଧେ ଓପେନହେଇମେର ଶେଷ ପର୍ଯ୍ୟନ୍ତ ହିନ୍ଦୁ ଧର୍ମ ଗ୍ରହଣ କରିପାରି ନ ଥିଲେ ଯଦିଓ ସେ ବହୁତ ପ୍ରଭାବିତ ଥିଲେ।
ଏବେ ଆସନ୍ତୁ ଏହି ସିନେମାକୁ ନେଇ ଭାରତରେ ଉଠିଥିବା ବିବାଦ ଓ ସନାତନ ହିନ୍ଦୁ ଧର୍ମର ଲୋକଙ୍କ ମନରେ ଆଘାତ ବିଷୟରେ ତର୍ଜମା କରିବା। ଏକଥା ସତ୍ୟ ଯେ ଓପେନହେଇମେର ପରମାଣୁ ବୋମାର ବିସ୍ଫୋରଣରେ ନିହତ ଲୋକଙ୍କ ପାଇଁ ନିଜକୁ ଦାୟୀ କରି ଅନୁତପ୍ତ ହେଲେ ଓ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ହୋଇ ଗୀତାକୁ ନିଜର ଶେଷ ଜୀବନ ପର୍ଯ୍ୟନ୍ତ ଅନୁକରଣ କଲେ। ମାତ୍ର ଏହି ସିନେମାର ନିର୍ମାତା ଚଳଚ୍ଚିତ୍ରରେ ଓପେନହେଇମେରଙ୍କୁ ଏକ ଅନ୍ତରଙ୍ଗ ଦୃଶ୍ୟରେ ଗୀତା ପାଠ କରୁଥିବାର ଦେଖାଇବା କେତେ ଯୁକ୍ତିଯୁକ୍ତ। ଏହା ଶସ୍ତା ଲୋକପ୍ରିୟତା ପାଇଁ ଏକ ଚେଷ୍ଟା ମାତ୍ର।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri