ଓପେନହେଇମେରଙ୍କ ଗୀତା ରହସ୍ୟ

ଡ. ନରେନ୍ଦ୍ର ସେଠୀ

 

ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ତା’ର ବହୁଚର୍ଚ୍ଚିତ ଗୁପ୍ତ ମ୍ୟାନହାଟ୍ଟନ ପ୍ରୋଜେକ୍ଟ ପାଇଁ ଜଣେ ବିଚକ୍ଷଣ ବୈଜ୍ଞାନିକଙ୍କୁ ଚୟନ କରିଥିଲା, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ସଦ୍ୟ ଉଦ୍ଭାବନ ହୋଇଥିବା ନାଭିକୀୟ ପ୍ରକ୍ରିୟାକୁ ନେଇ ପରମାଣୁ ବୋମା ପ୍ରସ୍ତୁତ କରିବା। ସେହି ବୈଜ୍ଞାନିକ ଥିଲେ ଜେ. ରୋବର୍ଟ ଓପେନହେଇମେର, ଯାହାଙ୍କ ବିଷୟରେ ବିଶ୍ୱର ବିଜ୍ଞାନ ଲେଖକମାନେ ଅନେକ କିଛି ଲେଖିସାରିଛନ୍ତି। ବିଗତ ଷାଠିଏ ବର୍ଷ ଭିତରେ ତାଙ୍କ ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଥିବା ବିଶ୍ବର ପ୍ରଥମ ପରମାଣୁ ବୋମା ଜାପାନର ନାଗାସାକି ଓ ତା’ର ତିନିଦିନ ପରେ ହିରୋଶିମା ସହର ଉପରେ ସଂହାରଲୀଳା କରିଥିଲା। ଏହି ଦୁଇଟି ପରମାଣୁ ବୋମାର ଭୟାବହତା ଅନେକ ନିରୀହ ମଣିଷଙ୍କୁ ମାଟିରେ ମିଶାଇବା ସହିତ ସମଗ୍ର ବିଶ୍ୱର ଦୃଷ୍ଟିଭଙ୍ଗୀ ବଦଳିବାକୁ ବାଧ୍ୟ କରିଥିଲା, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଏହାର ବ୍ୟବହାର ହୋଇନାହିଁ। ରାତାରାତି ଲୋକପ୍ରିୟ ପାଲଟି ଯାଇଥିବା ରୋବର୍ଟ ଓପେନହେଇମେର ସେହି ମାନବ ସଂହାର ପାଇଁ ନିଜକୁ ଦାୟୀ କରି ଗଭୀର ଭାବରେ ମର୍ମାହତ ହୋଇଥିଲେ। ଉଲ୍ଲେଖ କରାଯାଇପାରେ ଯେ ଯଦିଓ ହିରୋଶିମା ଓ ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣ ଆମେରିକାର ଏକ ସମ୍ପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ଥିଲା, ଏଥିରେ କିନ୍ତୁ ଆମେରିକା ସମେତ ସବୁ ଦେଶର ବୈଜ୍ଞାନିକମାନେ ଏହାକୁ ଏକ ଅନାବଶ୍ୟକ ଓ ଅନୁଚିତ ପଦକ୍ଷେପ ଭାବରେ ବିବେଚନା କରିଥିଲେ। ଏପରି କି ଅକ୍ଟୋବର ୧୯୪୫ରେ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ଭେଟବେଳେ ଓପେନହେଇମେର କହିଥିଲେ,‘ରାଷ୍ଟ୍ରପତି ମହୋଦୟ ମୋ ହାତ ରକ୍ତରେ ଜୁଡୁବୁଡୁ …’। କିନ୍ତୁ ଆମେରିକାର ରାଷ୍ଟ୍ରପତି ଆଶ୍ୱାସନା ଦେବାକୁ ଯାଇ କହିଲେ, ଆପଣ ପରମାଣୁ ବୋମା ଧ୍ୱଂସର ବୋଝକୁ ନିଜ କାନ୍ଧରେ ବୋହି ଦୁଃଖିତ ହୁଅନ୍ତୁ ନାହିଁ। ରୋବର୍ଟ ଓପେନହେଇମେରଙ୍କ ଆତ୍ମଜୀବନୀ ପୁସ୍ତକ ଅନୁସାରେ ତତ୍‌କାଳୀନ ରାଷ୍ଟ୍ରପତି ଟ୍ରୁମ୍ୟାନ ରୋବର୍ଟ ଓପେନହେଇମେରଙ୍କୁ ଆଉ ରାଷ୍ଟ୍ରପତି ଭବନକୁ ପ୍ରବେଶ ନ କରିବାକୁ କଡା ନିର୍ଦ୍ଦେଶ ଜାରି କରିଥିଲେ।
ସେତେବେଳେ ରୁଷିଆ ସହିତ ଏକ ପରମାଣୁ ଅସ୍ତ୍ର ଦୌଡରେ ସାମିଲ ନ ହେବାକୁ ସେ ଆମେରିକାର ରାଷ୍ଟ୍ରପତିଙ୍କୁ ବୁଝାଇବାରେ ବିଫଳ ହେଲେ ଓ ଏପରି ଉପଦେଶ ଦେଉଥିବା ବୈଜ୍ଞାନିକଙ୍କୁ ରାଷ୍ଟ୍ରପତି ମଧ୍ୟ ପସନ୍ଦ କଲେନାହିଁ। ପ୍ରାୟ ୮୦ ବର୍ଷ ପରେ ପରମାଣୁ ବୋମାର ଜନକ ରୋବର୍ଟ ଓପେନହେଇମେରଙ୍କ ଜୀବନୀ ଉପରେ ଖ୍ରିଷ୍ଟୋଫର ନୋଲାନଙ୍କ ଚଳଚ୍ଚିତ୍ର ‘ଓପେନହେଇମେର’ ଯାହା ଗତ ଶୁକ୍ରବାର ମୁକ୍ତିଲାଭ କରିଛି ବୋଧେ ଏକ ଅକଳ୍ପନୀୟ ସତ୍ୟ କାହାଣୀ, ଯାହା ପରମାଣୁର ଶକ୍ତିକୁ ପରିଚୟ କରାଇ ମଣିଷକୁ କଳ୍ପନାତୀତ ଭାବରେ ଶକ୍ତିଶାଳୀ କରିଦେଲା। ୧୯୮୪ରେ ମୁଦ୍ରିତ ଏକ ବହୁଚର୍ଚ୍ଚିତ ପୁସ୍ତକ ‘ଦି ଡେ ଦି ସନ ରୋଜ ଟାୱାଇସି’ ପୁସ୍ତକରେ ଉଲ୍ଲେଖ ଅଛି ଯେ ୧୯୪୫ ଅଗଷ୍ଟ ୮ ତାରିଖରେ ସୂର୍ଯ୍ୟ ଆଉଥରେ ଉଦୟ ହୋଇଥିଲେ ଓ ଏଥିରେ ୧୩,୫୦,୦୦୦ ଲୋକ ମରିଥିଲେ। ପରମାଣୁ ବୋମାର ବିଭୀଷିକା ଓ ନରସଂହାର ଦେଖି ଓପେନହେଇମେର ଏପରି ଭାଙ୍ଗିପଡିଥିଲେ ଯେ ଚାଲିବାରେ ଅସମର୍ଥ ହୋଇପଡିଥିଲେ। ପରମାଣୁ ବୋମାର ଧ୍ୱଂସଲୀଳା ପାଇଁ ନିଜକୁ ଦାୟୀ କରି ସେ ଅନେକ ଧର୍ମଗ୍ରନ୍ଥ ସବୁ ପଢିବାକୁ ଲାଗିଲେ। ସବୁଠୁ ତାଙ୍କୁ ହିନ୍ଦୁ ଧର୍ମର ସର୍ବୋଚ୍ଚ ପୁସ୍ତକ ଗୀତା ପ୍ରଭାବିତ କରିଥିଲା ଓ ତାଙ୍କ ଜୀବନର ଅନେକ ଦିନ ସେ ସଂସ୍କୃୃତ ପଢିବା ଓ ପଢ଼ାଇବାରେ ଅତିବାହିତ କରିଥିଲେ। ଯୁଦ୍ଧଭୂମିରେ ଭାଙ୍ଗି ପଡିଥିବା ଅର୍ଜୁନକୁ ସାହସ ଓ ଶକ୍ତି ଦେବା ପାଇଁ କୃଷ୍ଣଙ୍କ ଉପଦେଶ ଓ ଶେଷରେ ବିଶ୍ୱରୂପ ଦର୍ଶନ ସେହି ପରମାଣୁ ବୋମାର ଜନକଙ୍କୁ ପ୍ରଭାବିତ କରିଥିଲା। କିପରି ଧ୍ୱଂସ, ବିନାଶ ଓ ମୃତ୍ୟୁ ଦେଖି ଭାଙ୍ଗି ନ ପଡ଼ି କର୍ତ୍ତବ୍ୟ କରିବା ଉଚିତ ବୋଲି କୃଷ୍ଣ ଅର୍ଜୁନଙ୍କୁ ବୁଝାଇଥିଲେ ତାହା ତାଙ୍କୁ ଅଭିଭୂତ କରିଥିଲା। ଗୀତାର ସେହି ଶ୍ଳୋକ ଯେଉଁଠି କୃଷ୍ଣ ନିଜକୁ ସଂହାରକ, ବିନାଶକାରୀ, ସୃଷ୍ଟିକର୍ତ୍ତା ଓ ପାଳନକର୍ତ୍ତା ଭାବରେ ଅର୍ଜୁନଙ୍କୁ ବୁଝାଇବାକୁ ଯାଇ ବିଶ୍ୱରୂପ ଦର୍ଶନ କରାଇଛନ୍ତି ତାହା ପଢି ସେ ମୋହିତ ହେଲେ। ଗୀତାର ସାରାଂଶ ଭାବରେ ଏହା ସେ ବୁଝିଲେ ଯେ ଯାହା କିଛି ଅର୍ଜୁନ ଯୁଦ୍ଧଭୂମିରେ କରିବେ ସବୁ ଈଶ୍ୱରଙ୍କର ଇଚ୍ଛା ଓ ସବୁ ତାଙ୍କରି ନିୟନ୍ତ୍ରଣରେ, ଅର୍ଥାତ୍‌ କୁରୁକ୍ଷେତ୍ରରେ ଅର୍ଜୁନ ଜଣେ ସୈନିକ ମାତ୍ର ଓ ଯାହା କିଛି କରିବେ ସବୁ ଈଶ୍ୱର କରିବେ। ତେଣୁ ଦୁଃଖ ଓ ବିଷାଦ କରିବା ଅନୁଚିତ। ପରମାଣୁ ବୋମାର ଭୟାବହତା ବୋଧେ ଈଶ୍ୱରଙ୍କର ଏକ ଇଚ୍ଛା ଥିଲା ଓ ଓପେନହେଇମେର ଏକ ମାଧ୍ୟମ ଥିଲେ ମାତ୍ର। ଏହା ଗୀତା ସୂତ୍ର ଅନୁସାରେ ମାନିନେଇ ସେ ଶାନ୍ତି ସନ୍ଧାନରେ ଥିଲେ, ଯାହା ତାଙ୍କୁ କେବେ ମିଳି ନ ଥିଲା। ସେ ସମସ୍ତଙ୍କୁ ଗୀତାର ମର୍ମ କହି ବୁଲିଲେ ମୃତ୍ୟୁ ଏକ ମାୟା ମାତ୍ର, ଅର୍ଥାତ୍‌ କେହି ଜନ୍ମ ନେବା ଓ ମରିବା ଏକ ମିଛ ପ୍ରକ୍ରିୟା। କିନ୍ତୁ ଓପେନହେଇମେର ଗୀତା ଅନୁସାରେ ଏହା ବୁଝିବାକୁ ଅସମର୍ଥ ହେଲେ ଯେ ମଣିଷ ମରିଯାଏ, ମାତ୍ର ତା’ର ଆତ୍ମା ଅମର ଓ ଅବିନାଶୀ। ସେଥିପାଇଁ ବୋଧେ ଓପେନହେଇମେର ଶେଷ ପର୍ଯ୍ୟନ୍ତ ହିନ୍ଦୁ ଧର୍ମ ଗ୍ରହଣ କରିପାରି ନ ଥିଲେ ଯଦିଓ ସେ ବହୁତ ପ୍ରଭାବିତ ଥିଲେ।
ଏବେ ଆସନ୍ତୁ ଏହି ସିନେମାକୁ ନେଇ ଭାରତରେ ଉଠିଥିବା ବିବାଦ ଓ ସନାତନ ହିନ୍ଦୁ ଧର୍ମର ଲୋକଙ୍କ ମନରେ ଆଘାତ ବିଷୟରେ ତର୍ଜମା କରିବା। ଏକଥା ସତ୍ୟ ଯେ ଓପେନହେଇମେର ପରମାଣୁ ବୋମାର ବିସ୍ଫୋରଣରେ ନିହତ ଲୋକଙ୍କ ପାଇଁ ନିଜକୁ ଦାୟୀ କରି ଅନୁତପ୍ତ ହେଲେ ଓ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ହୋଇ ଗୀତାକୁ ନିଜର ଶେଷ ଜୀବନ ପର୍ଯ୍ୟନ୍ତ ଅନୁକରଣ କଲେ। ମାତ୍ର ଏହି ସିନେମାର ନିର୍ମାତା ଚଳଚ୍ଚିତ୍ରରେ ଓପେନହେଇମେରଙ୍କୁ ଏକ ଅନ୍ତରଙ୍ଗ ଦୃଶ୍ୟରେ ଗୀତା ପାଠ କରୁଥିବାର ଦେଖାଇବା କେତେ ଯୁକ୍ତିଯୁକ୍ତ। ଏହା ଶସ୍ତା ଲୋକପ୍ରିୟତା ପାଇଁ ଏକ ଚେଷ୍ଟା ମାତ୍ର।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri