ବଢ଼ିବ ଅଫିମ ବେପାର

ଓ୍ବାଶିଂଟନ,୧୮ା୮ ଆଫଗାନ ଚାଷୀ ମରୁଡ଼ି ଏବଂ ଗହମ ନିଅଣ୍ଟ ସମୟରେ ଦରଦାମ ଆକାଶଛୁଆଁ ହେବାବେଳେ ଅଫିମ ଚାଷ କରି ଗମ୍‌ ଅମଳ କରନ୍ତି। ତାକୁ ରିଫାଇନ୍‌ କରି ମୋର୍ଫିନ ଓ ହେରୋଇନ ପ୍ରସ୍ତୁତ କରାଯାଏ। ୩ ବର୍ଷରେ ଆଫଗାନିସ୍ତାନରେ ସର୍ବାଧିକ ଅଫିମ ଉପତ୍ାଦନ ହୋଇଛି। ଗତବର୍ଷ କୋଭିଡ୍‌-୧୯ ମହାମାରୀ ସମୟରେ ଏହି ଉତ୍ପାଦନ ୩୭% ବୃଦ୍ଧି ପାଇଥିଲା। ୟୁଏନ୍‌ଓଡିସିର ଏକ ରିପୋର୍ଟ ଅନୁସାରେ ୨୦୧୭ରେ ଆଫଗାନିସ୍ତାନରେ ସର୍ବାଧିକ ୯,୯୦୦ ଟନ୍‌ ଅଫିମ ଉତ୍ପାଦନ ହୋଇଥିଲା। ଏହାର ମୂଲ୍ୟ ୧.୪ ବିଲିୟନ୍‌ ଡଲାର, ଯାହାକି ଆଫଗାନିସ୍ତାନର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୭% ହେବ। ରପ୍ତାନି ଓ ସ୍ଥାନୀୟ ବ୍ୟବହାରକୁ ହିସାବକୁ ନିଆଗଲେ ଦେଶର ମୋଟ ଅଫିମ ଉତ୍ପାଦନର ପରିମାଣ ୬.୬ ବିଲିୟନ୍‌ ଡଲାର ହେବ।

ଆଫଗାନିସ୍ତାନରେ ଅଫିମ ଓ ହେରୋଇନ୍‌ ବେପାର ଲାଭରୁ ତାଲିବାନ୍‌କୁ ହଟାଇବା ଲାଗି ଆମେରିକା ଉଦ୍ୟମ କରିଥିଲା। ଏଥିପାଇଁ ୧୫ ବର୍ଷରେ ସନ୍ଦିଗ୍ଧ ଲାବ୍‌ଗୁଡ଼ିକରେ ଏୟାରଷ୍ଟ୍ରାଇକ୍‌ ଓ ଚଢ଼ାଉରେ ୮ ବିଲିୟନ୍‌ ଡଲାରରୁ ଅଧିକ ଖର୍ଚ୍ଚ ହୋଇଥିଲା। କିନ୍ତୁ ଶକ୍ତିଶାଳୀ ଆମେରିକାର ଏହି ରଣନୀତି ବିଫଳ ହୋଇଛି। ଆଫଗାନିସ୍ତାନ ବିଶ୍ୱର ସର୍ବବୃହତ୍‌ ବେଆଇନ ନିଶାଦ୍ରବ୍ୟ ଯୋଗାଣକାରୀ ହୋଇ ରହିଥିବାବେଳେ କାବୁଲରେ ତାଲିବାନ୍‌ର କ୍ଷମତା ଦଖଲ ସହ ଏହି ଧାରା ବଜାୟ ରହିବ ବୋଲି ଆମେରିକା ଓ ଜାତିସଂଘର ଅଧିକାରୀ ତଥା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଯୁଦ୍ଧ ବେଳେ ଧ୍ୱଂସର ଅନେକ ବିଭୀଷିକା ଦେଖିଛି ଆଫଗାନିସ୍ତାନ। ଆମେରିକା ନେତୃତ୍ୱାଧୀନ ବିଦେଶୀ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ହୋଇଥିବା କ୍ଷତି ଏବେ ସେଠାରେ ଏକ ମାନବିକ ସଙ୍କଟ ସୃଷ୍ଟି କରିଛି। ଫଳରେ ବଞ୍ଚତ୍ବା ପାଇଁ ସଂଘର୍ଷରତ ଅନେକ ଆଫଗାନ୍‌ ଏବେ ନିଶାଦ୍ରବ୍ୟ କାରବାର ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ। ତାଲିବାନ, ଅନ୍ୟ ସଶସ୍ତ୍ର ଗୋଷ୍ଠୀ, ଜାତିଗତ ସର୍ଦ୍ଦାର ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ମଧ୍ୟରେ ଡ୍ରଗ୍ସରୁ ମିଳୁଥିବା ଲାଭ ଓ କ୍ଷମତା ପାଇଁ ପ୍ରତିଯୋଗିତା ବଢ଼ି ଯାଇପାରେ। ନିଶାଦ୍ରବ୍ୟ ଉପରେ ନିର୍ଭରଶୀଳତା ଅସ୍ଥିରତା ବୃଦ୍ଧିର କାରଣ ସାଜିବ ବୋଲି କୁହାଯାଉଛି। ଏଥିରୁ ତାଲିବାନ ଫାଇଦା ପାଇବ ବୋଲି ଚିନ୍ତା ବ୍ୟକ୍ତ କରାଯାଇଛି। ୟୁଏନ୍‌ ଅଫିସ୍‌ ଅଫ୍‌ ଡ୍ରଗ୍ସ ଆଣ୍ଡ କ୍ରାଇମ୍‌ କାବୁଲ ମୁଖ୍ୟ ସେସାର୍‌ ଗୁଡେସ୍‌ କହିଛନ୍ତି, ତାଲିବାନ ପାଇଁ ଅଫିମ ବ୍ୟବସାୟ ହେଉଛି ଆୟର ଏକ ମୁଖ୍ୟ ସ୍ରୋତ। ଉତ୍ପାଦନ ବଢ଼ିଲେ ଡ୍ରଗ୍ସ ଶସ୍ତା ହେବ ଓ ଏହାର ଉପଲବ୍ଧତା ବୃଦ୍ଧି ପାଇବ। ରବିବାର କାବୁଲରେ ତାଲିବାନର ଦଖଲ ସହ ଏହି ବେଆଇନ ଗୋଷ୍ଠୀଗୁଡ଼ିକ ସେମାନଙ୍କ ବ୍ୟବସାୟ ବିସ୍ତାର ପାଇଁ ତତ୍ପର ହୋଇ ଉଠିଛନ୍ତି।
୨୦୦୦ରେ ତାଲିବାନ ଅନ୍ତର୍ଜାତୀୟ ବୈଧତା ହାସଲ ଲାଗି ଅଫିମ ବ୍ୟବସାୟ ଉପରେ ରୋକ ଲଗାଇଥିଲା। ବିରୋଧ ବଢ଼ିବାରୁ ଆଭିମୁଖ୍ୟ ବଦଳାଇଥିଲା। ଦେଶରୁ ବିଶ୍ୱର ୮୦% ଅଫିମ ଯୋଗାଣ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?