ବଢ଼ିବ ଅଫିମ ବେପାର

ଓ୍ବାଶିଂଟନ,୧୮ା୮ ଆଫଗାନ ଚାଷୀ ମରୁଡ଼ି ଏବଂ ଗହମ ନିଅଣ୍ଟ ସମୟରେ ଦରଦାମ ଆକାଶଛୁଆଁ ହେବାବେଳେ ଅଫିମ ଚାଷ କରି ଗମ୍‌ ଅମଳ କରନ୍ତି। ତାକୁ ରିଫାଇନ୍‌ କରି ମୋର୍ଫିନ ଓ ହେରୋଇନ ପ୍ରସ୍ତୁତ କରାଯାଏ। ୩ ବର୍ଷରେ ଆଫଗାନିସ୍ତାନରେ ସର୍ବାଧିକ ଅଫିମ ଉପତ୍ାଦନ ହୋଇଛି। ଗତବର୍ଷ କୋଭିଡ୍‌-୧୯ ମହାମାରୀ ସମୟରେ ଏହି ଉତ୍ପାଦନ ୩୭% ବୃଦ୍ଧି ପାଇଥିଲା। ୟୁଏନ୍‌ଓଡିସିର ଏକ ରିପୋର୍ଟ ଅନୁସାରେ ୨୦୧୭ରେ ଆଫଗାନିସ୍ତାନରେ ସର୍ବାଧିକ ୯,୯୦୦ ଟନ୍‌ ଅଫିମ ଉତ୍ପାଦନ ହୋଇଥିଲା। ଏହାର ମୂଲ୍ୟ ୧.୪ ବିଲିୟନ୍‌ ଡଲାର, ଯାହାକି ଆଫଗାନିସ୍ତାନର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୭% ହେବ। ରପ୍ତାନି ଓ ସ୍ଥାନୀୟ ବ୍ୟବହାରକୁ ହିସାବକୁ ନିଆଗଲେ ଦେଶର ମୋଟ ଅଫିମ ଉତ୍ପାଦନର ପରିମାଣ ୬.୬ ବିଲିୟନ୍‌ ଡଲାର ହେବ।

ଆଫଗାନିସ୍ତାନରେ ଅଫିମ ଓ ହେରୋଇନ୍‌ ବେପାର ଲାଭରୁ ତାଲିବାନ୍‌କୁ ହଟାଇବା ଲାଗି ଆମେରିକା ଉଦ୍ୟମ କରିଥିଲା। ଏଥିପାଇଁ ୧୫ ବର୍ଷରେ ସନ୍ଦିଗ୍ଧ ଲାବ୍‌ଗୁଡ଼ିକରେ ଏୟାରଷ୍ଟ୍ରାଇକ୍‌ ଓ ଚଢ଼ାଉରେ ୮ ବିଲିୟନ୍‌ ଡଲାରରୁ ଅଧିକ ଖର୍ଚ୍ଚ ହୋଇଥିଲା। କିନ୍ତୁ ଶକ୍ତିଶାଳୀ ଆମେରିକାର ଏହି ରଣନୀତି ବିଫଳ ହୋଇଛି। ଆଫଗାନିସ୍ତାନ ବିଶ୍ୱର ସର୍ବବୃହତ୍‌ ବେଆଇନ ନିଶାଦ୍ରବ୍ୟ ଯୋଗାଣକାରୀ ହୋଇ ରହିଥିବାବେଳେ କାବୁଲରେ ତାଲିବାନ୍‌ର କ୍ଷମତା ଦଖଲ ସହ ଏହି ଧାରା ବଜାୟ ରହିବ ବୋଲି ଆମେରିକା ଓ ଜାତିସଂଘର ଅଧିକାରୀ ତଥା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଯୁଦ୍ଧ ବେଳେ ଧ୍ୱଂସର ଅନେକ ବିଭୀଷିକା ଦେଖିଛି ଆଫଗାନିସ୍ତାନ। ଆମେରିକା ନେତୃତ୍ୱାଧୀନ ବିଦେଶୀ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ହୋଇଥିବା କ୍ଷତି ଏବେ ସେଠାରେ ଏକ ମାନବିକ ସଙ୍କଟ ସୃଷ୍ଟି କରିଛି। ଫଳରେ ବଞ୍ଚତ୍ବା ପାଇଁ ସଂଘର୍ଷରତ ଅନେକ ଆଫଗାନ୍‌ ଏବେ ନିଶାଦ୍ରବ୍ୟ କାରବାର ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ। ତାଲିବାନ, ଅନ୍ୟ ସଶସ୍ତ୍ର ଗୋଷ୍ଠୀ, ଜାତିଗତ ସର୍ଦ୍ଦାର ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ମଧ୍ୟରେ ଡ୍ରଗ୍ସରୁ ମିଳୁଥିବା ଲାଭ ଓ କ୍ଷମତା ପାଇଁ ପ୍ରତିଯୋଗିତା ବଢ଼ି ଯାଇପାରେ। ନିଶାଦ୍ରବ୍ୟ ଉପରେ ନିର୍ଭରଶୀଳତା ଅସ୍ଥିରତା ବୃଦ୍ଧିର କାରଣ ସାଜିବ ବୋଲି କୁହାଯାଉଛି। ଏଥିରୁ ତାଲିବାନ ଫାଇଦା ପାଇବ ବୋଲି ଚିନ୍ତା ବ୍ୟକ୍ତ କରାଯାଇଛି। ୟୁଏନ୍‌ ଅଫିସ୍‌ ଅଫ୍‌ ଡ୍ରଗ୍ସ ଆଣ୍ଡ କ୍ରାଇମ୍‌ କାବୁଲ ମୁଖ୍ୟ ସେସାର୍‌ ଗୁଡେସ୍‌ କହିଛନ୍ତି, ତାଲିବାନ ପାଇଁ ଅଫିମ ବ୍ୟବସାୟ ହେଉଛି ଆୟର ଏକ ମୁଖ୍ୟ ସ୍ରୋତ। ଉତ୍ପାଦନ ବଢ଼ିଲେ ଡ୍ରଗ୍ସ ଶସ୍ତା ହେବ ଓ ଏହାର ଉପଲବ୍ଧତା ବୃଦ୍ଧି ପାଇବ। ରବିବାର କାବୁଲରେ ତାଲିବାନର ଦଖଲ ସହ ଏହି ବେଆଇନ ଗୋଷ୍ଠୀଗୁଡ଼ିକ ସେମାନଙ୍କ ବ୍ୟବସାୟ ବିସ୍ତାର ପାଇଁ ତତ୍ପର ହୋଇ ଉଠିଛନ୍ତି।
୨୦୦୦ରେ ତାଲିବାନ ଅନ୍ତର୍ଜାତୀୟ ବୈଧତା ହାସଲ ଲାଗି ଅଫିମ ବ୍ୟବସାୟ ଉପରେ ରୋକ ଲଗାଇଥିଲା। ବିରୋଧ ବଢ଼ିବାରୁ ଆଭିମୁଖ୍ୟ ବଦଳାଇଥିଲା। ଦେଶରୁ ବିଶ୍ୱର ୮୦% ଅଫିମ ଯୋଗାଣ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

ପୁରୀ ରଥଯାତ୍ରା ଡ୍ୟୁଟିବେଳେ ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା

ବଞ୍ଚୋ,୧୫ା୭(ପ୍ରଦୋଷ ବିଶ୍ୱାଳ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ସମୟରେ କେନ୍ଦୁଝର ପୋଲିସ ବିଭାଗର ଜଣେ ହୋମଗାର୍ଡଙ୍କ ଅକାଳ ବିୟୋଗ ଘଟିଥିଲା। ଏହି ଘଟଣା ସମଗ୍ର…

ବଙ୍ଗରେ ଚହଳ! ଟିଏମସିରେ ଫାଟ ଭିତରେ ବଡ଼ କଥା କହିଦେଲେ ମମତା, ଅଭିଷେକ ବାନାର୍ଜୀ

କୋଲକାତା,୧୫।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୁଧବାର ଏକ ବିଦ୍ରୋହ ମଧ୍ୟରେ ଅଭିଷେକ ବାନାର୍ଜୀଙ୍କୁ ସମର୍ଥନ ଜଣାଇଛନ୍ତି । ଟିଏମସିକୁ ପୁନଃଗଠନ…

ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫ା୭(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ନୀତି ସମ୍ପାଦନରେ ଶୃଙ୍ଖଳା ରକ୍ଷା ପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଛି। ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ…

ସରିଲା ଚାକିରି, କର୍ମମୟ ଜୀବନକୁ ମନେ ପକାଇ ଭାବବିହ୍ବଳ ହେଲେ ପ୍ରଧାନଶିକ୍ଷକ…

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁଳସୀପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ବିଦ୍ୟାଳୟ ତରଫରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri